ଆହ୍ବାନର ପ୍ରତିଷ୍ଠାତା ସମ୍ପାଦକ


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ, ଆହ୍ବାନ ଇ-ପତ୍ରିକାର ପ୍ରତିଷ୍ଠାତ ଓ ସମ୍ପାଦକ୤ ପେଷାରେ ଡାକ୍ତର ଶ୍ରୀ ପଟ୍ଟନାୟକ ବିଗତ ଏକ ଦଶନ୍ଧିରୁ ଅଧିକ ସମୟ ଓଡ଼ିଆ ସାହିତ୍ୟ ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରି ଆସୁଛନ୍ତି୤ ତାଙ୍କର ମାନସ ସନ୍ତାନ, ଆହ୍ବାନ ଇ-ପତ୍ରିକା ଫେବୃଆରୀ ୨୦୦୬ ମସିହାରୁ ପ୍ରତ୍ୟେକ ମାସରେ ପ୍ରକାଶିତ ହୋଇ ଆସୁଛି୤ ଦେଶ ବିଦେଶରେ ରହୁଥିବା ଅସଂଖ୍ୟ ଓଡ଼ିଆଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟର ରଜ୍ଜୁରେ ବାନ୍ଧି ରଖିବାରେ ସେ ସକ୍ଷମ ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ୤

ଶ୍ରୀ ପଟ୍ଟନାୟକଙ୍କ ଜନ୍ମ ନଭେମ୍ବର ୨୭ ତାରିଖ, ୧୯୭୬ ମସିହାରେ ଗଞ୍ଜାମ ଜିଲ୍ଲାର ମଠସରସିଂ ଗ୍ରାମରେ ହୁଏ୤ ପିତା ଶ୍ରୀ ଦୁର୍ଗାପ୍ରସାଦ ପଟ୍ଟନାୟକ ଏବଂ ମାତା ଶ୍ରୀମତି ପଙ୍କଜିନୀ ପଟ୍ଟନାୟକଙ୍କ ଔରସରୁ ଜନ୍ମିତ ଶ୍ରୀ ପଟ୍ଟନାୟକ ନିଜ ବାଲ୍ୟ ସମୟ ନିଜ ଗ୍ରାମରେ ହିଁ ବିତାଇ ଦିଅନ୍ତି୤ ସେଇଥି ପାଇଁ ଶ୍ରୀ ପଟ୍ଟନାୟକଙ୍କ କଥା ଓ କବିତା ମାନଙ୍କରେ ନିଚ୍ଛକ ଗ୍ରାମ୍ୟ ପରିବେଷ ଉଦ୍‌ଭାଷିତ ହୁଏ୤ ପାଲା, ଦାସ କାଠିଆ, ରାଧାକୃଷ୍ଣ ଲୀଳା, ରାମାୟଣ ନାଟକ ଆଦି ଦେଖି ସେ ନିଜ ପ୍ରାଥମିକ ଶିକ୍ଷା ନିଜ ଗ୍ରାମର ମହନ୍ତବଳରାମ ଦାସ ମଧ୍ୟଇଂରାଜୀ ବିଦ୍ୟାଳୟରେ ସମାପ୍ତ କରିବାପରେ, ବ୍ରହ୍ମପୁରସ୍ଥିତ କୁଇନ୍ ଅଫ ଦି ମିସନ୍‌ସ ହାଇସ୍କୁଲ ଏବଂ ପରେ ପରେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ହବାକ୍ ହାଇସ୍କୁଲରେ ନିଜର ସ୍କୁଲ ଶିକ୍ଷା ସମାପନ କରନ୍ତି୤ ଏହାପରେ ସେ ବ୍ରହ୍ମପୁରର ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇର ଶିକ୍ଷା ଗ୍ରହଣ କରିବାପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରନ୍ତି୤ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ ଅଧୀନରେ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ସେ ମାତୃତ୍ବ ଓ ଶିଶୁ ସ୍ବାସ୍ଥ ସମ୍ବନ୍ଧିତ ଉଚ୍ଚ ଶିକ୍ଷା ଗ୍ରହଣ କରନ୍ତି ଏବଂ ପରେ ପରେ ମଦୁରାଇ କାମରାଜ ବିଶ୍ବବିଦ୍ୟାଳୟରୁ ହସ୍‌ପିଟାଲ୍ ମେନେଜ୍‌ମେଣ୍ଟ ପାଠ୍ୟକ୍ରମକୁ ସଫଳତାର ସହ ସମ୍ପୂର୍ଣ୍ଣ କରନ୍ତି୤

ସେ ଦୀର୍ଘ ସମୟ ଧରି ଓଡ଼ିଆ ଭାଷା ଓ ସାହିତ୍ୟ ସହ ଜଡ଼ିତ ଅଛନ୍ତି୤ ନିଜର ମହାବିଦ୍ୟାଳୟ ସ୍ତରୀୟ ଶିକ୍ଷାଗ୍ରହଣ ସମୟରେ ସେ କବିତା ଲେଖିବା ଓ ପଠନ କରିବା ସହ ରେଡ଼ିଓରେ କବିତା ଆବୃତ୍ତି କରିବା, ସମବେତ ଗୀତ ଗାଇବା, ଡ୍ରାମା ଏବଂ ଏକାଙ୍କିକାରେ ଅଂଶ ଗ୍ରହଣ କରିବା ଆଦି କାର୍ଯ୍ୟ କରିଛନ୍ତି୤ ତାଙ୍କ ଦ୍ବାରା ଲିଖିତ ‘ଆମ ଗାଁ ହାଲଚାଲ’, ବିଗତ ଶତାବ୍ଦୀର ଅଶି ଏବଂ ନବେ ଦଶକରେ ଓଡ଼ିଶାର ଗ୍ରାମାଞ୍ଚଳରେ ଘଟୁଥିବା ଦୈନନ୍ଦିନ ଘଟଣାବଳୀକୁ ସେ ସୁନ୍ଦର ଭାବରେ ଉପସ୍ଥାପନ କରିପାରିଛନ୍ତି୤

ଓଡ଼ିଆ ଭାଷା ଓ ସାହିତ୍ୟକୁ ସୁଦୂରପ୍ରସାରୀ କରିବାକୁ ହେଲେ ଏହାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ହେବ, ଭାଷାପ୍ରତି ବିମୁଖ ଆମ ଜାତିକୁ ସେ ଓଡ଼ିଆ ଭାଷା ଓ ସାହିତ୍ୟ ସହ ବାନ୍ଧିରଖିବାର ଯେଉଁ ପ୍ରୟାସ କରିଛନ୍ତି, ତାହା ଆଗାମୀ ଦିନରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ, ଏକ ଇତିହାସ ହୋଇ ରହିବ୤

Introductory text of Publication :
Aaahwaan e-Patrika is one the leading e-Magazines published from Odisha in India. It is the first e-Magazine which got pubiished in the year 2006 in Odia language and has since been getting published every month.

Frequency : Monthly
Format : PDF e-Magazine
Language : Odia
Starting year of Publication : 2006
Subject : Literature

Publisher :

Dr Jyoti Prasad Pattanayak
MBBS, PGDMCH, PGDHM

Beema Nagar, 2nd Lane
Berhampur, 760010
Dist : Ganjam
Odisha, India

Editorial Board :

Dr Jyoti Prasad Pattanayak
Chief Editor

e-Mail : editor@aahwaan.com

Mrs Priti Priyadarshani Mohapatro
Sub-Editor

e-Mail : subeditor@aahwaan.com


Archieves

2006 2007 2008 2010 2011 2012 2013 2014 2015 2016 2017 2018 2019 2020 2021 2022 2023 2024


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା!


ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ୤ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ୤ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤