ଆମ ବିଷୟରେ ଅଧିକ ଜାଣନ୍ତୁ


Dr Jyoti Prasad Pattnaik ନମସ୍କାର,

ଆହ୍ବାନ ଇ -ପତ୍ରିକାର ୱେବ୍‌ ସାଇଟକୁ ଆପଣଙ୍କୁ ସ୍ବାଗତ ଜଣାଉଛି୤

ଆହ୍ବାନ ଇ-ପତ୍ରିକା କେବଳ ଏକ ପତ୍ରିକା ନୁହେଁ, ବରଂ ଏହା ଏକ ଆନ୍ଦୋଳନ, ଏକ ବୈପ୍ଳବିକ ପରିବର୍ତ୍ତନ ଯାହା ଓଡ଼ିଆ ଭାଷାକୁ ଆଧୁନିକ ଯୁଗର ସହ ତାଳ ଦେଇ ପ୍ରତିଦିନ ବୃଦ୍ଧିପାଉଥିବା ଅନଲାଇନ୍ ଓଡ଼ିଆ ସଂଗୋଷ୍ଠୀମାନଙ୍କରେ ଆଦୃତ କରାଇବାରେ ସମର୍ଥ ହୋଇଛି୤ ବିଶ୍ବବ୍ୟାପୀ ଅନେକ ଦେଶରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ପ୍ରତିମାସରେ ଏକ ରୁଚିକର ଓଡ଼ିଆ ଇ-ପତ୍ରିକା ପାଠ କରିବାର ନିଶୁଳ୍କ ବିକଳ୍ପ ଉପଲବ୍ଧ କରାଇ ଏହା ଓଡ଼ିଆ ଇ-ପତ୍ରିକା ଜଗତରେ ଅଗ୍ରଗଣ୍ୟ ରହିଛି୤

ଦେଖୁ ଦେଖୁ ଷୋହଳ ବର୍ଷ ହୋଇଗଲା୤ ଯାହା ଦିନେ ଆଠ ପୃଷ୍ଠାର ଏକ ଟାବଲଏଡ଼୍ ଭାବରେ ପ୍ରକାଶିତ ହୋଇଥିଲା ତାହା ଏବ ଶତାଧିକ ପୃଷ୍ଠାରେ ସମୃଦ୍ଧ ଏକ ମାସିକ ସାହିତ୍ୟ ପତ୍ରିକା ଏବଂ ଏହା ଚଳିତ ସମୟରେ ସମ୍ଭବତଃ ଓଡ଼ିଶାରେ ସର୍ବାଧିକ ପ୍ରସାରିତ ମାସିକ ସାହିତ୍ୟ ପତ୍ରିକା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ୤ ଏବଂ ଏହାର ଶ୍ରେୟ କେବଳ ଆପଣଙ୍କ ଭଳି ଗୁଣୀ ବିଜ୍ଞ ପାଠକ ଏବଂ ଲେଖକ ମାନଙ୍କୁ ମୁଁ ଦେବାକୁ ଚାହେଁ୤ ସାହିତ୍ୟର ପ୍ରସାର ପାଠକଙ୍କ ଅନୁପସ୍ଥିତିରେ ସମ୍ଭବ ନୁହେଁ, ସେହିଭଳି କର୍ତ୍ତାଙ୍କ ବିହୁନେ କୃତି ସମ୍ଭବ ନୁହେଁ, ତେଣୁ ଉଭୟଙ୍କୁ ମୁଁ ଯଥା ସମ୍ମାନ ଜଣାଉଛି୤

ଷୋହଳ ବର୍ଷର ଅକ୍ଲାନ୍ତ ପରିଶ୍ରମ ଏବଂ ନିରବଚ୍ଛିନ୍ନ ପ୍ରକାଶନର ପ୍ରଚେଷ୍ଟା କଦାପି ସମ୍ଭବ ହୋଇ ପାରିନଥାନ୍ତା ଯଦି ଆପଣଙ୍କ ଭଳି ସାହିତ୍ୟ ପ୍ରେମୀ ଆମ ସହ ନଥାନ୍ତେ୤ ଆହ୍ବାନ ଇ-ପତ୍ରିକା କେବଳ ଜଣେ ଚାଳକ, ଆପଣ ଯାତ୍ରାର ପଥିକ୤ ଆପଣ ମାନେ ନିଜସ୍ବ ଲେଖା ଓ କୃତି ସବୁକୁ ସଠିକ ସ୍ଥାନରେ ପହଞ୍ଚାଇବା ପାଇଁ ଏହାକୁ ମାଧ୍ୟମ କରିଛନ୍ତି୤ ଆହ୍ବାନ ଏକ ନିମିତ୍ତ ମାତ୍ର, ଆପଣ ସମସ୍ତେ ଏହି ଯାତ୍ରାର ମୁଖ୍ୟ୤ ସାହିତ୍ୟକୁ ଏହାର ସଠିକ ପାଠକ ଏବଂ ସାହିତ୍ୟପ୍ରେମୀଙ୍କ ନିକଟରେ ଉପସ୍ଥାପନ କରିବାର ସର୍ବୋତ୍ତମ ମାଧ୍ୟମ ହେଉଛି ଆହ୍ବାନ୤ ଏବଂ ଏହା ଉପରେ ଯେଉଁମାନେ ବିଶ୍ବାସ କରିଛନ୍ତି ଏବଂ ଏହାକୁ ସମୃଦ୍ଧ କରିବାକୁ ଚେଷ୍ଟା କରିଛନ୍ତି ସେମାନେ ସମସ୍ତେ ନମସ୍ୟ୤ ଆହ୍ବାନର ଲେଖକଙ୍କ ତାଲିକା ଦେଖିବା ବେଳକୁ ମନରେ ବେଳେ ବେଳେ ଗର୍ବ ଆସେ, ଯେ ଏହି ପତ୍ରିକା ଅଦ୍ୟବଧି ଛଅ ଶହରୁ ଅଧିକ ଲେଖକଙ୍କ ଲେଖାକୁ ପ୍ରକାଶିତ କରିଛି୤ ଏହାଠାରୁ ଢେର୍ ଅଧିକ ଲେଖକ ଥାଇପାରନ୍ତି, କାରଣ ପ୍ରାରମ୍ଭିକ ସମୟରେ ଲେଖକ ମାନଙ୍କ ଛବି ପ୍ରକାଶିତ ହେଉନଥିଲା, ତେଣୁ ଅନେକ ଲେଖକଙ୍କ ଛବି ଆମ ନିକଟରେ ମଧ୍ୟ ନାହିଁ୤ କିଛି ଲେଖକ ବର୍ତ୍ତମାନ ପ୍ରତିଷ୍ଠିତ ହୋଇ ସାରିଛନ୍ତି ଏବଂ କିଛି ଲେଖକ ଇହଧାମ ତ୍ୟାଗ ବି କରି ସାରିଛନ୍ତି୤ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଯେତେବେଳେ ସମ୍ମାନିତ ସାହିତ୍ୟିକଙ୍କ ନାମ ଗଣନା କରାଯିବ, ସେତେବେଳେ ଆହ୍ବାନ ଇ-ପତ୍ରିକାର ପୃଷ୍ଠାମଣ୍ଡନ କରିଥିବା ଲେଖକ ଲେଖିକାଙ୍କୁ ପ୍ରାଧାନ୍ୟ ଦିଆଯିବ ଏଥିରେ ଦ୍ବିମତ ନାହିଁ୤ ସେ ନବୀନ ହୁଅନ୍ତୁ କି ପ୍ରବୀଣ, ସମସ୍ତଙ୍କ ସାହିତ୍ୟକୁ ସାଦରେ ପ୍ରକାଶିତ କରିଛି ଆହ୍ବାନ ଇ-ପତ୍ରିକା୤ ଅନେକ ଲେଖକ ଲେଖିକା ନିଜ ସାହିତ୍ୟିକ ଜୀବନର ପ୍ରଥମ ସୋପାନ ଆହ୍ବାନ ପୃଷ୍ଠାରେ ପାଦଦେଇ ଆଗେଇଛନ୍ତି୤

ପ୍ରତି ମାସରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବରେ ବିତରଣ ହେଉଥିବା ଏହି ଇ-ପତ୍ରିକା ସଂପ୍ରତି ଏହା ଷଡ଼ଦଶ ବର୍ଷରେ ନିରବଚ୍ଛିନ୍ନ ଭାବରେ ପ୍ରକାଶିତ ହୋଇଚାଲିଛି୤

Introductory text of Publication :
Aaahwaan e-Patrika is one the leading e-Magazines published from Odisha in India. It is the first e-Magazine which got pubiished in the year 2006 in Odia language and has since been getting published every month.

Frequency : Monthly
Format : PDF e-Magazine
Language : Odia
Starting year of Publication : 2006
Subject : Literature

Publisher :

Dr Jyoti Prasad Pattanayak
MBBS, PGDMCH, PGDHM

Beema Nagar, 2nd Lane
Berhampur, 760010
Dist : Ganjam
Odisha, India

Editorial Board :

Dr Jyoti Prasad Pattanayak
Chief Editor

e-Mail : editor@aahwaan.com

Mrs Priti Priyadarshani Mohapatro
Sub-Editor

e-Mail : subeditor@aahwaan.com


Archieves

2006 2007 2008 2010 2011 2012 2013 2014 2015 2016 2017 2018 2019 2020 2021 2022 2023 2024


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା!


ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ୤ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ୤ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤