ବେଙ୍ଗ କହେ ବେଙ୍ଗୁଲୀଲୋ
ଅଜୟ କୁମାର ମହାନ୍ତି
ଅଜୟ କୁମାର ମହାନ୍ତି
ବେଙ୍ଗ କହେ ବେଙ୍ଗୁଲୀଲୋ ପୃଥୀ କ୍ଷଣ କ୍ଷଣକେ ଆନ ଏ ପୃଥିବୀ ପରିବର୍ତ୍ତନଶୀଳ ଆଜି ପୃଥିବୀରେ ବିଦ୍ୟମାନ ଅଛି କାଲି ନଥିବ କାଲି ଯାହା ଥିଲା ଆଜି ଖୋଜିଲେ ମିଳିବ ନାହିଁ ଜ୍ୱଳନ୍ତ ଅଗ୍ନିପିଣ୍ଡରୁ ସବୁଜ ପୃଥିବୀର ସୃଷ୍ଟି ଡାଇନୋସର ଯୁଗରୁ ଅତ୍ୟାଧୁନିକ ମଣିଷ ସମାଜର ଗଠନ ପ୍ରକ୍ରିୟା ଚାଲିଆସିଛି କିଏ ଜାଣେ ଏ ସଭ୍ୟତାର ବିଲୁପ୍ତି କେବେ ଘଟିବ ଏ ସଭ୍ୟତାର ବିଲୁପ୍ତି ଘଟି ନୂତନ ସଭ୍ୟତାର ଆରମ୍ଭ ହେବା କଥା ବିବର୍ତ୍ତନବାଦ ନିୟମ ଅନୁସାରେ ନିଶ୍ଚୟ ଘଟିବ
ବିଜ୍ଞାନର ଯେଭଳି ପ୍ରଗତି ହୋଇଛି ଅର୍ଥାତ୍ ଯେଉଁ ଦେଶଗୁଡ଼ିକ ବିଜ୍ଞାନ କ୍ଷେତ୍ରରେ ଆଗୁଆ, ସେମାନେ ନିଜର ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ହେଉ କିମ୍ବା ବର୍ହିଦ୍ଦେଶ ଗୁଡ଼ିକୁ ଆକ୍ରମଣ କରିବାକୁ ବା ସାମ୍ନା କରିବାକୁ ହେଉ ଅଥବା ନିଜର ବଡ଼ିମା ପ୍ରଦର୍ଶନ କରିବାକୁ ହେଉ, ଯେଉଁ ସବୁଧ୍ୱଂସାତ୍ମକ ଅସ୍ତ୍ରଶସ୍ତ୍ର ନିର୍ମାଣ କରି ପାଖରେ ରଖିଛନ୍ତି ତାହା ଯଦି ପ୍ରୟୋଗ କରନ୍ତି ତାହେଲେ ଏ ପୃଥିବୀରେ ଜୀବସତ୍ତା ବିଲୋପ ନିଶ୍ଚିତ ଘଟିବ ଅନ୍ୟପକ୍ଷରେ କୌଣସି ଦୈବୀ କାରଣରୁ ସେହି ଅସ୍ତ୍ରଶସ୍ତ୍ର ବିସ୍ଫୋରିତ ହୁଏ, ତେବେ ହୁଏତ ପୃଥିବୀ ପୃଷ୍ଠରେ ପ୍ରଳୟ ସୃଷ୍ଟି ହୋଇପାରେ ପୃଥିବୀରେ ସବୁଜିମାର ନଷ୍ଟ କରିବାରୁ ପ୍ରକୃତିର ସନ୍ତୁଳନ ନଷ୍ଟ ହେବାକୁ ଲାଗିଛି ଫଳରେ ନାନା ପ୍ରକାର ଦୈବୀ ଦୁର୍ବିପାକ ଦେଉଛି ତାହା କ୍ରମଶଃ ଅଧିକ ମାତ୍ରାରେ ବୃଦ୍ଧି ପାଇବ ତେଣୁ ବହୁ ବୃକ୍ଷ ଲତା ପଶୁପକ୍ଷୀ କୀଟପତଙ୍ଗ ଓ ମଣିଷ ଏ ପୃଥିବୀରୁ ଲୋପ ପାଇଯିବେ ପୃଥିବୀ ଆଉ ବାସୋପଯୋଗୀ ସ୍ଥାନ ହୋଇ ରହିବ ନାହିଁ ହୁଏତ ବିବର୍ତ୍ତନ ଘଟି ନୂତନ ଜୀବ ସୃଷ୍ଟି ହେବେ, ନଚେତ୍ ପୃଥିବୀ ଧ୍ୱଂସ ପାଇବ
ପୃଥିବୀ ଯେତେବେଳେ ଧ୍ୱଂସର ଦ୍ୱାର ଦେଶରେ ଉପନୀତ, ସେତେବେଳେ ଏହି ଗର୍ବୀ ମାନବ ସମାଜ ଧରାକୁ ସରା ଜ୍ଞାନ କରି କ୍ଷମତା ପ୍ରଶଂସା ଧନ ସମ୍ପତ୍ତି କୁଟନୈତିକ ଜ୍ଞାନ କୌଶଳ ପଶ୍ଚାଧାବନ କରି ଚାଲିଛି ଅପକର୍ମର ପ୍ରତିକ୍ରିୟାରୁ ସମଗ୍ର ପୃଥିବୀକୁ ରକ୍ଷା କରିବା ପାଇଁ ବିଷାକ୍ତ ପ୍ରତିକ୍ରିୟା ବିରୁଦ୍ଧରେ ଉର୍ଜା ଜାଗ୍ରତ କରିବା ଆବଶ୍ୟକ
ସର୍ବଶେଷରେ ନିବେଦନ ଉପରୋକ୍ତ ପ୍ରତିକ୍ରିୟା ବିରୁଦ୍ଧରେ ଲଢ଼େଇ କରିବା ପାଇଁ କୌଣସି ବିଜ୍ଞାନ କୌଶଳର ଆବଶ୍ୟକ ନାହିଁ ସେଥିପାଇଁ ଆମେ ସତ୍ କର୍ମ କରିବା ପରସ୍ପରକୁ ଭଲ ପାଇ ଶିଖିବା ନିଜ ମନରୁ ଅହଂକାର ଦୂରେଇ ଦେବା, ତେବେ ଆମେ ସେହି ଉର୍ଜା ପ୍ରାପ୍ତ କରିପାରିବା ପ୍ରାକୃତିକ ପରିବେଶକୁ ଭଲ ପାଇଲେ ତାର ସୁଗନ୍ଧରେ ମତୁଆଲା ହେଲେ ଓ ସମସ୍ତ ଜୀବ ଜଗତର ସନ୍ତୁଳନ ରକ୍ଷା କଲେ ହୁଏତ ଧ୍ୱଂସ ମୁହଁରୁ ପୃଥିବୀର ନବଜନ୍ମ ଘଟିପାରେ ପରମ ସତ୍ତାକୁ ଅନୁଭବ କରିବା ନିମନ୍ତେ ତାର ଚିନ୍ତନ କଲେ ନୂତନ ଦିଗନ୍ତ ଉଦ୍ଭାସିତ ହୋଇଥିବାର ପ୍ରମାଣ ଭାରତୀୟ ଶାସ୍ତ୍ର ଅନୁସାରେ ଅବଶ୍ୟ ଉପଲବ୍ଧ ହେବ
ହରିପୁର, କବୀରପୁର, ଯାଜପୁର
ମୋ ୯୪୩୭୫୬41୬୦
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା