ବାଲ୍ୟବିବାହ : ଏକ ସାମାଜିକ ଅଭିଶାପ
ଜସ୍ମିନ୍ ସାହୁ
ଜସ୍ମିନ୍ ସାହୁ
ବାଲ୍ୟବିବାହ ଶୁଣିବାକୁ ସବୁ ଦୁଇଟି ଶବ୍ଦ ମାତ୍ର, ହେଲେ ଏହା ପଛର କାହାଣୀ କେବଳ ଆଶ୍ଚର୍ଯ୍ୟଜନକ ନୁହେଁ, ରୋଚକ ମଧ୍ୟ ପ୍ରଥମେ ମୋତେ ଏ ବିଷୟରେ ଶୁଣିବାକୁ ଜାଣିବାକୁ ବହୁତ ଆଗ୍ରହ ଲାଗିଲା, ହେଲେ ସେ ବିଷୟରେ ଜାଣିବା ପରେ ମୋର ସେ ଆଗ୍ରହ ଦୁଃଖରେ ପରିଣତ ହୋଇଗଲା ମୁଁ ମୋ ଅଜାଆଈଙ୍କର ବାଲ୍ୟବିବାହର ପ୍ରତ୍ୟକ୍ଷ ଶ୍ରୋତା ସାଜିଛି ୧୯୫୩ ମସିହା କଥା ମୋ ଆଈଙ୍କ ଜନ୍ମ ସର୍ଦ୍ଧାପୁର ଗ୍ରାମରେ, ସେଠି ଆଈଙ୍କର ସମ୍ପୂର୍ଣ୍ଣ ପରିବାର ରହୁଥିଲେ ସେତେବେଳେ ପାଠପଢ଼ା କହିଲେ, ଅନ୍ଧାର ଦେଶରେ ଦୀପ ଜାଳିବା ସହିତ ସମାନ ସେଥିରେ ବି ଝିଅ ଜନ୍ମ ହେଲେ, କେବଳ ତା'ର ବିବାହ କଥା ହିଁ ଉଠୁଥିଲା, ପାଠପଢ଼ା ଯେମିତି କିଏ ଜାଣି ନଥିଲେ କେମିତି କ'ଣ କରି ଆଈ ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ି ପାରିଥିଲେ ସେତେବେଳେ ଆଈଙ୍କୁ ନଅ ବର୍ଷ ଛଅ ମାସ ହୋଇଥାଏ, ଯେତେବେଳେ ମୋର ଅଜାଙ୍କ ପ୍ରସ୍ତାବ ଆଈଙ୍କ ଘରକୁ ଆସିଥିଲା ଭଲ ପରିବାର ଦେଖି ବିବାହ ସ୍ଥିର ହୋଇଥିଲା ଅଜାଙ୍କ ବୟସ କହିଲେ ଅଠର ବର୍ଷ ସିଏ ସେତେବେଳେ ପାଠ ପଢ଼ୁଥାନ୍ତି କିନ୍ତୁ ଅନୁକୂଳ ପରିସ୍ଥିତି ନ ଥିବାରୁ ସେପଟେ ଆଈଙ୍କର ପାଠପଢ଼ା ବନ୍ଦ ହୋଇଯାଇଥିଲା ଯେଉଁ ସମୟରେ ବିବାହ ଠିକ୍ ହୋଇଥିଲା ବରକନ୍ୟା ଉଭୟ ବିବାହ କ'ଣ ଜାଣି ବି ନଥିଲେ ଖେଳିବା ବୁଲିବା ବୟସରେ ତାଙ୍କ ମନକୁ ବୁଝେଇ ବୁଲେଇବା ଭଳି ନେଇ ରୀତିନୀତି ସହିତ ବିବାହ କରେଇ ଦିଆଯାଇଥିଲା ବିବାହ ସମୟରେ ଆଈ ଜାଣି ବି ନଥିଲେ ଯେ ଏ ସବୁ କ'ଣ ଏବଂ କାହିଁକି କରାଯାଉଛି ବିବାହ ସରିଲା ପରେ ଉଚିତ୍ ସମୟ ଆସିଲା ପର୍ଯ୍ୟନ୍ତ ଉଭୟ ନିଜେ ନିଜ ପରିବାର ସହିତ ରହିଥିଲେ ଆଈଙ୍କୁ ଅଠର ବର୍ଷ ପୁରିଲା ପରେ ରୀତିନୀତି ସହିତ ଅଜାଙ୍କ ଘରକୁ ପଠାଯାଇଥିଲା ସେତେବେଳେ ଅଜା ପଶୁ ଡାକ୍ତର ରୂପେ କାର୍ଯ୍ୟରତ ଥିଲେ ବାଲ୍ୟବିବାହ ପରେ ଅଜା ପାଠପଢ଼ି ଡ଼କ୍ଟର ହେଲେ କିନ୍ତୁ ଆଈ ଆଉ ପାଠ ପଢ଼ିପାରିଲେ ନାହିଁ ସତ, ହେଲେ ତାଙ୍କଠୁ ଅଧିକ ଜ୍ଞାନୀ ଆଉ ନିଷ୍ଠାପର ସେବିକା ମହିଳା ମୁଁ ଆଜି ଯାଏଁ ଦେଖିନି ସେ ପରବର୍ତ୍ତୀ ସମୟରେ ବହୁତ ଭଲ ସୁଗୃହିଣୀଟିଏ ହେଲେ ବର୍ତ୍ତମାନ ମୋ ଅଜା ନିଷ୍ଠାପର ଏବଂ କର୍ମଠ ପଶୁଡାକ୍ତର ରୂପେ ସଫଳତାର ସହିତ ଅବସର ନେଇଛନ୍ତି ଏବଂ ମୋ ଆଈ ଜଣେ ସଫଳ ଗୃହିଣୀ ସାଜିଛନ୍ତି ସେମାନେ ଭଲ ଜୀବନସାଥୀ ସହ ସଫଳ ତୀର୍ଥଯାତ୍ରୀ ମଧ୍ୟ ହୋଇ ପାରିଛନ୍ତି ତା'ସହ ସେମାନେ ସଦାସର୍ବଦା ଠାକୁର ସେବାରେ ପାରଙ୍ଗମ ଏବଂ ଭକ୍ତିରେ ନିପୁଣ ଥାଆନ୍ତି ସମାଜରେ ଯେଉଁଠି ଆଜିକାଲି ସମସ୍ତେ ଯୋଗ୍ୟ ଚାକିରିଆ ବରପାତ୍ର ଖୋଜୁଛନ୍ତି ଏବଂ ଝିଅମାନେ ନିଜେ ନିଜ ଗୋଡ଼ରେ ଠିଆ ନ ହେବା ପର୍ଯ୍ୟନ୍ତ ବିବାହ କରିବାକୁ ରାଜି ହେଉନାହାନ୍ତି, ସେଠି ଆଗକାଳରେ ବରପିଲା ଭବିଷ୍ୟତରେ କ'ଣ କରିବ ତାହା କାହାକୁ ବି ଜଣାନଥିଲା ଯେଉଁଠି ହାତରେ କଣ୍ଢେଇ ଧରି ଖେଳିବାର ମଜା ଉଠେଇବା କଥା, ସେଇଠି କନ୍ୟାର ହାତକୁ ଦି'ହାତ ହେଉଥିଲା ଖେଳିବା ବୁଲିବା ବୟସରେ ସେମାନେ ବିବାହର ଅଜଣା ବନ୍ଧନରେ ବାନ୍ଧି ହେଉଥିଲେ ଖାଲି ସେତିକି ନୁହେଁ ବାଲ୍ୟବିବାହ ପରେ ବରପିଲାର ଭବିଷ୍ୟତ କ'ଣ ହେବ? ନିଜ ପରିବାରକୁ କେମିତି ପୋଷିବ ତାହା ଉଭୟ ବର ଓ କନ୍ୟାର ଜୀବନ ଉପରେ ପ୍ରଭାବ ପକଉଥିଲା ରୋଜଗାର କଲେ ତ ଠିକ୍, ନ ହେଲେ କନ୍ୟା ଜୀବନସାରା ଦୁଃଖ ପାଉଥିଲା ୧୯୨୯ ମସିହାରେ ରାଜା ରାମମୋହନ ରାୟଙ୍କ ଦ୍ବାରା ବାଲ୍ୟବିବାହ ପ୍ରଥାକୁ ବିରୋଧ କରା ଯାଇଥିଲେ ବି ସେହି ପ୍ରଥା ଜାରି ରହିଥିଲା, ହେଲେ ଭଗବାନଙ୍କ କୃପାରୁ ୨୦୦୭ ମସିହାରେ ଭାରତୀୟ ସମ୍ବିଧାନ ଦ୍ବାରା ପିଲାକନ୍ୟା ବାହାଘର ଉପରେ ଅଙ୍କୁଶ ଲଗାଇ ତାକୁ ଅପରାଧ ବୋଲି ଘୋଷଣା କରାଯାଇଛି ତଥାପି କେଉଁଠି କୋଣ ଅନୁକୋଣରେ ଆଜି ବି ଏ କୁପ୍ରଥା ଚାଲିଛି ସମାଜରୁ ଏପରି କୁପ୍ରଥା ଦୂର ହେଲେ ହିଁ ସମାଜର ଉନ୍ନତି ହେବ
ହିଞ୍ଜିଳିକାଟୁ, ଗଞ୍ଜାମ
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା