ସ୍ମ୍ତିର ଶିଉଳୀ

କୃଷ୍ଣା କାବେରୀ ଖଣ୍ଡାଇ



କୃଷ୍ଣା କାବେରୀ ଖଣ୍ଡାଇ

କେଉଁ ଏକ ଅଜଣା ମୋଡ଼ରେ ଜୀବନର ସ୍ରୋତ ବଦଳିଗଲା୤ ବାଟ ହୁଡ଼ିଥିବା ସେଇ ପଥିକ ପରିସବୁ କିଛି ମୋର ପଛରେ ରହିଗଲା୤ ହେଲେ ସାଥିରେ ରହିଗଲା କିଛି ସ୍ମୃତି, କେବେ ନ ଲିଭିବା ଭଳି ଏକ ଅଲିଭା ଆଳତି୤ ସେଇ ଅଗଣାରେ ଖେଳୁଥିବା ଖରାଆଉ ପୁରୁଣା ବରଗଛର ସେଇ ଛାଇ, ସବୁ ଯେମିତି ଆଜି ବି ଅପେକ୍ଷା କରିଛନ୍ତି୤ ମୋତେ ଥରେ ପୁଣି ଫେରାଇ ନେବା ପାଇଁ୤ ସେଇ ସ୍ମୃତିର ବାସ୍ନା ଆଜି ବି ମହକେ, ମୋ ଥକି ଯାଇଥିବା ମନର କୋଣରେ୤ ଯେମିତି ଶୁଖିଲା ଫୁଲଟିଏ ହସୁଥାଏ, କେଉଁ ଏକ ପୁରୁଣା ଡାଏରୀର ଭିତରେ୤ କେବେ କେବେ ସେଇ ସ୍ମୃତିର ଲହରି ହୃଦୟର କୂଳକୁ ଆସି ପିଟିହୁଏ୤ ଆଖିର ପଲକରେ ଅଜାଣତରେ ଲୁହର ସାଗରଟିଏ ଢାଳି ଦିଏ୤ ମନେ ପଡ଼ିଯାଏ ସେଇ ହସ-କାନ୍ଦର ମେଳି୤ ସେଇ ଅଧା ରହିଯାଇଥିବା ଖେଳ୤ ସବୁ କିଛି ଯେମିତି ସ୍ୱପ୍ନ ପରି ଲାଗେ୤ ବିତିଯାଇଥିବା ସେଇ ପୁରୁଣା ବେଳ୤ ମୁଁ ଜାଣିଛି ସେ ସମୟ ଆଉ ଫେରିବନି୤ ଫେରିବନି ସେଇ ହଜିଲା ଦିନର ଖୁସି୤ ହେଲେ ଏଇ ସ୍ମୃତିକୁ ସାହାରା କରି, ମୁଁ ରହିଯିବି ଏକା ଏକା ବସି୤ କାରଣ ସ୍ମୃତି ହିଁ ତ ଜୀବନର ସମ୍ବଳ୤ ଯାହା ଶେଷ ଯାଏଁ ସାଥିରେ ଥାଏ୤ ଦୁନିଆ ଆଜି ସିନା ମୋତେ ଭୁଲିଯାଇଛି୤ ହେଲେ ତୁମ ସ୍ମୃତି ଆଜି ବି ମୋତେ ଭଲପାଏ ।

ଜିଲ୍ଲା - ଭଦ୍ରକ
ବ୍ଲକ - ବନ୍ତ


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା