ବୟସ୍କଙ୍କ ରୋଗ : ପାର୍କିନସନ୍
ଡା ରାଜକିଶୋର ପଣ୍ଡା
ଡା ରାଜକିଶୋର ପଣ୍ଡା
ପ୍ରତିବର୍ଷ ଏପ୍ରିଲ ଏଗାରକୁ ବିଶ୍ୱ ପାର୍କିନସନ୍ ଦିବସ ଓ ଏପ୍ରିଲକୁ ପାର୍କିନସନ୍ ସଚେତନା ମାସ ଭାବେ ବିଶ୍ୱବ୍ୟାପୀ ପାଳନ କରା ଯାଇଥାଏ ବୟସ୍କମାନଙ୍କ କ୍ଷେତ୍ରରେ ଏହା ଏକ ଚିନ୍ତାଜନକ ରୋଗ ଓ ଏଥିରେ ବୃଦ୍ଧଜନଙ୍କର କାର୍ଯ୍ୟ କରିବାର କ୍ଷମତା, ଗତିଶୀଳତା ଓ ମାନସିକ ଦକ୍ଷତା ଆଦି ଦ୍ରୁତ ଭାବରେ ହ୍ରାସ ପାଇଥାଏ ତେବେ ଏହି ରୋଗର ସମ୍ୟକ ଇତିହାସ, କାରଣ, ନିରାକରଣ ଓ ପରିସଂଖ୍ୟାନର ଆଲୋଚନା ହିଁ ଆମର ଏହି ନିବନ୍ଧର ବିଷୟବସ୍ତୁ
ପ୍ରଥମେ ଆମେ ଆସିବା ପାର୍କିନସନର୍ ଇତିହାସକୁ ପ୍ରାଚୀନ ଭାରତୀୟ ଓ ଚୀନର ଶାସ୍ତ୍ରମାନଙ୍କରେ ଏହି ରୋଗର ଲକ୍ଷଣ ବିଷୟରେ ଉଲ୍ଲେଖ ଅଛି ଆଧୁନିକ ଔଷଧ ବିଜ୍ଞାନକୁ ଦେଖିଲେ, ୧୮୧୭ ମସିହାରେ ଲଣ୍ଡନର ଡାକ୍ତର “ଜେମ୍ସ ପାର୍କିନସନ୍” ପ୍ରଥମେ ଏହି ରୋଗଟିକୁ ଆନୁଷ୍ଠାନିକ ଭାବେ ଚିହ୍ନଟ କରିଥିଲେ ନିଜର ପ୍ରବନ୍ଧ “ଆନ୍ ଏସେ ଅନ୍ ସେକିଙ୍ଗ୍ ପାଲସି”ରେ ସେ ପାର୍କିନସନ ରୋଗର ସବିଶେଷ ଲକ୍ଷଣ ଜନିତ ବିବରଣୀକୁ ଲିପିବଦ୍ଧ କରିଥିଲେ ମଜାର କଥା ଏହି ଯେ, ଡାକ୍ତର ଜେମସ ରୋଗଟିର ନାମକରଣ କରିଥିଲେ “ପାରାଲିସିସ୍ ଏଜିଟାନସ୍” ତାଙ୍କ ପରେ ୧୮୬୭ ମସିହାରେ ପ୍ରଖ୍ୟାତ ସ୍ନାୟୁ ରୋଗ ବିଶେଷଜ୍ଞ “ଜିନ୍ ମାର୍ଟିନ୍ ଚାରକୋଟ୍”, ଯିଏ କି ପାର୍କିନସନ ବିଷୟରେ ଆହୁରି ଉନ୍ନତ ଧରଣର ଗବେଷଣା କରିଥିଲେ, ଡାକ୍ତର ଜେମ୍ସଙ୍କ ସମ୍ମାନରେ
ରୋଗଟିକୁ “ପାର୍କିନସନ୍ ଡିଜିଜ୍” ନାମରେ ନାମିତ କଲେ ୧୮୯୩ ମସିହାରେ ବୈଜ୍ଞାନିକମାନେ ଏହି ବ୍ୟାଧିଟି ମସ୍ତିଷ୍କର “ସବ୍ଷ୍ଟାନସିଆ ନାଏଗ୍ରା”ରେ ରୋଗଜନିତ ପରିବର୍ତ୍ତନ ଯୋଗୁଁ ହୋଇଥାଏ ବୋଲି ଦର୍ଶାଇଥିଲେ ୧୯୧୯ ମସିହାରେ ରୁଷୀୟ ସ୍ନାୟୁ ବିଶେଷଜ୍ଞ “କୋନଷ୍ଟାଣ୍ଟିନ୍”, ପାର୍କିନସନରେ ମସ୍ତିଷ୍କରେ ହେଉଥିବା ଅତିକ୍ଷୁଦ୍ର ପରିବର୍ତ୍ତନକୁ ଚିହ୍ନଟ କରିବା ସହିତ ଏହାକୁ “ଲିୱି ବଡି” ନାମରେ ନାମକରଣ କରିଥିଲେ ୧୯୬୭ ମସିହାରେ “ଆର୍ଭିଡ଼ କାର୍ଲସନ୍” ପାର୍କିନସନର୍ ମୁଖ୍ୟ କାରଣକୁ “ଡୋପାମିନ”ର ଅଭାବ ବୋଲି ପ୍ରମାଣିତ କରିବା ସହିତ ଏହାର ଔଷଧ “ଲିଭୋଡୋପା”କୁ ପ୍ରସ୍ତୁତ କରିଥିଲେ ପରିଶେଷରେ ୧୯୯୭ ମସିହାରେ ଏହି ରୋଗର ଆନୁବଂଶିକ କାରଣ ଜଣାପଡ଼ିବା ସହ, ଏହାର ଏକ ଶଲ୍ୟ ଚିକିତ୍ସା ପଦ୍ଧତି “ଡିପ୍ ବ୍ରେନ୍ ଷ୍ଟିମୁଲେସନ୍” କୁ ଅନୁମତି ପ୍ରଦାନ କରାଗଲା
ଆସିବା କାରଣକୁ ପାର୍କିନସନର ପ୍ରମୁଖ କାରଣ ହେଉଛି ଡୋପାମିନର ଅଭାବ ଏହି ଡୋପାମିନ, ମନୁଷ୍ୟ ଶରୀର ପାଇଁ ଏକ ଆବଶ୍ୟକ ହରମୋନ୍ ଅଟେ ଆମ ଶରୀରରେ ଦେଖାଯାଉଥିବା ଗତିଶୀଳତା, ସ୍ମରଣ ଶକ୍ତି, ଧ୍ୟାନ ଶକ୍ତି, ଉତ୍ସାହ, ଆନନ୍ଦ ନିମନ୍ତେ ଏହି ଡୋପାମିନ୍ ନିତାନ୍ତ ଜରୁରୀ ଏହା କମିଗଲେ ମନ ଭାରାକ୍ରାନ୍ତ ହେବା ସହ ଶରୀର ମଧ୍ୟ ହାଲିଆ ହୋଇଯାଇଥାଏ ଓ କାମ କରିବାର ସ୍ପୃହା ହ୍ରାସ ପାଇଥାଏ ପାର୍କିନସନରେ ମସ୍ତିଷ୍କରେ ଡୋପାମିନ୍ ପ୍ରସ୍ତୁତ କରୁଥିବା ସ୍ନାୟୁ କୋଷମାନେ ନଷ୍ଟ ହୋଇଯାଇଥାନ୍ତି ଏହି ସ୍ନାୟୁକୋଷମାନଙ୍କର ଉପସ୍ଥିତି ହେଉଛି ମସ୍ତିଷ୍କର “ସବ୍ଷ୍ଟାନସିଆ ନାଏଗ୍ରା” କାଳକ୍ରମେ ଏହି ନଷ୍ଟ ହୋଇଯାଇଥିବା ସ୍ନାୟୁକୋଷମାନଙ୍କ ମଧ୍ୟରେ ଏକ ଅସ୍ୱାଭାବିକ ବା ତ୍ରୁଟିଯୁକ୍ତ ପ୍ରୋଟିନର ସୃଷ୍ଟି ହୋଇଥାଏ ଏହି ପ୍ରୋଟିନଟି ହେଉଛି “ଆଲ୍ଫା- ସାଇନ୍ୟୁକ୍ଲିନ୍” ଏହି ପ୍ରୋଟିନର ଜମାକୁ କୁହାଯାଏ “ଲିୱି କୋଷ” ବା “ଲିୱି ବଡି”
ଏହି ରୋଗର ଦ୍ୱିତୀୟ କାରଣ ହେଉଛି କିଛି ନିର୍ଦ୍ଦିଷ୍ଟ ଜିନରେ ପରିବର୍ତ୍ତନ ବା ମ୍ୟୁଟେସନ୍ ଏହି ଜିନ୍ଗୁଡ଼ିକ ହେଉଛନ୍ତି, ଝଘଉଇ, ଖଜଜକ୨, ଚଇଜକ୭ ଇତ୍ୟାଦି ଏହି କାରଣଟି କିନ୍ତୁ ଅତ୍ୟନ୍ତ ବିରଳ ଓ ଏହା ଯୋଗୁଁ ମାତ୍ର ପନ୍ଦର ପ୍ରତିଶତ ପାର୍କିନସନ ହୋଇଥାଏ ତୃତୀୟରେ ପରିବେଶ ଜନିତ କାରଣ ବିଭିନ୍ନ ବିଷାକ୍ତ ପଦାର୍ଥ ଯେପରିକି କୀଟନାଶକ, ପ୍ରଦୂଷିତ ବାୟୁ, କଳକାରଖାନାରୁ ନିର୍ଗତ ବିଭିନ୍ନ ବର୍ଯ୍ୟବସ୍ତୁ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ରୋଗ ହୋଇଥାଏ ସାଧାରଣତଃ ବୟସ ବଢ଼ିବା ସହିତ ଏହି ରୋଗରେ ପୀଡ଼ିତ ହେବାର ସମ୍ଭାବନା ବଢ଼ିଯାଇଥାଏ ଅଧିକାଂଶ କ୍ଷେତ୍ରରେ ଏହା ଷାଠିଏ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଆକ୍ରାନ୍ତ କରିଥାଏ ଓ ତୁଳନାତ୍ମକ ଭାବରେ ପୁରୁଷମାନେ ମହିଳାମାନଙ୍କ ଅପେକ୍ଷା ଏହି ରୋଗରେ ବେଶୀ ପ୍ରଭାବିତ ହୋଇଥାନ୍ତି ଏହି ରୋଗର ପ୍ରମୁଖ ଲକ୍ଷଣମାନ ହେଉଛି- ଥରିବା (ହାତ, ଆଙ୍ଗୁଠି ପ୍ରଭୃତି), ଗତିଶୀଳତାରେ ହ୍ରାସ, ମାଂସପେଶୀଗୁଡ଼ିକର ଅନମନୀୟତା ବା ଶକ୍ତ ଓ ଯନ୍ତ୍ରଣାଦାୟକ ହେବା, କଥା କହିବା ଶୈଳୀରେ ପରିବର୍ତ୍ତନ, ଲେଖିବାରେ କଷ୍ଟ ଅନୁଭବ, ଶରୀରର ଭାରସାମ୍ୟ ରକ୍ଷା କରିବାରେ ଅସୁବିଧା ଇତ୍ୟାଦି
ବର୍ତ୍ତମାନ ଦେଖିବା ରୋଗଟିର ପରିସଂଖ୍ୟାନକୁ ପାର୍କିନସନ ଉପରେ ବିଶ୍ୱବ୍ୟାପୀ ଗବେଷଣା ଓ ଜନସଚେତନତା ସୃଷ୍ଟି କରୁଥିବା ଆମେରିକାର ସଂସ୍ଥା ପାର୍କିନସନ ଫାଉଣ୍ଡେସନ ତରଫରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କେବଳ ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ ୯୦,୦୦୦ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ଏବଂ ୧.୧ ମିଲିଅନ ଲୋକ ବର୍ତ୍ତମାନ ସେଠାରେ ଏହି ରୋଗ ସହିତ ବଞ୍ଚିଛନ୍ତି ସଂସ୍ଥା ଏହା ମଧ୍ୟ ଜଣାଇଛି ୨୦୩୦ ସୁଦ୍ଧା ପାର୍କିନସନ ସହ ବଞ୍ଚୁଥିବା ଲୋକଙ୍କ ସଂଖ୍ୟା, ଆମେରିକାରେ ୧.୧ ମିଲିଅନ୍ ରୁ ୧.୨ ମିଲିଅନକୁ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ବର୍ତ୍ତମାନ ସମୟରେ ସ୍ନାୟୁକୋଷ ବିନଷ୍ଟକାରୀ ରୋଗ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଛି ଆଲଝାଇମର ଓ ଦ୍ୱିତୀୟ ସ୍ଥାନରେ ଅଛି ପାର୍କିନସନ୍ ସମଗ୍ର ବିଶ୍ୱରେ ବର୍ତ୍ତମାନ ୧୦ ମିଲିଅନରୁ ଅଧିକ ଲୋକ ଏହି ରୋଗରେ ପୀଡ଼ିତ ଅଛନ୍ତି ଭାରତ ସନ୍ଦର୍ଭରେ ଦେଖିଲେ ପ୍ରତି ଏକଲକ୍ଷ ଜନସଂଖ୍ୟାରେ ପାର୍କିନସନ ୧୫ ରୁ ୪୩ ଜଣ ଲୋକଙ୍କୁ ଆକ୍ରାନ୍ତ କରିଛି ୨୦୩୦ ସୁଦ୍ଧା ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ଚିନ୍ତାର ବିଷୟ ହେଉଛି କି, ଭାରତରେ ଏହି ରୋଗରେ ପ୍ରଭାବିତ ହେଉଥିବା ଲୋକମାନଙ୍କ ମଧ୍ୟରୁ ୪୦ ରୁ ୪୫ ପ୍ରତିଶତ ହେଉଛନ୍ତି ୨୨ ରୁ ୪୯ ବର୍ଷ ବୟସ ମଧ୍ୟରେ ତେଣୁ ଯୁବବର୍ଗ ଏହି ରୋଗର ଶିକାର ହେଉଛନ୍ତି ବୋଲି ଆମେ କହିପାରିବା ଡାକ୍ତରମାନେ ଏହା ଉପରେ ମତବ୍ୟକ୍ତ କରି କହିଛନ୍ତି ଯେ, କଳକାରଖାନାର ପ୍ରାବଲ୍ୟ, ବାୟୁ ପ୍ରଦୂଷଣ ଓ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଏହିପରି ଘଟୁଛି ଆହୁରି ମଧ୍ୟ ଉତ୍ତର ଭାରତରେ ଆନୁବଂଶିକ ଇତିହାସ, ମସ୍ତିଷ୍କଘାତ ଥିବା ରୋଗୀ ଓ ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କୁ ଏହି ରୋଗ ବେଶୀ ଆକ୍ରାନ୍ତ କରୁଛି
ଚିକିତ୍ସାକୁ ଆସିଲେ ଏହି ରୋଗରେ ମୁଖ୍ୟତଃ ଲିଭୋଡୋପାକୁ ଔଷଧ ଭାବରେ ବ୍ୟବହାର କରାଯାଇଥାଏ ଲିଭୋଡୋପାକୁ ଏହି ରୋଗର ଗୋଲ୍ଡ ଷ୍ଟାଣ୍ଡାର୍ଡ଼ ଔଷଧ ବୋଲି ମଧ୍ୟ କୁହାଯାଇଥାଏ ଏହା ମସ୍ତିଷ୍କରେ ଡୋପାମିନକୁ ପରିବର୍ତ୍ତିତ ହୋଇ, ଏହାର ଅଭାବକୁ ପୂରଣ କରିଥାଏ ଲିଭୋଡୋପାକୁ କିନ୍ତୁ ଗୋଟିଏ ଏନଜାଇମ୍ ବିଘଟନ କରି, ଏହାକୁ ମସ୍ତିଷ୍କ ବାହାରେ ଡୋପାମିନରେ ପରିଣତ କରିଥାଏ ଏହାଦ୍ୱାରା ଶତପ୍ରତିଶତ ଲିଭୋଡୋପା ମସ୍ତିଷ୍କରେ ଏହାର କାର୍ଯ୍ୟ ସମ୍ପାଦନ କରିପାରିନଥାଏ ଏହି ଏନଜାଇମର ନାମ ହେଉଛି “ଡୋପା ଡି କାରବୋକ୍ସିଲେଜ୍” ଏହାକୁ ପ୍ରତିରୋଧ କରିବା ନିମନ୍ତେ ଲିଭୋଡୋପାକୁ “କାର୍ବିଡୋପା” ସାଙ୍ଗରେ ମିଶ୍ରିତ କରି ଦିଆଯାଇଥାଏ କାର୍ବିଡୋପା ଉପରୋକ୍ତ ଏନଜାଇମଟିକୁ ପ୍ରତିରୋଧ କରି ମସ୍ତିଷ୍କରେ ଲିଭୋଡୋପାର ଉପସ୍ଥିତିକୁ ସୁନିଶ୍ଚିତ କରାଇଥାଏ ପାର୍କିନସନ ବିଷୟରେ ମତବ୍ୟକ୍ତ କରି ଚେନ୍ନାଇର “ରିଲା ହସ୍ପିଟାଲ”ର ସ୍ନାୟୁ ବିଭାଗର ମୁଖ୍ୟ ଡାକ୍ତର ଏନ. ଦାମୋଦରନ୍ କହିଛନ୍ତି କି, ବିଗତ ଜନବର୍ଷକୁ ତୁଳନା କଲେ, ବର୍ତ୍ତମାନ ସମୟରେ ଏହି ରୋଗ ବିଷୟରେ ଜନସଚେତନାରେ ଯଥେଷ୍ଟ ବୃଦ୍ଧି ଘଟିଛି ସେ କହିଛନ୍ତି କି, ପାର୍କିନସନରେ ଆକ୍ରାନ୍ତ ପ୍ରାୟ ରୋଗୀ, ରୋଗଟିର ପ୍ରାରମ୍ଭିକ ଲକ୍ଷଣକୁ ଗୁରୁତ୍ୱର ସହ ନିଅନ୍ତି ନାହିଁ ହାତ କିମ୍ବା ଗୋଡ଼ ଥରିଲେ ସେମାନେ ଏହାକୁ ଭିଟାମିନ୍ ଅଭାବ ବା ସ୍ନାୟୁବିକ ଦୁର୍ବଳତା ବୋଲି ଧରିନେଇଥାନ୍ତି
ପରିଶେଷରେ ଡାକ୍ତରଙ୍କ ପାଖକୁ ଗଲାବେଳକୁ ରୋଗଟି ଜଟିଳ ଆକାର ଧାରଣ କରିସାରିଥାଏ
ଯଦିଓ “ଡିପ୍ ବ୍ରେନ-ଷ୍ଟିମୁଲେସନ୍” ନାମକ ଏକ ଶଲ୍ୟ ଚିକିତ୍ସା, ଏହି ରୋଗ ପାଇଁ ଉପଲବ୍ଧ ଅଛି, ଏହାର ପରିସର କିନ୍ତୁ ଅତ୍ୟନ୍ତ ସୀମିତ ବର୍ତ୍ତମାନ ସମୟରେ ପାର୍କିନସନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ବିଶେଷ ଓ ତାଙ୍କର କେୟାର ଟେକରମାନ ନେଇ କ୍ଷୁଦ୍ର କ୍ଷୁଦ୍ର ସହଯୋଗ ଗୋଷ୍ଠୀମାନ କରାଯାଉଛି । ଏହି ଗୋଷ୍ଠୀ ଜରିଆରେ କେୟାର ଟେକରମାନଙ୍କୁ ରୋଗୀର ଯତ୍ନ ବିଷୟରେ ଶିକ୍ଷା ଓ ରୋଗୀମାନଙ୍କୁ ଫିଜିଓଥେରାପି ସାଇକୋଥେରାପି ଆଦି ପ୍ରଦାନ କରାଯାଉଛି । ଏହା ଏକ ଭଲ ପଦକ୍ଷେପ ।
ଏ ମଧ୍ୟରେ ଲଣ୍ଡନରୁ ବାହାରୁଥିବା ପୃଥିବୀ ପ୍ରସିଦ୍ଧ ବିଜ୍ଞାନ ପତ୍ରିକା “ନିଉ ସାଇଣ୍ଟିଷ୍ଟ୍” ରେ ପାର୍କିନସନକୁ ନେଇ ଏକ ପ୍ରବନ୍ଧ ପ୍ରକାଶ ପାଇଛି । ଏହି ଆଲେଖ୍ୟଟି ରୋଗର ଏକ ସମ୍ଭାବ୍ୟ ଔଷଧ ସମ୍ପର୍କରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣସ୍ଥିତ “ସ୍ୱିନବର୍ଣ୍ଣ ବିଶ୍ୱବିଦ୍ୟାଳୟରେ” ବୈଜ୍ଞାନିକମାନେ ଏକ ପରୀକ୍ଷା କରିଥିଲେ ମୂଷାମାନଙ୍କୁ ନେଇ । ଗବେଷକମାନେ ମୂଷାମାନଙ୍କୁ “ଆଲଫା ସାଇନ୍ୟୁକ୍ଲିନ୍” ପ୍ରୋଟିନର କିଛି ଦ୍ରବଣକୁ ନିୟମିତ ଭାବରେ ନାକ ମାଧ୍ୟମରେ ଦେଲେ ପୂର୍ବରୁ ଆମେ ଜାଣିଛେ ଯେ ଏହି ପ୍ରୋଟିନ ହିଁ ପାର୍କିନସନ କରାଇଥାଏ ଫଳସ୍ୱରୂପ ମୂଷାମାନଙ୍କ ଦେହରେ ପାର୍କିନସନର ଲକ୍ଷଣ ଦେଖାଗଲା ଏହାପରେ ଏହି ମୂଷାମାନଙ୍କୁ ଦୁଇଦଳରେ ବିଭକ୍ତ କରାଯାଇ, ଗୋଟିଏ ଦଳକୁ କମ୍ପାଉଣ୍ଡ- ଏକ୍ସ ସମ୍ଭାବ୍ୟ ଔଷଧ ଦିଆଗଲା ଅନ୍ୟ ଦଳକୁ କୌଣସି ଔଷଧ ଦିଆଗଲା ନାହିଁ କିଛି ଦିନ ପରେ ପରୀକ୍ଷାରୁ ଜଣାପଡ଼ିଲା ଯେ, ଯେଉଁ ଦଳଟି ଉପରୋକ୍ତ ଔଷଧ ପାଇଛନ୍ତି, ସେମାନେ ନ ପାଇଥିବା ଦଳଠାରୁ ଅପେକ୍ଷାକୃତ ସୁସ୍ଥ ଅଛନ୍ତି
ଏହି କମ୍ପାଉଣ୍ଡ- ଏକ୍ସ ଔଷଧଟି ସମ୍ପ୍ରତି ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନର୍ ସ୍ୱୀକୃତି ପାଇଛି
ବୈଜ୍ଞାନିକମାନେ ଦାବି କରୁଛନ୍ତି କି, ଏହି ଔଷଧଟିର ମୁଖ୍ୟକାମ ହେଉଛି ମସ୍ତିଷ୍କରୁ ବର୍ଜ୍ୟବସ୍ତୁର ନିଷ୍କାସନ କରିବା । ଯେହେତୁ ଔଷଧକୁ ନେଇ ଆଉ କିଛି ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ରହିଛି, ତେଣୁ ଏହାର ପୂର୍ଣ୍ଣାଙ୍ଗ ନାମକରଣ ଏପର୍ଯ୍ୟନ୍ତ କରାଯାଇନାହିଁ । ଆଗାମୀ ସମୟରେ ଏହି ଔଷଧ ପାର୍କିନସନ ରୋଗୀମାନଙ୍କ ପାଇଁ ଏକ
ଆଲୋକବର୍ତ୍ତିକା ହେବ ବୋଲି ଆଶା କରାଯାଉଛି ।
ଓଡ଼ିଶା ସ୍ୱାସ୍ଥ୍ୟ ସେବା
ଭୁବନେଶ୍ୱର
ମୋବାଇଲ ନଂ- ୮୧୪୪୦୪୨୯୯୭
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା