ଶିକ୍ଷା
ଅଭିମନ୍ୟୁ ବେହେରା
ଅଭିମନ୍ୟୁ ବେହେରା
ଅଧିକାଂଶ ଲୋକ ଭାବନ୍ତି ଯେ ସ୍କୁଲରେ ଯାହା ସବୁ ପଢାଯାଇଥାଏ ତାହା ହେଉଛି ଶିକ୍ଷା ଏହା ସତ୍ୟ ମାତ୍ର ବ୍ୟାପକ ନୁହେଁ କାରଣ ଶିଶୁ କେବଳ ସ୍କୁଲରେ ଶିକ୍ଷାପାଇଥାଏ ତା ନୁହେଁ, ସ୍କୁଲ ପରିସର ବାହାରେ ମଧ୍ୟ ସେ ଅନେକ କିଛି ଶିକ୍ଷାଲାଭ କରିଥାଏ ଯୋଉ ଶିକ୍ଷା ଶିଶୁର ଜୀବନରେ ଦଶନ୍ଧି ଦଶନ୍ଧି ଧରି ଶତାବ୍ଦୀ ଶତାବ୍ଦୀ ଧରି କାମରେ ଆସିଥାଏ ଏବଂ ସେଇ ଶିକ୍ଷା ତାର ବ୍ୟବହାରରେ ସଂସ୍କାରରେ ପ୍ରତିଫଳିତ ହୋଇଥାଏ ଏହା ସହିତ ସମାଜରେ ତାର ପ୍ରତିଫଳନ ତା ଚରିତ୍ରରେ ଆଚରଣରେ ଦେଖିବାକୁ ମିଳିଥାଏ ସ୍କୁଲର ଶିକ୍ଷା ଏକ ନିର୍ବ୍ଦିଷ୍ଟ ବୟସର, ନିର୍ବ୍ଦିଷ୍ଟ ଶ୍ରେଣୀର ଏବଂ ଏକ ନିର୍ବ୍ଦିଷ୍ଟ ସ୍ତର ଦେଇ ଗତି କରିଥାଏ ଯେମିତି ପ୍ରାଥମିକ ଶିକ୍ଷାରେ ଶିଶୁ କଣ ପଢି ପାରିବ, ଉଚ୍ଚ ବିଦ୍ୟାଳୟରେ କଣ ପଢି ପାରିବ କିମ୍ବା ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ ସ୍ତରରେ କଣ ପଢିବ ତାହା ଜାତୀୟ ଶିକ୍ଷାନୀତି ଅନୁସାରେ ଶିକ୍ଷକ, ଶିକ୍ଷାବିତ, ମନସ୍ତତ୍ୱବିତ ପ୍ରଭୃତିଙ୍କ ଆଲୋଚନା ଜରିଆରେ ସ୍ଥିର କରାଯାଇଥାଏ
ମଣିଷ ଜୀବନରେ ଶିକ୍ଷା ଅପରିହାର୍ଯ୍ୟ ସ୍କୁଲ, ସ୍କୁଲରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ କିଛି ବହି ଖାତା କଲମ ପେନ୍ସିଲ ରବର ବ୍ୟାଗ୍ ଶ୍ରେଣୀଗୃହ କଳାପଟା ଚକଖଡି ଇତ୍ୟାଦିକୁ ନେଇ ଶିଖା ଯାଉଥିବା ଗଣିତ, ଇଂରାଜୀ, ସାହିତ୍ୟ, ଇତିହାସ, ଭୂଗୋଳ ପ୍ରଭୃତି ବିଷୟ ମାତ୍ର ଏସବୁ ଏକ ସୀମିତ ବ୍ୟବସ୍ଥା କିନ୍ତୁ ଶିକ୍ଷା କେବେ ସୀମିତ ନୁହେଁ ସାଧାରଣ ଅର୍ଥରେ ଯେଉଁ ବିଶ୍ୱାସ ଅଛି କେବଳ ସ୍କୁଲ ଗଲେ ଏବଂ ସ୍କୁଲରେ ପିଲାମାନେ ଯାହା ଶିଖନ୍ତି ତାହା ହେଉଛି ଶିକ୍ଷା କିନ୍ତୁ କେବଳ ସ୍କୁଲ ନୁହେଁ ସ୍କୁଲ ବାହାରେ ବି ଛାତ୍ର ଛାତ୍ରୀଙ୍କୁ ବହୁତ ଶିଖିବାର ଅଛି ଯେମିତି ନିଜ ପରିବେଶରୁ – ଘରକୁ କେହି ଅତିଥୀ ଆସିଲେ ଆମେ ତାଙ୍କୁ ନମସ୍କାର କରୁ, ବସିବାକୁ କହୁ ଯାହାକୁ ଶିଶୁ ନିଜ ପରିବାର ଠାରୁ ଶିଖିଥାଏ ପିତା ମାତାଙ୍କ ସହିତ ବଜାରକୁ ଗଲା ବେଳେ ବଜାରରେୁ କିଣା କିଣି ବେଳେ ଶିଶୁଟି ଦେଖେ ଦୋକାନୀ ଜିନିଷର ଦାମ ଯାହା କହେ ପିତାମାତା ତାକୁ ମୂଲାମୁଲି କରି କିଣନ୍ତି ସେଠାରେ ଶିଶୁଟି ଶିଖେ ବାରଗେନିଙ୍ଗ କରିବା ଏଥି ସହିତ ଶିକ୍ଷାର ଅନେକ ସ୍ରୋତ ଅଛି, ଯେମିତି ପରିବାର ସମବୟସ୍କ ଦଳ, ପଡୋଶୀ, ଧର୍ମ ପୀଠ, ବଜାର, ପର୍ବପର୍ବାଣ, ମେଳା ଯାତ୍ରା, ଖବରକାଗଜ, ଟେଲିଭିଜନ ପ୍ରଭୃତିରୁ ଶିଶୁ ବିଭିନ୍ନ ଶିକ୍ଷାଲାଭ କରିଥାଏ
ମଣିଷ ଜୀବନରେ ଶିକ୍ଷା ଅପରିହାର୍ଯ୍ୟ, ଶିକ୍ଷାକୁ ନେଇ ଆମେ ଶିକ୍ଷିତ ବୋଲାଇଥାଉ ମାତ୍ର ବେଳେବେଳେ ଶିକ୍ଷିତ ହୋଇ ଅନେକ ଅଶିକ୍ଷିତ କାର୍ଯ୍ୟକଳାପ ଦେଖିବାକୁ ମିଳିଥାଏ ହୁଏତ ତାର କାରଣ ଖରାପ ସାଙ୍ଗ ସାଥିମାନଙ୍କର ପ୍ରଭାବ, ଖରାପ ପରିବେଶର ପ୍ରଭାବ ଯୋଗୁ ତେଣୁ ପ୍ରଥମରୁ ଆମେ ଶିଶୁକୁ ଭଲ ସାଙ୍ଗ ଭଲ ପରିବେଶ ସହିତ ଜଡିତ କରାଇବା ଉଚିତ୍, ଯାହାକି ଭବିଷ୍ୟତରେ ଶିଶୁ ଜଣେ ଉତ୍ତମ ନାଗରିକ ଭାବରେ ନିଜକୁ ଗଢିତୋଳିବା ସହିତ ଦେଶ ଓ ଜାତିର ଉପକାର ପାଇଁ ସେ ତାର ଶିକ୍ଷାକୁ କାର୍ଯ୍ୟରେ ଲଗାଇ ପାରିବ ଏଥିରେ ଶିକ୍ଷକ, ପିତାମାତା, ଅଭିଭାବକ ସମସ୍ତଙ୍କର ଭୂମିକା ରହିଛି ସିଏ ମାର ଗାଳି ହେଉ କି ବାପାଙ୍କର ତାଳି ହେଉ, ଜଣଙ୍କର ଆକଟ ଅନ୍ୟ ଜଣଙ୍କର ଉତ୍ସାହ ଉଭୟ ଶିଶୁ ପାଇଁ ଔଷଧ ଭଳି କାମ କରିବ ପାଂଚ ଟଙ୍କା ନେଇ ବଜାରକୁ ଯାଉଥିବା ଶିଶୁଟି ପଚାଶ ଟଙ୍କାର ଜିନିଷ ଧରି ବଜାରରୁ ଫେରିଲା ବେଳେ ତାକୁ ପ୍ରଶ୍ନ କରାଯାଉ - ପାଂଚ ଟଙ୍କାତ ଦେଇଥିଲି ପଚାଶ ଟଙ୍କାର ଜିନିଷ କେମିତି ଆଣିଲୁ ........... । ଏଥିରେ ଚୋରି ନା ଅନ୍ୟ କିଛି କାହାଣୀ ରହିଛି ........ !!!!
ଅଧ୍ୟକ୍ଷ – ମାଇଁ ପ୍ଲାନେଟ୍ ପବ୍ଲିକ୍ ସ୍କୁଲ
ସ୍ୱାମପାଟଣା, ଭୋଳବେଡା, କେନ୍ଦୁଝର,
ମୋ – ୯୯୩୮୮୧୬୦୬୯
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା