ଆଧୁନିକ ଯୁଗରେ ସଂସ୍କୃତିର ଅବକ୍ଷୟ
ଡଃ ମିଥୁନ କୁମାର ଶତପଥୀ
ଡଃ ମିଥୁନ କୁମାର ଶତପଥୀ
(ଅଧ୍ୟାପକ, ସାହିତ୍ୟ ବିଭାଗ) ,
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ , ଶ୍ରୀ ସଦାଶିବ ପରିସର, ପୁରୀ
ଆଧୁନିକ ସଂସ୍କୃତି ହେଉଛି ଅପସଂସ୍କୃତିର ବାର୍ତ୍ତାବହ ସଂଶୟବାଦ, ବେପରୁଆ ରୀତିନୀତି, ଯଥେଚ୍ଛାଚାରିତା, ବ୍ୟକ୍ତିଗତ ସ୍ବାଧୀନତାର ଦୁରୁପଯୋଗ ଆଜି ସମଗ୍ର ସାମାଜିକ ସତ୍ତାକୁ ବିପର୍ଯ୍ୟସ୍ତ କରିଛି। ସଂସ୍କାରରୁ ସଂସ୍କୃତିର ଉଦ୍ଭବ । ମଣିଷ ଜାତିକୁ ଶୃଙ୍ଖଳିତ ରଖିବା ପାଇଁ ବିଭିନ୍ନ ନୀତିନିୟମର ସଂହତି ଘଟାଇ ମହାପୁରୁଷଗଣ ମୁକ୍ତି, ଶାନ୍ତି ଓ ଆତ୍ମିକ ଉନ୍ନତିର ପଥ ଦେଖାଇଥିଲେ କିନ୍ତୁ କାଳକ୍ରମେ ଆଜି ମଣିଷ ନୀତିହୀନ ଓ ଭ୍ରଷ୍ଟ ପାଲଟିଯାଇଛି
କଥାରେ ଅଛି, “ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ” ଶାସ୍ତ୍ର ଭାରତୀୟ ସଂସ୍କୃତି ସମ୍ବନ୍ଧରେ ମତ ବ୍ୟକ୍ତ କରେ, “ସା ପ୍ରଥମା ସଂସ୍କୃତି ବିଶ୍ବବାରା” ଅର୍ଥାତ୍ ଭାରତୀୟ ସଂସ୍କୃତି ହିଁ ସମଗ୍ର ବିଶ୍ବରେ ସର୍ବ ପ୍ରଥମ ସଂସ୍କୃତି
ଏଠାରେ ଜନ୍ମିତ ମୁନିଗଣ ଯଥା:-ବଶିଷ୍ଠ, ସାନ୍ଦିପନୀ, ଶୁକ, ସନକ, ଯାଜ୍ଞବଳକ୍ୟ, ବ୍ୟାସ, ବାଲ୍ମିକୀ ଓ ଧୌମ୍ୟ ଇତ୍ୟାଦି ବହୁ ସଂହିତାମାନ ରଚନା କରି ସମାଜ ଓ ବ୍ୟକ୍ତିର ଉନ୍ନତି କଳ୍ପେ ତାହା ଛାଡି ଯାଇଛନ୍ତି କିନ୍ତୁ ଆଧୁନିକ ମାନବ ସେସବୁର ତର୍ଜମା ନକରି ପାଶ୍ଚାତ୍ୟ ସଭ୍ୟତାର ବଶବର୍ତ୍ତୀ ହୋଇ ହେତୁବାଦୀ ଚିନ୍ତାଧାରା ଦ୍ବାରା ସମାଜର ଭିତ୍ତିଭୂମିକୁ ଧ୍ବଂସୀଭୂତ କରିବାରେ ଲାଗିଛି ପୂର୍ବ କାଳରେ ଗୁରୁକୂଳ ଆଶ୍ରମରେ ରହି ବ୍ରହ୍ମଚର୍ଯ୍ୟ ପାଳନ କରି ଗୁରୁଙ୍କ ପ୍ରତି ଭକ୍ତି ଅଟଳ ରଖି ଶିଷ୍ୟଟିଏ ବହୁ ଜ୍ଞାନର ଅଧିକାରୀ ହୋଇ ପାରୁଥିଲା ପରବର୍ତ୍ତୀ ସମୟରେ ଗାର୍ହସ୍ଥ୍ୟାଶ୍ରମରେ ଅତିଥି ସେବା, ବାନପ୍ରସ୍ଥରେ ତପ ଆଚରଣ ଓ ସନ୍ନ୍ୟାସରେ ଈଶ୍ବର ଚିନ୍ତନ କରି ଏକ ଶୃଙ୍ଖଳିତ, ନୈତିକ, ଆଧ୍ୟାତ୍ମିକ ଜୀବନ ନେଇ କାଳାତିପାତ କରୁଥିଲା କିନ୍ତୁ ଆଜି ସମୟ ବଦଳିଯାଇଛି ପାଶ୍ଚାତ୍ୟ ରୂଚି, ଚାଲିଚଳନ ଦ୍ୱାରା ପ୍ରଭାବିତ ହୋଇ ଆଧୁନିକ ମାନବ ଅବକ୍ଷୟ ଆଡକୁ ଗତି କରୁଛି ଏବେ ତା ପାଇଁ ପୁରାତନ ଶାସ୍ତ୍ର ଅନୁମୋଦିତ କଥାମାନ ମୂଲ୍ୟହୀନ । ରାମାୟଣ ଓ ମହାଭାରତର କଥାବସ୍ତୁକୁ ସେ କପୋଳକଳ୍ପିତ ବୋଲି ଭାବୁଛି ପାରିବାରିକ ଜୀବନ ଓ ପାରମ୍ପରିକ ରୀତିନୀତି ଆଜି ଗୁରୁତ୍ୱହୀନ
ପୂର୍ବେ ନାରୀକୁ ଦେବୀ ତୁଲ୍ୟ ସମ୍ମାନ ଦିଆଯାଉଥିଲା ଉପନିଷଦରେ କୁହାଯାଇଛି, “ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ” ନାରୀ ପାଖରେ ମଧ୍ୟ ଅପରିମିତ ପତିଭକ୍ତି ଥିଲା ସ୍ୱାମୀଙ୍କୁ ସେ ଇହକାଳର ଓ ପରକାଳର ଦେବତା ମନେ କରୁଥିଲା ତେଣୁ ସ୍ତ୍ରୀକୁ ଧର୍ମପତ୍ନୀ ବୋଲି କୁହାଯାଉଥିଲା କିନ୍ତୁ ଏ ସମୟର ନାରୀ ପୁରୁଷକୁ କେବଳ ତା’ର କାମନାର ପୂର୍ତ୍ତି ପାଇଁ ପୁରୁଷବନ୍ଧୁ ବା (ବୟଫ୍ରେଣ୍ଡ୍) ବୋଲି ଭାବୁଛି ସେ ଧର୍ମ କର୍ମ ଠାରୁ ବହୁ ଦୂରରେ ପରକୀୟା ପ୍ରୀତି, ବିବାହ ବିଚ୍ଛେଦ, ଛାଡପତ୍ର, ଏକାଧିକ ପୁରୁଷ ସହ ଶାରିରୀକ ସମ୍ପର୍କ ନାରୀର ଚରିତ୍ର ରୂପକ ଭୂଷଣକୁ ଆଜି
କଳୁଷିତ କରିଛି ପୁରୁଷମାନଙ୍କର ଆଚରଣ ମଧ୍ୟ ତଦୃପ ଏ ପରିପ୍ରେକ୍ଷୀରେ ସାମାଜିକ ସଂସ୍କୃତି ଯେ କେତେ ମାତ୍ରାରେ ବାଧାପ୍ରାପ୍ତ ତାହା ସହଜରେ ଅନୁମେୟ ଜଣାପଡିଲାଣି ଆଉ କିଛି ବର୍ଷ ପରେ ଭାରତୀୟ ସଂସ୍କୃତି ସମ୍ପୂର୍ଣ୍ଣ ରୂପେ ଲୋପ ପାଇଯିବ ଯଦି ଏହାର ଠିକ୍ ରୂପେ ସଂରକ୍ଷଣ ନ ହୁଏ
ଏଭଳି ଏକ ବିଷମ ପରିସ୍ଥିତି ଓ ପରିବେଶ ଭିତରେ ଅସନ୍ତୁଳିତ ଜୀବନ ନେଇ ବଞ୍ଚିବା ଅସମ୍ଭବ ହୋଇ ପଡିଛି ଭାରତୀୟ ସଂସ୍କୃତିର ମୌଳିକ ସ୍ବରୂପକୁ ଫେରି ପାଇବା ପାଇଁ ପୁଣି ଫେରିଯିବାକୁ ହେବ ସେହି ବୈଦିକ ଯୁଗକୁ କେବଳ ଆମ ସଂସ୍କୃତିର
ବସୁଧୈବ କୁଟୁମ୍ବକମ୍ ନୀତି ଏହାକୁ ଜଗତରେ ମହିମାନ୍ବିତ କରିଛି ଭାରତର ବିଶ୍ବଭାତୃତ୍ବ, ପାରିବାରିକ ସ୍ନେହ ସହାନୁଭୂତି, ପିତୃମାତୃ ପୂଜନ, ଗୁରୁଭକ୍ତି, ଶାନ୍ତି, ସଦ୍ଭାବ ପାଖରେ ସମଗ୍ର ବିଶ୍ୱ ସର୍ବଦା ମଥାନତ ଅତଏବ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯେତେ ଉନ୍ନତି ଘଟିଲେ ବି ଭାରତୀୟ ସଂସ୍କୃତି ବିପର୍ଯ୍ୟସ୍ତ ହେଲେ ସମଗ୍ର ବିଶ୍ୱ ଧ୍ୱଂସୀଭୂତ ହେବ
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା