ଉଲେଇ ହି’ ଝୁଲି ଝୁଲି
ସୁନୀଲ କୁମାର ଅଗସ୍ତି
ସୁନୀଲ କୁମାର ଅଗସ୍ତି
ସଭେଁ ଜାନିଛନ୍ ଜନା କଥା
ବାଘ୍ ମାର୍'ସି ଛଲାଙ୍ଗ୍ ହୁଁ ଧାପେ
ଖେଟି ଯାଏସି ନିଦାନେ ଚୁଟେକେ,
ଇ'ଫାଲେ ମାକରର୍ କଥା
କାଏଁ କହେବ ଆର୍ କାଏଁଟା
ଉଲେଇ ହି' ଝୁଲି ଝୁଲି ଡାହି ପଖରା
ଆଗ୍'କେ ଯିବାର୍ ତାର୍ ମୁଲହୁ ବଏସରା,,
ମାହାପୁରୁ ବନେଇଛେ ମୁନୁଷ୍ କେ ତାର୍ ବତ୍'ରେ
ଏନତା କିସମେ ଯବର୍ ଗାଗର୍ ବଫୁ ଦେଇ
ତାର୍ କବାର ସେ ଅବଗି କରସି ନିଜେ
ନି' କାହକେ ଆଶ୍ କରି ବଲ୍'ଲଟି,
ମୁନୁଷର୍ ଆତ୍ମା ମୁନୁଷର୍ ବିବେକ୍ କଲେ କଲେ
ତାକେ ଆଗ୍'କେ ନେଉ ଥିସି ଢେଗଲି ବାଟ୍ କଢେଇ,,
ସମିଆଁ ଗଲା ବଦଲି କି ଯୁଗ୍ ଗଲା ଲେଁହେଟି କାଏଁ
ମୁନୁଷର୍ ଚଲନ୍ ଗଲା ନ' କାଏଁ ଉଦରି ବିଦରି ଧସକି,
ଏଭର୍ ମୁନୁଷ୍ ଗଁଏଠ୍ କଲାନ କାଏଁ
ଅବଗି ମାକର୍ ଚଲନ୍ ରଖି ମନେ ଗୁଟେ ଭାବ୍
ବିନ୍ ଉଲେଇ ହି' ଝୁଲି ଝୁଲି ନି' ଖେଟି ହୁଏ ନିଦାନେ
ତାର୍ ମନେ ପୁଷିଛେ ମନେ ବଢେଟେ ଭରମ୍,,
ଯୁଗ୍ ଯୁଗ୍ ନୁ ଆଏ ଉତରେନ୍ ନୂଆଁ ନି' ସେ ଇଟା
ମୁନୁଷ୍ ଆଏ ଗଖା ଲୋକର ପଛୁଆଲ୍ ହରମିସା
ଅବଗି ପଟେ ରୁଟିର୍ ଲାଗତି ପେଟର୍ କାଯେ
ଇଥିର୍ ଲାଗତି ମୁନୁଷର୍ ମନେ ଆଏଜ୍ ପତେକ୍
ରଁଚେ ଗଲେ ନି' ଆଏବାର୍ ମରଡି ଦୁକାଲ୍,,
ଆତ୍ମା ହୀନ୍ ବିବେକ୍ ସାଁକୁର୍
'ଝୁଲୁ'ର୍ ବଢେଟେ ଗୁନ୍,
ଗାଗର୍ ଦୁରବଲ୍ ମନ୍ ବିଟାଲ୍
ମୁନୁଷ୍ ପନେ ଅବଗି ଶୂନ୍,,
ଟିଟିଲାଗଡ଼, ବଲାଙ୍ଗୀର
ମୋ /୯୪୩୭୨ ୧୦୮୮୭
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା