ବାପା ବୁଢ଼ା ହେଇଗଲେ...
ନିତ୍ୟ ରଞ୍ଜନ ନନ୍ଦ
ନିତ୍ୟ ରଞ୍ଜନ ନନ୍ଦ
ତାଙ୍କ ଗୋଡ଼, ହାତ ଆଉ ମଜବୁତ ନ ଥିଲା ବାପା ବୁଢ଼ା ହେଇଗଲେ ତେଣୁ ଘରେ ଚାଲିବା ସମୟରେ ସେ ପ୍ରାୟତଃ ଘରର କାନ୍ଥର ସାହାଯ୍ୟ ନେଉଥିଲେ ଯେଉଁଠି ତାଙ୍କ ହାତ ବାଜୁଥିଲା, ସେଇଠି କାନ୍ଥର ରଙ୍ଗ ଫିକା ପଡିଯାଉଥିଲା ଏବଂ ଆଙ୍ଗୁଠିର ଦାଗ ସ୍ପଷ୍ଟ ଦେଖା ଯାଉଥିଲା ମୋ ସ୍ତ୍ରୀଙ୍କୁ ଏ କଥା ଜମାରୁ ପସନ୍ଦ ନ ଥିଲା ଯଦିଓ ମୁଁ ଆଗରୁ ଏ ବିଷୟରେ ଧ୍ୟାନ ଦେଇ ନଥିଲି ସ୍ତ୍ରୀ ପ୍ରାୟତଃ କହୁଥିଲେ ଯେ ଘରର କାନ୍ଥଗୁଡିକ ମଇଳା ଦିଶୁଛି ଆଉ ଅତିଥିମାନଙ୍କ ଆଗରେ ଏ ସବୁ ଭଲ ଲାଗୁନି
ଦିନେ ବାପାଙ୍କ ମୁଣ୍ଡରେ ଭୀଷଣ ଯନ୍ତ୍ରଣା ହେଲା ତେଣୁ ସେ ମୁଣ୍ଡରେ ତେଲ ଲଗେଇ ଦେଇଥିଲେ ସେହି ଅବସ୍ଥାରେ ସେ ଯେତେବେଳେ କାନ୍ଥକୁ ଧରି ଚାଲୁଥିଲେ, କାନ୍ଥରେ ତେଲ ଦାଗ ଲାଗି ଯାଉଥିଲା ଏ କଥା ଦେଖି ସ୍ତ୍ରୀ ବହୁତ ରାଗିଗଲେ ଆଉ ମୋ ଉପରେ ଭୀଷଣ ବର୍ଷିଗଲେ ସେ ଦିନ ମୁଁ ବି ବିରକ୍ତ ହେଲି ଆଉ ରାଗିକି କାନ୍ଥ ନ ଛୁଇଁବାକୁ ବାପାଙ୍କୁ ତାଗିଦ୍ କଲି
ମୋ କଥା ଗୁଡିକ ବାପାଙ୍କୁ ଆଘାତ ଦେଇଥିଲା ସେ ଦୁଃଖିତ ଥିଲେ ତାଙ୍କ ମୁହଁରେ ଦୁଃଖ ମୁଁ ସ୍ପଷ୍ଟ ବାରି ପାରୁଥିଲି କିନ୍ତୁ ସେତେବେଳେ ମୋର ଅହଙ୍କାର ଏତେ ବଢ଼ି ଯାଇଥିଲା ଯେ, ମୁଁ ତାଙ୍କ ଠାରୁ କ୍ଷମା ମାଗିବାର ସାହସ ହରେଇ ଦେଇଥିଲି କିନ୍ତୁ ସେହିଦିନ ଠାରୁ ବାପା ପ୍ରାୟ କାନ୍ଥ ଧରି ଚାଲିବା ଛାଡ଼ି ଦେଇଥିଲେ
ତାଙ୍କ ଯିବା ପରେ ମୋ ହୃଦୟରେ ଏପରି ଏକ ଶୂନ୍ୟତା ଏବଂ ଅପରାଧବୋଧ ଭରିଗଲା, ଯାହା ପ୍ରତ୍ୟେକ ମୁହୂର୍ତ୍ତରେ ମତେ କୋରି ଖାଇ ଦେଉଥିଲା ମୁଁ ବାରମ୍ବାର ଭାବୁଥିଲି ଯେ, ଯଦି ମୁଁ ସେଦିନ ବାପାଙ୍କୁ ଗାଳି ଦେଇ ନଥାନ୍ତି! ସେ ଆମର ସାହାରା ହୋଇଥାନ୍ତେ
କିଛି ମାସ ପରେ ଆମ ଘରର ରଙ୍ଗ କରିବାକୁ ନିଷ୍ପତ୍ତି ନେଲୁ ଯେତେବେଳେ ମିସ୍ତ୍ରୀମାନେ ଘରର ରଙ୍ଗ ସଫା କରିବାକୁ ଲାଗିଲେ, ମୋ ପୁଅ ଯିଏ ତା ଜେଜେଙ୍କୁ ପ୍ରାଣ ଠାରୁ ଅଧିକ ଭଲ ପାଉଥିଲା, ହଟାତ୍ ସେମାନଙ୍କ ପାଖକୁ ଗଲା ଆଉ କହିଲା, "ଏଇ ଦାଗ ଗୁଡିକୁ ଲିଭାନ୍ତୁ ନାହିଁ, ଏ ଗୁଡିକ ମୋ ଜେଜେଙ୍କ ହାତ ଚିହ୍ନ ମିସ୍ତ୍ରୀ ପୁଅର କଥାକୁ ଧ୍ୟାନର ସହିତ ଶୁଣୁଥିଲେ ଏବଂ ହସି ହସି କହିଲେ, ସେ ଏ ଚିହ୍ନ ଗୁଡିକୁ ଲିଭେଇବେ ନାହିଁ ବରଂ ଏହା ଚାରିପଟେ ସୁନ୍ଦର ଡିଜାଇନ କରି ସେ ଗୁଡିକୁ ସବୁଦିନ ପାଇଁ ସ୍ମରଣୀୟ କରିଦେବେ
ପ୍ରକୃତରେ ଅଳ୍ପ ଦିନ ଭିତରେ ସେହି ଚିହ୍ନ ଗୁଡିକ ଚାରି ପାଖରେ ଥିବା ସୁନ୍ଦର ବୃତ୍ତ ଏବଂ କଳାତ୍ମକ ଆକୃତି କାନ୍ଥକୁ ଏକ ନୁଆଁ ରୂପ ଦେଇଦେଲା ଯେଉଁ କାନ୍ଥ ଗୁଡିକ ଆଗରୁ ମତେ ମଇଳା ଲାଗୁଥିଲା, ଏବେ ସେ ଗୁଡିକ ମୋ ପାଇଁ ମୂଲ୍ୟବାନ ସ୍ମୃତି ହୋଇଗଲା
ସମୟ ବିତିଗଲା ଏବଂ ମୁଁ ବି ଆସ୍ତେ ଆସ୍ତେ ବୁଢ଼ା ହେବାକୁ ଲାଗିଲି ମୋ ଗୋଡ଼, ହାତ ବି ଆଗ ଭଳି ଆଉ ମଜବୁତ ନଥିଲା ଏବଂ ମତେ ବି ଚାଲିବା ସମୟରେ ସାହାଯ୍ୟର ଆବଶ୍ୟକତା ଅନୁଭବ ହେଉଥିଲା ଦିନେ ମୁଁ କାନ୍ଥ ଧରିବାକୁ ଚେଷ୍ଟାରୁ ନିଜକୁ ଅଟକେଇଲି, କାରଣ ବାପା କହିଥିବା କଥା ଗୁଡିକ ମୋର ବେଶ ମନେ ପଡିଗଲା ଠିକ୍ ସେତିକିବେଳେ ମୋ ପୁଅ ଦୌଡ଼ି ଆସି ମୋ ପାଖରେ ପହଂଚି ଗଲା ଏବଂ ମୋ ହାତ ଧରି କହିଲା, "ବାପା..... କାନ୍ଥକୁ ଧରି ନିଅନ୍ତୁ ନ ହେଲେ କେଉଁଠି ପଡିଯିବେ" ସେ ସମୟରେ ମୋ ନାତି ବି ମୋ ପାଖକୁ ଆସିଲା ଏବଂ ସ୍ନେହରେ ତା କାନ୍ଧ ମୋ ସାମ୍ନାକୁ କରିଦେଲା, ଯାହା ଫଳରେ ମୁଁ ମୋ ହାତ ତା କାନ୍ଧ ଉପରେ ରଖିପାରିବି
ସେଇ ମୁହୂର୍ତ୍ତରେ ମୋ ଆଖିରୁ ଲୁହ ଗଡିବାକୁ ଲାଗିଲା କାରଣ ମୋ ବାପାଙ୍କ କଥା ମୋର ମନେ ପଡିଗଲା ଏବଂ ମନରେ ଏମିତି କଷ୍ଟ ହେଲା ଯେ, ଯଦି ମୁଁ ବି ତାଙ୍କ ସହିତ ଏମିତି ସ୍ନେହ ଏବଂ ଧୈର୍ଯ୍ୟ ଦେଖାଇ ଥାନ୍ତି ତେବେ ସେ ହୁଏତ ଆଉ କିଛି ଦିନ ଆମ ସହିତ ରହି ପାରିଥାନ୍ତେ
କିଛି ସମୟ ପରେ ନାତି ତାର ଡ୍ରଇଂ ଖାତା ଧରି ମୋ ପାଖକୁ ଆସିଲା ଏବଂ ମତେ ଗୋଟିଏ ଚିତ୍ର ଦେଖେଇଲା ସେହି ଚିତ୍ରଟି ସେଇ କାନ୍ଥରେ ଥିବା ସେହି ହାତର ଚିହ୍ନ ଗୁଡିକ ଥିଲା, ଯାହା ଦିନେ ମୋର ଅସୁବିଧାର କାରଣ ହୋଇଥିଲା କିନ୍ତୁ ମୋ ପାଇଁ ଏବେ ମୋ ଜୀବନର ବଡ଼ ଶିକ୍ଷା ପାଲଟି ଯାଇଥିଲା
ଏବେ ମୁଁ ବୁଝିପାରିଲି ଯେ ସମୟ କାହାକୁ ଅପେକ୍ଷା କରେ ନାହିଁ ଦିନେ ନା ଦିନେ ଆମ ସମସ୍ତଙ୍କୁ ବୁଢ଼ା ହେବାକୁ ପଡିବ
ତେଣୁ ଏହା ଜରୁରୀ ଯେ ଆମର ବୟସ୍କ ବ୍ୟକ୍ତିମାନଙ୍କୁ ସଂମାନ କରୁଁ ସେମାନଙ୍କ ମନର ଭାବନକୁ ବୁଝୁ ଏବଂ ନିଜ ପିଲାମାନଙ୍କୁ ବି ସେଇ ସଂସ୍କାର ଦେଉ, କାରଣ ଆମେ ଆଜି ଯାହା ଆମ ପିତାମାତାଙ୍କ ସହିତ କରୁଛେଁ କାଲି ଆମ ପିଲାମାନେ ବି ସେୟା କରିବେ
ସେଇଥିପାଇଁ କଥାରେ ଅଛି “ଦେଇଥିଲେ ପାଇ, ବୁଣିଥିଲେ ଦାଇ......”
ଡି ଏଲ୍ ଏ -୧୨, ବୀର ସୁରେନ୍ଦ୍ର ସାଏ ନଗର, ଭୁବନେଶ୍ୱର
ମୋ - ୯୪୩୭୧୭୮୪୨୪
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା