ଅଭୁଲା ଅତୀତ
ଅନିତା ପଣ୍ଡା
ଅନିତା ପଣ୍ଡା
ଅଭୁଲା ଅତୀତ ନାମ ତା ସ୍ମୃତି
ସତେ ବା ଅଟେ ଏକ ସୁନ୍ଦର ଜୀବନ ସାଥୀ ।।
ସେ ଏକ ଆରାମଦାୟକ ଅନୁଭବ ଯନ୍ତ୍ରଣାର ।।
କେତେବେଳେ ହସାଏ ପୁଣି କେତେବେଳେ କନ୍ଦାଏ ।।
ବିତିଯାଇଥିବା ଅନାବନା ଭାବନାର ଛାଇ ହୋଇ ପାଖେ ପାଖେ ବୁଲୁଥାଏ ।।
କହିଥାଏ କେତେ ଯେ ଅକୁହା ବେଦନା,ତା ଭିତରେ ପୁଣି ବଞ୍ଚିବାର ସମ୍ଭାବନା ।।
ସ୍ମୃତି ଯେ ସେ ଆଉ ପଛକୁ ଫେରେ ନାହିଁ ।।
ପିଲା ଦିନର ସେ କାହାଣୀ
ମା ପାଖରେ ଅଳି ଅଝଟ ଆଉ ବାପାଙ୍କ ବୁଝାମଣା ।।
ସେ କୁନି କୁନି ଖେଳନା
ମିଛିମିଛିକା ଭାତ ତିଅଣ ରାନ୍ଧଣା ।।
ଆକାଶକୁ ଛୁଇଁବାର ନିଶା
ଜନ୍ହ ମାମୁଁକୁ ପାପୁଲିରେ ଧରିବାର ଆଶା ।।
ପ୍ରଜାପତି ଧରିବାର ମଜା
ଅଜାଙ୍କର ବଙ୍କୁଲି ବାଡ଼ିରେ ଖେଳିବାର ସଜା ।।
କାଗଜ ଡଙ୍ଗାର ଖୁସି
ରାଗ ଅଭିମାନର ସତେ ଅବା ସବୁ ପ୍ରଶ୍ନବାଚୀ ।।
ସମୟର ସୁଅରେ ସବୁ ବହିଯାଏ
ରହିଯାଏ ସ୍ମରଣ ସ୍ମୃତିର ଏ ଯାଏଁ ।।
କାନେ କାନେ କହିଯାଏ
ସମୟ ସ୍ରୋତରୁ ଖୁସି ସାଉଁଟିବା ପାଇଁ ।।
ସେ ଖୁସି ହଜିଲା ଅତୀତର ସ୍ମୃତି ବଖାଣିବା ପାଇଁ ।।
ବ୍ରହ୍ମପୁର
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା