ନୂପୁର
ଉମାକାନ୍ତ ବେହେରା
ଉମାକାନ୍ତ ବେହେରା
ଏଵେ ଏଵେ ଫଗୁଣ ଆସିଛି ବାସିଲାଣି ଆମ ନିଧିବନ
ଫୁଲଙ୍କର ଅଳ୍ପ ଅଳ୍ପ ହସ ଛୁଇଁଲାଣି ଦକ୍ଷିଣା ପବନ l
କୁନି କୁନି କଅଁଳ ପତର ନାଚିଲେଣି ନରମ ପାଦରେ
ବଉଳବି ମନଖୋଲି ଡ଼ାକେ କୋଇଲିକୁ, ମଧୁର ବାସରେ l
ଫୁଲଠାରୁ ରଙ୍ଗ ଚୋରିକରି ଫଗୁ ଉଡେ ଆମ ଅଗଣାରେ
ମୋହାତରେ ରଙ୍ଗ ଦେଖୁଦେଖୁ ତମେଲୁଚ ପଣତପଛରେ l
ହସୁଥାନ୍ତି ଆମ ସଖାମାନେ ଦେଖିତମ ଡରକୁଳା ମୁହଁ
ମୁଁ ଦେଖିଛି ପଣତ ଫାଙ୍କରୁ ତମେ ମୋତେ ଲୁଚି ଲୁଚି ଚାହଁ l
ଏବେଖାଲି ରଙ୍ଗଟିକେ ପାଇଁ ଆମେକେତେ ହେଉଛେ ପାଗଳ
ଲୁଚି ଲୁଚି ଭେଟୁଛି ତମକୁ ରଙ୍ଗକାଳେ ହୋଇଯିବ କାଳ l
ଛୁପି ଛୁପି ଆସ ସିନା ତମେ ନୂପୁରତ ଦେଉଛି ବିଗାଡି
ସେ ଶବଦ ମୋ କାନରେ ବାଜେ ଜାଣିପାରେ ଆସିବାର ଘଡି l
ନିଧିବନ ହାତଠାରେ ଦେଖ ସଜେଇଛି ନିଜକୁ ରଙ୍ଗେଇ
ମୁଁ ଏଠି ଫଗୁ ମୁଠେ ଧରି ନୂପୁରକୁ ରହିଛି କାନେଇ l
ସ୍ବପ୍ନସ୍ମୃତି, ଶ୍ରୀହରିବିହାର, ଗହ୍ମାରିଆ
କେନ୍ଦୁଝରଗଡ଼
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା