ହୃଦୟ

ସ୍ମୃତିମୟୀ ପଣ୍ଡା



ସ୍ମୃତିମୟୀ ପଣ୍ଡା

କେତେ ସହୃଦୟ ଯେ ଏ ହୃଦୟ ।
ସବୁ ସହୀକି ଭି ସେ ଖରାପ ହୁଏ ।।
ବୁଝିବାକୁ ତାକୁ କିଏ ବା ଅଛି ।
ଏହା ଭାବି ସେ କର୍ମ କରୁଅଛି ||
କଇଁ କଇଁ କରି କାନ୍ଦେ ସେ ।
ପୁଣି ଖିଲି ଖିଲି କରି ହସେ ସେ ।।
ପଦେ କହିବା ଆଗରୁ ସେ ବହୁତ ଭାବେ ।
କାରଣ ପଦେ ଟାଣ କଥା ତାକୁ ବହୁତ ବାଧେ ।।
ସଫଳ ସେ ଯେ କେତେ ଦୂର ହେଇଛି ।
ସେ ନିଜେ ଭି କୋ ଜାଣିଛି ।।
ଏତେ ସବୁ କଷ୍ଟ ସହିଲା ପରେ ।
ସମସ୍ତଙ୍କ ମନରେ ହସଟିଏ ଫୁଟେଇବାକୁ ଚେଷ୍ଟା କରେ ।।
ବୟସ ଟା ଯେତେ ବଢେ |
ହୃଦୟ ଟା ସେତେ କୁନି ହେଇଯାଏ ||
କାରଣ ଦୁନିଆ ଟା କଠୋର ଯେ ଏତେ ।
ସେ ସାହିବ ପୁଣି କେତେ ।।
ରୋଲାଣ୍ଡ ଫାର୍ମାସୀ କଲେଜ୍, ବ୍ରହ୍ମପୁର


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା