ଓଡ଼ିଆ ନୂଆବର୍ଷ

ଆକୁଳାନନ୍ଦ ପୃଷ୍ଟି



ଆକୁଳାନନ୍ଦ ପୃଷ୍ଟି

ସୌର ଗଣନାର ପ୍ରଥମ ଦିବସ
ଓଡ଼ିଆ ନୂଆ ବରଷ
ପଣା ସଂକ୍ରାନ୍ତି ପଣାର ଆସର
ପଣା ପିଇ ହେବା ତୋଷ ।

ପଣା ପରି ଆମେ ରୁଚିକର ହେବା
ସବୁରି ହୃଦୟ ଜିଣି
କଥାରେ କାହାକୁ ଆଘାତ ଦେବାନି
ପରକୁ ଆପଣ ମଣି ।

ଆଚାରେ ବିଚାରେ ତିକ୍ତତା ତେଜିବା
ମଧୁର ସମ୍ପର୍କ ଯୋଡି
ଦୁର୍ଗୁଣକୁ ଛାଡ଼ି ସୁଗୁଣ ଦେଖିବା
ବିବାଦକୁ ଯିବା ଏଡି ।






ଅନେକ ଦ୍ରବ୍ୟର ମିଶ୍ରଣରେ ପଣା
ଏକତାର ସ୍ୱାଦ ମିଠା
ଜାତି ଧର୍ମ ବର୍ଣ୍ଣ ହୋଇଥାଉ ଭିନ୍ନ
ଯୁଝିଲା ବେଳକୁ ଗୋଟା ।

ପଣାରେ ମିଶିଲେ ମାଦକ ଦ୍ରବ୍ୟ
ସ୍ୱାଦ ଥାଇ ହେବ ବିଷ
ଦେଶ ଦ୍ରୋହୀ ସବୁ ନିଶା ବେପାରୀ
ଘଟାନ୍ତି ସର୍ବନାଶ ।
ମିଳିମିଶି ପଣା ପ୍ରସ୍ତୁତ କରିବା
ସମସ୍ତେ ପିଇବା ବାଣ୍ଟି
ଦୁର୍ଘଟଣା ପାଇଁ ସତର୍କ ରହିବା
ନ ହେଲେ ପଡ଼ିବା ଝୁଣ୍ଟି ।

ଓଡ଼ିଆ ନୂଆ ବରଷ
ଓଡ଼ିଆ ଅସ୍ମିତା ଅକ୍ଷୁର୍ଣ୍ଣ ରହୁ
ଓଡ଼ିଆ ନ ହେଉ ନିଶ୍ବ ।











ଅବସରପ୍ରାପ୍ତ ପ୍ରଧାନଶିକ୍ଷକ
ମହାଳପଡ଼ା କଖଡି କଟକ
ମୋ -୯୪୩୭୮୬୪୫୬୨


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା