ନିଦ୍ରା ନହୁଲି ପ୍ରେମିକା
ଦିବାକର ନାୟକ
ଦିବାକର ନାୟକ
ନିଦ୍ରା ନହୁଲି ପ୍ରେମିକା ମୋର
ନିଦ୍ରା ମହୁଲି ଆଟିକା
ଅଳସର ପାଲିଙ୍କିରେ
ଆସେ ନିତି ଏକାନ୍ତରେ
ନେଇ ନିଶିର ମଉକା ।।
ଆଖି ମହଲରେ ନୀଳ ଆଲୁଅରେ
ରୂପସୀ ସେ ରଜାଝିଅ
ରଜନୀଗନ୍ଧାର କୁହୁକ ଶେଯରେ
ସପନର ସମାରୋହ
ପାହାନ୍ତି ତାରକା ଲୁଚିଲେ ଗଗନୁ
ଫେରିଯାଏ ଏକା ଏକା..
ନିଦ୍ରା ନହୁଲି ପ୍ରେମିକା ମୋର
ନିଦ୍ରା ମହୁଲି ଆଟିକା ।।
ଶିରାରେ ଶିରାରେ ଭରି ଦିଏ ସେଯେ
କାଲି ପାଇଁ ସଞ୍ଜୀବନୀ
ନୟନ ଖୋଲିଲେ ଉଭେଇ ଯାଏ ସେ
ଏମିତିକା ମାୟାବିନୀ
ନିଦ୍ରା ସୁଖକର, ହେଲେ ଚିର ନିଦ୍ରା
ଶୋକ ଭରା ବିଭୀଷିକା..
ନିଦ୍ରା ନହୁଲି ପ୍ରେମିକା ମୋର
ନିଦ୍ରା ମହୁଲି ଆଟିକା ।।
ଆକାଶବାଣୀ ଗୀତିକାର
ପାଟପୁର, କନିସି
ଗୋଳନ୍ଥରା, ଗଞ୍ଜାମ
ମୋ-୯୯୩୮୬୧୯୯୮୧
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା