ଉଷା ଆଞ୍ଜୁଳି

ଦୁର୍ବାଦଳ



ଦୁର୍ବାଦଳ

ଛଣଘର ଚାଳ ଛପର କନ୍ଦିରୁ
ଚଟିଆ ଶୁଣାଏ ଗୀତି
ରାତି ପାହିହେଲା ପ୍ରଭାତ ସମୟ
ନବୀନ ରବି ଅତିଥି ।।
ଆର ପହରକୁ ହୋଇବେ ପ୍ରଖର
ବାଲି ଗୋଡ଼ି ତାତି ଯିବ
ବାର ବାଜିଗଲେ ଗଛମୂଳେ ଛାଇ
ତଳେ ଆଶ୍ରୟ ଲୋଡିବ ।।
ପାତାଳର ଜଳ ସ୍ତର ସବୁ ଏବେ
ତଳକୁ ତଳକୁ ଯାଏ
ବୃକ୍ଷ ବିହୀନ ଏ ଧରଣୀର ଛାତି
ଡହଳ ବିକଳ ହୁଏ ।।





ଚାଳିଶି କ୍ରମାଙ୍କ ତାପମାତ୍ରା ସିନା
ପଚାଶ ଡିଗ୍ରୀ ସମ
ଅସହ୍ୟ ଗରମ ଅନୁଭୂତ ହୁଏ
ସ୍ବେଦ ବହେ ଗମଗମ ।।
ଚାଷ ଜମି ଏବେ ଜନସଂଖ୍ୟା ବଢ଼ି
ସବୁ ବସ୍ତିବାସ ହେଲା
କଂକ୍ରିଟ ଜଙ୍ଗଲ ଉଭା ହେଉଅଛି
ବନଭୂମି ଲୁଚିଗଲା ।।
ସ୍ଥଳଭାଗ ଯଦି ଏହିପରି ଭାବେ
ଜଳ ଜମି ଶୁନ୍ୟ ହେବ
କାକଳି ର ତାନ ଊଷା ଆଞ୍ଜୁଳିରୁ
ଆପେ ଆପେ ଲିଭିଯିବ ।।


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା