କିଏ ବଡ଼ କିଏ ସାନ କୁହ ତ
ହେମନ୍ତ କୁମାର ନାୟକ
ହେମନ୍ତ କୁମାର ନାୟକ
ଶହେ ବର୍ଷ ବଞ୍ଚି ଦେଶ ଜାତି ପାଇଁ
କିଛି ନ କରିଲେ କି ଲାଭ କୁହତ
ଧର୍ମପଦ ହେଉ ବା ବାଜି ରାଉତ
ବାର ବର୍ଷରେ ଯାହା କରି ଗଲେତ
କିଏ ବଡ଼ କିଏ ସାନ କୁହତ -----୧
କାହାର ଗଣିତ ଭଲ ହେଉଥାଏ
କିଏ ସାହିତ୍ୟ ରେ ଅଭ୍ୟାସ ରତ
କିଏ ଶାସ୍ତ୍ର ମାନ ଘୋଷି ଦେଉଅଛି
ଆଚରଣ ଯାହାର ଶୁଦ୍ଧ ନୁହେଁ ତ
କିଏ ବଡ଼ କିଏ ସାନ କୁହତ -----୨
କାହାକୁ କହିବା ଭଲ ଭାବେ ଆସେ
କିଏ ଭଲ ଭାବରେ ଲେଖି ଦିଏତ
କାହାର ସହିବା ଶକତି ଅଧିକ
କିଏ ମୁହେଁ ମୁହେଁ ଜବାବ୍ ଦିଏତ
କିଏ ବଡ଼ କିଏ ସାନ କୁହତ--- ୩
କେନ୍ଦୁଝର
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା