ଅନ୍ଧାର

କିରନ୍ ସ୍ବାଇଁ



କିରନ୍ ସ୍ବାଇଁ

ଅନ୍ଧାରର ରଙ୍ଗ
ସବୁବେଳେ କଳା
ଏଠାରେ ଯଥେଷ୍ଟ ନୁହେଁ,
ଅନ୍ଧାରର ସୃଷ୍ଟି
ଉତ୍ତାପର ଅବସାନ
ଓ ଶୀତଳତାର ଉତ୍ଥାନରେ ।

ଅନ୍ଧାରର ଆଗମନ
ଚନ୍ଦ୍ରର ଶ୍ରେଷ୍ଠତା ଉଚ୍ଚାରଣରେ,
ତଥା ପ୍ରକୃତିର ନିଃସ୍ବାର୍ଥ
କର୍ତ୍ତବ୍ୟପଥରେ
କିଞ୍ଚିତ୍ ଉପଶମ ନିମନ୍ତେ ।






ଅନ୍ଧାରର ପ୍ରତିରୂପ
ଭୟଙ୍କର ନୁହେଁ,
ମଳୟର ମଧୁଝରା ଲଗନେ
ଫୁଲର ଚୁନି ଚୁନି ମହକେ
ପକ୍ଷୀର ଆରାମ ସ୍ବନେ
ମିଠା ସ୍ବପ୍ନର ବିଚରଣେ
ଓ ସୌରମଣ୍ଡଳର
ସୁଶୋଭିତ ସୁନ୍ଦରତାରେ
ଅନ୍ଧାର ଏକ ଆଦୃତ
ନିଷ୍କପଟ ଅନୁଭବ ।
ବରଗଡ଼


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା