ଦୁନିଆରେ ସିଏ ବଡ଼

ଡଃ ତାନଶ୍ରୀ ପାଣିଗ୍ରାହୀ



ଡଃ ତାନଶ୍ରୀ ପାଣିଗ୍ରାହୀ

କରିନି ଯେ ଦୁଃଖ ଖୋଜିନି ଯେ ସୁଖ
ସଂସାର ନାଆରେ ନାବିକ ସାଜି
ଘାତ ପ୍ରତିଘାତ ସହିଛି ଅନେକ
ଝଡ଼ ସହ ସିଏ ଖେଳିଛି ବାଜି...

ନିଜ କାମ ପାଇଁ ପାଇନି ପ୍ରଶଂସା
ସାଉଁଟିନି କେବେ ହୃଦୟେ ଘୃଣା
ଆତ୍ମତୃପ୍ତି ହୃଦେ ପାଇଛି ଅନେକ
ଆତ୍ମବିଶ୍ୱାସକକୁ କରିନି ଉଣା...

ନିଜେ ଲୁହ ପିଇ ଅନ୍ୟକୁ ହସାଏ
ଆଶ୍ଵାସନା ଦିଏ ପିଠି ଆଉଁସି
ଦୁଃଖୀ ରଙ୍କି ପାଇଁ କାନ୍ଦେ ଯା ପରାଣ
ଅନ୍ୟର ଖୁସିରେ ହୁଏ ସେ ଖୁସି...





ସରଳ ନିଷ୍ପାପ ମନଟି ଯାହାର
ହୃଦୟେ ରହିଛି ଅମାପ ଶ୍ରଦ୍ଧା
ନିଜ ସ୍ୱାର୍ଥକୁ ଯେ ଜଳାଞ୍ଜଳି ଦିଏ
ତା ମନଟି ଜାତି ପ୍ରେମରେ ବନ୍ଧା...

ଦୟା କ୍ଷମା ସ୍ନେହ ଯା ହୃଦୟେ ଅଛି
କରିଥାଏ ଯିଏ ନିଜ କର୍ତ୍ତବ୍ୟ
ସେବା ସହଯୋଗ ଯା ମନରେ ଥାଏ
ସିଏ ଏ ଧରାରେ ମହା ମାନବ ll
ବାଲେଶ୍ୱର


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା