ଦୁନିଆରେ ସିଏ ବଡ଼
ଡଃ ନିର୍ମଳ ନାୟକ
ଡଃ ନିର୍ମଳ ନାୟକ
ଶକ୍ତିର ପ୍ରାରୂପ...ଏକାଧିକ ରୂପ ...
ଆତ୍ମ ଶକ୍ତି ଅନ୍ୟତ୍ତମ...
ବାହ୍ୟ ଶକ୍ତି ପ୍ରାପ୍ତି... ଅନ୍ୟର ସମ୍ପତ୍ତି
ମିଳିବା ହୁଏ ବିଷମ....!!
ମାତା ଶକ୍ତିମୟୀ...ପର୍ବତ ତନୟୀ....
ଭକ୍ତି ରେ ଶକ୍ତି ଦିଅନ୍ତି ....
ପରିବାର ଶକ୍ତି..ଏକଜୁଟ ଥାନ୍ତି...
ଆବଶ୍ୟକରେ ଲୋଡ଼ନ୍ତି...!!
ସ୍ୱୟଂ ଆତ୍ମ ଶକ୍ତି... ଅନ୍ତର ନିର୍ମିତ୍ତି...
ବିପଦେ ଆପଦେ ସାହା....
ପ୍ରଭୁଙ୍କୁ ଭକତି... ଜନ୍ମିଥାଏ ଶକ୍ତି...
ରକ୍ଷାକର ଚଉବାହା....!!
ଆତ୍ମ ଶକ୍ତି ବଳ... ସବୁଠୁଁ ସବଳ...
ସରଗୁ ତାରା ତୋଳାଇ...
ବୁଦ୍ଧି ଓ ବିବେକ....ମିଳିଯାଇ ଏକ
ଆସାଧ୍ୟ୍ୟ ସାଧ୍ୟ କରାଇ...!!
ଆତ୍ମ ଶକ୍ତି ଭାବ.. ଅନ୍ତରୁ ଉଦ୍ଭବ....
ସହସ୍ର ଅଶ୍ୱ ର ବଳ...
ଏହାର ବିହୁନେ... ଭାଳଇ ବିଜନେ...
ସତେ କେଡେ ମୁଁ ନିଃର୍ବଳ...!!
ପ୍ରାତଃ ପ୍ରାଣାୟାମ...ଆହାର ସୁଷମ...
ରଖି ତନୁ ପ୍ରତି ଧ୍ୟାନ...
ସମୟାନୁବର୍ତ୍ତ...ଆନ ଜନ ତୃପ୍ତି ...
ସତ୍ୟ, ଦୟା, କ୍ଷମା ଗୁଣ...!!
ଆତ୍ମଶକ୍ତି ବଳେ...ତେଜୀୟାନ ଚଳେ...
ଯଶ,କୀର୍ତ୍ତି ବଢିଥାଏ...
କୋଟିରେ ଗୋଟିଏ..ପରିଚୟ ପାଏ
ମହାମାନବ ଟି ସିଏ..!!
ଏକ ଆତ୍ମ ଶକ୍ତି.... ଦ୍ବିତୀୟ ଭକତି...
ଜିତି ପାରଇ ସେ ଗଡ଼....
କୋଟିରେ ଗୋଟିଏ..ମାନବେ ବୋଲାଏ...
ଦୁନିଆରେ ସିଏ ବଡ଼....!!
ନାଗପୁର
ମୋବାଇଲ :-୮୨୭୫୫୩୩୭୮୦
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା