ଦୁନିଆରେ ସିଏ ବଡ଼

ରଞ୍ଜିତା ତ୍ରିପାଠୀ



ରଞ୍ଜିତା ତ୍ରିପାଠୀ

ଜନ୍ମ ନେଇଅଛ ସୁନ୍ଦର ସଂସାରେ
କରମ କରିବା ପାଇଁ
କରମ ପଥରୁ ବିପଥ ହୋଇଲେ
ଜନ୍ମ ସାର୍ଥକ ନୁହଁଇ ।
ବଡ ହେବାପାଇଁ ଇଚ୍ଛା ଅଛି ଯଦି
କାମ କରିଯିବା ବଡ
ହୃଦୟରେ ଯଦି ରହିବା ସଭିଙ୍କ
ଜିଣିବା ଆମେରେ ଗଡ ।
ଦୁନିଆକୁ ଆସିଅଛୁ ଆମେ ଯେଣୁ
ଧିରେ ଧିରେ ବଡ ହେବା
ବୟସ ସରିବ ବାର୍ଦ୍ଧକ୍ୟ ଆସିବ
ମଶାଣି ଭୂଇଁକୁ ଯିବା ।
ଆଜି ଅଛେ ଆମେ କାଲିକୁ ନ ଥିବା
ଏ କଥା ତ ଧ୍ରୁବ ସତ୍ୟ
ଦିନେ ତ ସଭିଙ୍କ ମାନସପଟରୁ
ଆମ ସ୍ମୃତି ଚାଲିଯିବ ।




ଛୋଟ ହୋଇ ଯିଏ ବଡ କାମ କରେ
ଦୁନିଆରେ ସିଏ ବଡ
ବୟସ ନୁହଁଇ କର୍ମ ହିଁ ମହାନ
କର୍ମ ହିଁ ଜଗତେ ସାର ।
ଧରମା ବାଜିଆ ଅଭିମନ୍ୟୁ ବୀର
ଅଟନ୍ତି ଉଦାହରଣ
ପ୍ରମାଣ କରିଲେ ବୟସ ନୁହଁଇ
କର୍ମ ଅଟଇ ମହାନ ।
ଭୁବନେଶ୍ବର


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା