ଦୁନିଆରେ ସିଏ ବଡ଼

ମାହେଶ୍ବରୀ ଦାଶ



ମାହେଶ୍ବରୀ ଦାଶ

ଆନ ଦୁଃଖ ଦେଖି କାନ୍ଦେ ଯା ପରାଣ ଲୋତକ ଦିଏ ନିଗାଡି
ସଂକୀର୍ଣ୍ଣ ସ୍ୱାର୍ଥକୁ ଦୂରେ ଫିଙ୍ଗିଦେଇ ଛାତିରେ ଧରେ ଜାବୁଡି ।
ଚିରାପଣତରେ ଆନ ଲୁହ ପୋଛି ପିଠିକୁ ଦିଏ ଆଉଁସି
ଆଶ୍ୱସ୍ତିର ପଦେ ବଚନ ଶୁଣାଇ ହୣଦୟରେ ଭରେ ଖୁସି ।

ଆପଣାପରର ଦଳିତ ବିଚାର ନୁହେଁ ତାର ମୂଲ୍ୟବୋଧ
ପବିତ୍ର ସଂକଳ୍ପେ କରି ଅବଗାହ ଅନ୍ତର କରିଛି ଶୋଧ ।
ବ୍ୟଥା ବିଡମ୍ଵନା ଅବିରତେ ପିଇ ଅନ୍ୟର ଖୁସି ସାଉଁଟେ
ଦେଶଜାତି ଲାଗି ହୁଏ ଅନୁରାଗୀ ତ୍ୟାଗ ଦହକରେ ଫୁଟେ ।

ସବୁରି ମଙ୍ଗଳ ଯାର ଅନ୍ତରାଳ ପଢେ କରମର ଗୀତା
ଜୀବନ ଦୀପରେ ତିଳତିଳ ଜଳେ ସାଜି ସୌଭାଗ୍ୟ ସଳିତା ।
ନିର୍ବିକାର ଭାବେ ଗରଳକୁ ପିଇ ଆନରେ ବାଣ୍ଟେ ପୀୟୂଷ
ସେବା ଓ ତ୍ୟାଗର ମହନୀୟତାରେ ସାରେ ଆପଣା ଆୟୁଷ ।

ନିଜ ସୁଖସ୍ୱାର୍ଥ ଦିଏ ଜଳାଞ୍ଜଳି ଜଗତ ମଙ୍ଗଳ ପାଇଁ
ତାହାଠାରୁ ବଳି ସାରା ଜଗତରେ କିଏ ବଡ ଅଛି କାହିଁ? ନିମାପଡ଼ା


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା