କାଳବୈଶାଖୀ
ଦେବାଶିଷ ମାଇତି
ଦେବାଶିଷ ମାଇତି
ଭଗବାନଙ୍କ ଆଶୀର୍ବାଦରୁ ମଣିଷ ଏ ଦୁନିଆର ଦୁର୍ଲ୍ଲଭ ଜନ୍ମ ପ୍ରାଣୀ ହେଲେ ଏବେ ଭଗବାନ ଭାବୁଛନ୍ତି ମୁଁ ଭୁଲ୍ କରିଦେଲି, ସୁନ୍ଦର୍ ସଜ୍ଜିତ ସମାଜକୁ ପୁରା ନଷ୍ଟ କରି ସାରିଲାଣି ଲୋକ କୁହନ୍ତି ଗ୍ରୀଷ୍ମରେ ପତ୍ରଝଡ଼ା ଦିଏ ବୃକ୍ଷରୁ ତରୁଲତା ଯାଏ କିନ୍ତୁ, ପ୍ରକୃତରେ କଣ ସତ? ଆପଣ ଥରେ ଗୋଟେ ଗଛକୁ ଦେଖିବେ ସେ ସୁନ୍ଦର୍ ପତ୍ର କଅଁଳି ଥିବ କାହିଁକି ନା ଗ୍ରୀଷ୍ମ ସମୟରେ ଝାଞ୍ଜି ବହେ ସତ ଗ୍ରୀଷ୍ମ ପୂର୍ବରୁ ପତ୍ର ଝଡେ ଏବଂ ଆରମ୍ଭରେ କଅଁଳେ ହେଲେ ଏ ମଣିଷ ନିଜ ସ୍ୱାର୍ଥ ପାଇଁ ଗଛ କାଟିଦିଏ ସେ ଜାଗାରେ କୌଣସି ନା କୌଣସି କାର୍ଯ୍ୟ ଆରମ୍ଭ କରେ ମଧୁ ୪ର୍ଥ ଶ୍ରେଣୀ ଛାତ୍ରୀ ଥିବା ସମୟରେ ପରିବେଶ ବିଷୟରେ ପଢ଼ିଥାଏ, ସାର୍ ଙ୍କୁ ପ୍ରଶ୍ନ କରେ ସାର୍ ଯଦି ଗଛଲତା ପତ୍ର ଆମକୁ ସୁନ୍ଦର ଅମ୍ଳଜାନ ଥିବା ପବନ ଦିଏ, ଶାନ୍ତିର ଛାଇ ଦିଏ ତାହେଲେ ଆମେ ତାକୁ କାଟିବା କାହିଁକି? ସାର୍ କହନ୍ତି, “ମଧୁ! ସରକାରୀ ଜାଗା ତ ଖାଲି ରହିବନି ନା ସେଠି କାର୍ଯ୍ୟ ହେବ, ସେଥିଲାଗି ସେମାନେ କାଟିବେ” ମଧୁ ପୁଣି ପଚାରିବ, “ହେଲେ ସାର୍! ଯଦି କାଟିବେ ତାହେଲେ ଲଗେଇବା ଦରକାର୍ ନା? କାଇଁ ଆମ ଭୈରବୀ ଗ୍ରାମରେ ତ ସେହି ପୁରୁଣା ଗଛ ଅଛି, ଗୋଟେ ବି ନୂଆ ଲଗା ଯାଇନି?” ହଉ ତାହେଲେ ତୁ ଆଜିଠୁ ଗୋଟେ ଗଛ ଲଗା ମଧୁ ହଉ କହି ସ୍କୁଲ୍ ରୁ ଚାଲିଗଲା ବହୁତ୍ ପୁରୁଣା ସ୍କୁଲ୍ ଘର, ଭଙ୍ଗା କାନ୍ଥ ଗୁଡା, ତଥାପି ସେଇଠି ପାଠ ପଢ଼ା ମଧୁ ଘରେ ଯାଇ ଭାବିଲା ଗଛ କୋଉଠି ଲଗେଇବି ଶେଷରେ ସ୍କୁଲ୍ ଆଗରେ ଗୋଟେ ଅଶ୍ୱସ୍ଥ ଗଛ ଲଗେଇଲା, ସବୁଦିନ ସ୍କୁଲ୍ ଯାଇ ଯତ୍ନ ନେଇ ଆଗ ପାଣି ଟିକେ ଦିଏ, ଯେମିତି ଗଛଟି ବଞ୍ଚିବ ଆଉ ଗଛଟିର ନାଁ ମଧ୍ୟ ରଖିଲା ‘ବନାନୀ’ ଏମିତି ବହୁତ୍ ଦିନ ବିତିଗଲା ମଧୁ ସ୍କୁଲ୍ ଛାଡ଼ି କଲେଜ୍ ପିଲା, ସବୁଦିନ ଆସେ ଗଛ ସଙ୍ଗେ ଏକା ଏକା କଥା ହୁଏ ପୁଣି ହସିଦିଏ ବନାନୀ ତାକୁ ଦେଖି ତାର କଅଁଳି ପତ୍ର ଦୁଇଟି ଖସେଇ ଦିଏ ଆଉ ମଧୁ ତାକୁ ମୁଣ୍ଡ ଖୋସାରେ ମାରି ଘରକୁ ଫେରେ ଦିନେ ସରକାରୀ ବାବୁ ଗ୍ରାମର ରାସ୍ତା ମରାମତି ଏବଂ ରାସ୍ତା ଅଣ ଓସାରିଆ ହେତୁ ବହୁତ୍ ପୁରାତନ ଗଛ କାଟିଦେଲେ, ତେଣୁ ଗ୍ରାମ ସାରା ଛାଇ ବୋଲି ଟିକେ ନାହିଁ ସେହି ବର୍ଷ ଲୋକେ ବି ଗରମ ଗୁଳଗୁଳିରେ ବହୁତ୍ କଷ୍ଟ ପାଇଲେ ହେଲେ ସ୍କୁଲ୍ ବେଳରେ ସେ ଗଛଟା ବହୁତ୍ ମଜବୁତ୍ ଏବଂ ବହୁତ୍ ବଡ଼ ଥିଲା ତାର ସବୁ ଡାଳ ଶାଖାପ୍ରଶାଖା ସ୍କୁଲ୍ ଘରକୁ ଛାଇ ଯୋଗାଇଥାଏ ଏବଂ ରାସ୍ତା ପାର୍ଶ୍ୱରେ ଥାଏ, ଯେତେବେଳେ ମଧୁ ଗଛ ପାଖକୁ ଯାଏ ବନାନୀ ଦେହରୁ ରକ୍ତ ବହୁଛି, ମଧୁ ଏହା ଦେଖି ଚକ୍କିତ! କଣ ହେଲାରେ ସାଙ୍ଗ? ତୁ କାନ୍ଦୁଛୁ କାହିଁକି ତୋ ଦେହ ଛିଡିଲା କେମିତି? ବନାନୀ କହେ, “ସରକାରୀ ବାବୁ ଆମକୁ କାଟିବା ପାଇଁ ଯନ୍ତ୍ର ନେଉଥିଲେ ବାଜିଗଲା ହେଲେ କାଲି ମୋତେ କାଟିଦେବ ପୁରା” ମଧୁ କହେ, “ହଉ ତୁ କାନ୍ଦେନି, ମୁଁ ଅଛି ତୋର କେହି କିଛି କ୍ଷତି କରି ପାରିବେନି” ମଧୁ ଯାଇ ସାର୍ ଙ୍କ ସହ ଆଲୋଚନା କଲା, ସେଥିରେ ସରକାରୀ ବାବୁ ସହ କଥା ହୋଇ ସେ ସ୍କୁଲ୍ ଆଗ ସେମିତି ରାସ୍ତା ଛାଡ଼ି ଦିଆଗଲା କିନ୍ତୁ ଗଛ କଟା ହୋଇପାରିଲା ନାହିଁ ମଧୁ ବନାନୀ ଖୁସୀ କହିଲେ ନ ସରେ ବନାନୀ ସେମିତି ମଧୁ ପାଇଁ ପତ୍ର ଦୁଇଟି ବଦଳରେ ଚାରୋଟି ଦେଇ କହିଲା ସାଙ୍ଗ ତୋ ପାଇଁ ଜୀବନ ପାଇଲି, ମୁଁ ମରିବା ଯାଏ ତୋ ପାଖେ ଋଣୀ ଆଉ ସମୟ ଆସିଲେ ସେ ଋଣ କିଛି ପରିଶୋଧ କରିବି ତହୁଁ କିଛି ଦିନପରେ ବହୁତ୍ ଭୟଙ୍କର ତୁଫାନ ଆସିଲା ଗ୍ରାମରେ ସବୁ ବାକିଥିବା ସ୍ଥାୟୀ ଜାଗାରେ ଗଛଗୁଡ଼ିକ ଭାଙ୍ଗି ଚୂରମାର ହୋଇଗଲା ଘର ଚାଳ ଛପର ଉଡ଼ିଗଲା, ବହୁତ୍ ଲୋକ ଏଣେ ତେଣେ ଦୌଡିବାକୁ ଲାଗିଲେ ଏତେ ଜୋର ପବନ ମଧୁ ଆଶର୍ଯ୍ୟ ହୋଇ ଭାବିଲା ବଡ଼ ବଡ଼ ଘର ମଧ୍ୟ ଭାଙ୍ଗି ଚୁର୍ ମାର୍ ହୋଇଗଲା ଏମିତି କାହିଁକି!? ଗାଁ ଲୋକେ କହିଲେ ଧରିତ୍ରୀ ମା ରାଗିଛନ୍ତି ସବୁ ସେଇ ସରକାରୀ ବାବୁ ପାଇଁ ଆମ ଗଛ ସବୁ କାଟିଦେଲେ ବୋଲି ଝଡ଼ କମିଲା ସକାଳ ହେଲା, ସଙ୍ଗେ ସଙ୍ଗେ ବଳିଆ ମଉସା ଡାକ ଦେଲେ, ଜାଣିଛୁ ମଧୁ, ସ୍କୁଲ୍ ଘର କିଛି ବି ହେଇନି ତା ସହ ବନାନୀର ବି କିଛି ହୋଇନି ମଧୁ ଦୌଡ଼ିଗଲା ସ୍କୁଲ୍ ଆଡେ ଆଉ ଦେଖିଲା ବନାନୀ ଟିକେ ଅସୁସ୍ଥ ହୋଇ ଯାଇଛି ହେଲେ ତାର କିଛି ହୋଇନି ସେ ବନାନୀକୁ ସାଙ୍ଗ କହି କୁଣ୍ଢାଇ ପକାଇଲା ଦୁହେଁ କାନ୍ଦିବାକୁ ଲାଗିଲେ ପୁଣି ସ୍କୁଲ୍ ଘର ସୁରକ୍ଷିତ ଅଛି ବନାନୀ କହିଲା, “ଜାଣିଛୁ ମଧୁ ଯେତେ ପବନ ଆସିଲା ମୁଁ ଛାଡ଼ିଲିନି ଏଇଠି ପରା ତୁ ପାଠ ପଢ଼ିଚୁ ଏଇଟା ପରା ଆମ ଜାଗା” ମଧୁ ଖୁସିରେ ନାଚି ଗଲା, ଗ୍ରାମବାସୀ ବି ଚକ୍କିତ ମଧୁର ବନାନୀର ସମ୍ପର୍କ ଦେଖି ସେମାନଙ୍କ ପାଇଁ ସ୍କୁଲ୍ ଘର କିଛି ବି ହେଇନି ସବୁଗଛ ଡାଳ ଭାଙ୍ଗିଗଲା ହେଲେ ବନାନୀର କିଛି ହେଇନି ଗ୍ରାମର କ୍ଷୟକ୍ଷତି ନିରୂପଣ ପାଇଁ ବ୍ଲକ ଅଧ୍ୟକ୍ଷ ଆସିଲେ ସଙ୍ଗେ ସଙ୍ଗେ ଏଇ ସବୁ ଦେଖି ଯେତିକି ଦୁଃଖୀ ହେଲେ ସେତିକି ସେ ଗଛ ପାଇଁ ବି ଆଶ୍ଚର୍ଯ୍ୟ ବାବୁ ପଚାରିଲେ ଏ ଗଛ କେବେଠୁ ଅଛି? ସ୍କୁଲ୍ କୁନା ସାର୍ ଉତ୍ତରରେ.., ସାର୍ ଏଇ ୧୨-୧୩ ବର୍ଷ, ଆମ ସ୍କୁଲ୍ ର ଛାତ୍ରୀ ମଧୁ ଲଗେଇଥିଲା ମଧୁ କିଏ? ସବୁ କଥା ଶୁଣିଲେ, ସେ ସ୍କୁଲ୍ ଘର ବନାନୀ ପାଇଁ ସୁରକ୍ଷିତ କଣ କିଛି ଚମତ୍କାର ନା ଆଉ କିଛି ଶେଷରେ ଘର ଭାଙ୍ଗିଥିବା ଲୋକମାନଙ୍କୁ କିଛି ଦିନ ସ୍କୁଲ୍ ଘରେ ରହିବା ପାଇଁ ଆଦେଶ ଦେଲେ ଏବଂ ମଧୁକୁ ଡାକି ସେ ଗଛ ପାଇଁ ପୁରସ୍କାର ମଧ୍ୟ କଲେ ତା ସହ ଗ୍ରାମର ପାନୀୟ ଜଳ ବ୍ୟବସ୍ଥା ମଧୁର ପାଠ ପଢ଼ାପାଇଁ ସମସ୍ତ ଖର୍ଚ୍ଚ ସ୍ୱାସ୍ଥ୍ୟ ସେବା ମାଗଣା ଘୋଷଣା କରାଗଲା ବନାନୀ ଚାରିପାଖରେ ସିମେଣ୍ଟ ଚେୟାର ସୁବିଧା, ତା ସହ ନୂତନ ସ୍କୁଲ୍ ଘର ନିର୍ମାଣ ପାଇଁ ଆଦେଶ ମଧ୍ୟ ଦିଆଗଲା ତା ବ୍ୟତୀତ ଗଛ ପାଖରେ ରାସ୍ତା ନ ଯାଇ ସରକାରୀ ବଳକା ଜାଗାରେ ରାସ୍ତା ନିଆଗଲା ସ୍କୁଲର ନାମ ମଧୁବନାନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ନାମରେ ଘୋଷଣା କରାଗଲା ଏହା ଦେଖି ଗ୍ରାମବାସୀମାନେ ଖୁସି ହେଲେ ଏ ସବୁ କାର୍ଯ୍ୟ ଠିକ୍ ଭାବରେ କେମିତି ହେବ, ସେ ସମ୍ପୂର୍ଣ୍ଣ ଦାୟିତ୍ୱ ମଧୁ ବୁଝିବ ବୋଲି ବାବୁ କହିଗଲେ ଯିବା ଆସିବା ପାଇଁ ମଧୁକୁ ନୂତନ୍ ସ୍କୁଟି ପ୍ରଦାନ କରାଗଲା ମଧୁ ଏହା ପରେ ବଡ଼ ବାବୁଙ୍କୁ କହିଲେ, “ସାର୍! ଆପଣ ଆମ ଗ୍ରାମ ପାଇଁ ୧୦୦୦ ଶାଳ ଗଛ ଏବଂ ଶାଗୁଆନ ଗଛ ଲଗେଇବାକୁ ବ୍ୟବସ୍ଥା କରନ୍ତୁ” ସାର୍ ରାଜି ହୋଇ ଫେରିଲେ ଲଗାତାର ୪ ମାସର ପ୍ରଚେଷ୍ଟା ବଳରେ ମଧୁ ଏବଂ ଗ୍ରାମବାସୀ ମିଶି ଗ୍ରାମକୁ ପୂର୍ବ ଅବସ୍ଥା ଠାରୁ ୧୦ ଗୁଣା ଅମ୍ଳଜାନ ବିଶିଷ୍ଟ ଗ୍ରାମଫେରି ପାଇଲେ ସମସ୍ତେ ଗଛ ଲଗେଇବାକୁ ସଂକଳ୍ପ ନେବା ଯାହା ଆମ ପାଇଁ ଶାନ୍ତିର ଜୀବନ ହେବ ଯଦି ଆମେ ଶିକ୍ଷିତ ହୋଇ ଗଛ କାଟିବା ତାହେଲେ ପର ପିଢ଼ି ଲୋକ କଣ ଶିଖିବେ?
ଆସ ସଂକଳ୍ପ ନେବା ପରିବେଶକୁ ସନ୍ତୁଳିତ ରଖିବା, ଜୀବ ଜନ୍ତୁଙ୍କ ସୁରକ୍ଷା ପାଇଁ ଆଗକୁ ବଢ଼ିବା, ଆଉ ଅନେକ ମଧୁ ବନାନୀ ଥିବା ଭୈରବୀ ଗ୍ରାମ ଏକା ସାଥେ ଗଢ଼ିବା
ସହିଦ୍ ଇରମ୍
ବାସୁଦେବପୁର ଭଦ୍ରଖ
ମୋ: ୯୮୫୩୫୫୬୩୦୪
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା