ଦୁନିଆରେ ସିଏ ବଡ଼

ବିଦ୍ୟୁତ ପ୍ରଭା ମିଶ୍ର



ବିଦ୍ୟୁତ ପ୍ରଭା ମିଶ୍ର

ନିଜ ସୁଖେ ରହି ଆନ କଥା ଯିଏ
ନଭାବେ ଟିକେ ମନରେ,
ବଡ଼ ବୋଲି ତାଙ୍କୁ କେମିତି କହିବା
କୁହ ଏହି ଦୁନିଆରେ l
ପର ଦୁଃଖେ ଦୁଃଖୀ ପର ସୁଖେ ସୁଖୀ
ହେଉଥାଏ ଯେଉଁ ଜନ,
ସେହି ସିନା ହୁଏ ଏହି ସଂସାରରେ
ବଡ଼ ମଣିଷରେ ଗଣ୍ୟ l
ବାଜିରାଉତ ସେ ନିକ ପ୍ରାଣ ଦେଲା
ଦେଶ ଜନନୀର ପାଇଁ
ତାହାଙ୍କୁ ସିନା ସମ୍ମାନ ଦେବା
ଆମେ ସର୍ବେ ମଥା ନୋଇଁ l
ବାରବରଷର ଧରମା ବି ଦିନେ
କୋଣାର୍କର ମୁଣ୍ଡି ମାରି,
ଶିଳ୍ପୀ କୁଳକୁ ରକ୍ଷା କରିଥିଲା
ଜୀବନ ଦେଇ ତାହାରି l
ଗାନ୍ଧୀ ଗୋପବନ୍ଧୁ ନିଜ କର୍ମ ପାଇଁ
ପାଆନ୍ତି ସଦା ସମ୍ମାନ
ନିଜ ସ୍ୱାର୍ଥ ତେଜି ଦେଶ ସେବାକରି
ରଖିଲେ କୀର୍ତ୍ତି ମହାନ l
କୃଷକ ସୈନିକ ଶ୍ରମିକ ଆଦିଯେ
ନିଜ ପରିଶ୍ରମ ଦେଇ,
ଦେଶ ଜନନୀର ସେବା କରିଥାନ୍ତି
ଝାଳକୁ ତାଙ୍କ ବୁହାଇ l
ଡାକ୍ତର ଅଟନ୍ତି ଦ୍ବିତୀୟ ଈଶ୍ୱର
ବଞ୍ଚାନ୍ତି ରୋଗୀଙ୍କ ପ୍ରାଣ
ଅନିଦ୍ରା ରହି ରାତି ରାତି ସେହୁ
ସେବାରେ ଦିଅନ୍ତି ଧ୍ୟାନ l
ଧନବଳେ କେହି ବଡ଼ ହୁଏନାହିଁ
କର୍ମରେ ପଡନ୍ତି ଜଣା,
ସୁକର୍ମ କରିଲେ ସଭିଏଁ ମାନନ୍ତି
ବଡ଼ ଭାବେ କରି ଗଣା ll
ଯାଜପୁର


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା