ଦୁନିଆରେ ସିଏ ବଡ଼

ସୁଶାନ୍ତ କୁମାର ସାହୁ



ସୁଶାନ୍ତ କୁମାର ସାହୁ

ଦୁନିଆରେ ବଡ ସିଏ
ବଡ କାମ ଯିଏ କରେ
ମାନବ ହିତରେ ମନ ଚେତନାକୁ
ନିବେଶ ସିଏ କରେ
ମଣିଷ ଜୀବନ କ୍ଷୁଦ୍ର
ଏବେ ଅଛି ଏବେ ନାହିଁ
ତଥାପି ପରାଣ ମନ ବିବେକକୁ
ବାଣ୍ଟିଦିଏ ପର ପାଇଁ
ପୁଣି ଏ ଜନ୍ମ ଅଛି କି ନାହିଁ
କାହାକୁ ବି ଜଣା ନାହିଁ
ଧରଣୀ ହିତରେ ପ୍ରତିରକ୍ତ ବିନ୍ଦୁ
କରିବାରେ ବାଧା ନାହିଁ
ଷଢ ରିପୁ ନେଇ ଏ ଜନମ
ତଥାପି ମହତ କରମ



ସାଧ୍ୟମତେ ମନ ନିୟନ୍ତ୍ରିତ ହେଲେ
ଉଭେଇ ଯିବ ଭରମ
ଯଶଐଶ୍ୱର୍ଯ୍ୟ ବିଭବ ଜନଆଦି
କର୍ମଫଳ ପରିଣାମ
ନୁହ ଅହଂଭାବେ ବଶ
ନିଜର ସ୍ଥିତିକୁ ଅଭିମାନ ଅଗ୍ନି
ସହଜେ କରେ ହତ
ସଂସାର ହିତରେ ସତତ
ହେବା ସବୁ ଆମେ ନିରତ
ସ୍ୱାର୍ଥକୁ ଆୟତ୍ତ କରମ ମହତ୍ତ
ମଣିଷକୁ କରେ ଉନ୍ନତ
ମନର ଇଶ ହେ ନିଜେ ହୁଅ ଇଶ
ସେ ସାମର୍ଥ୍ୟ ଅଛି ତୁମର
ସ୍ରଷ୍ଟା ବା ପ୍ରକୃତି ଦେଇଛନ୍ତି ଜ୍ଞାନ
ନକର ତ ଅପଚୟ
ଧର୍ମକୁ କଲେ ସଂଚୟ
ଆଗାମୀ ଜନମ ହେବ ନିଶ୍ଚେ ଉଚ୍ଚ
କାମ କର ମହନୀୟ
ଶାସ୍ତ୍ର ବିଦ୍ୟା ସବୁ ଜାଣନ୍ତି
କମ କିନ୍ତୁ କାମେ ଲଗାନ୍ତି
ଛଦ୍ମବେଶୀ ର ଆବରଣ ତଳେ
ନୀଚ କର୍ମ ସେ କରନ୍ତି
ଜନତା ସବୁ ଜାଣନ୍ତି
କମସ୍ୱାର୍ଥ ରହିତ କାମ ନିରତ
ହେଲେ ଦେବଭାବ ଶମ୍ଭୁତ
ସୁଧୀର ମନେ ସୁସଂଯତ ହେଲେ
ଉତ୍ତମ କର୍ମ ହେବା ପ୍ରାପ୍ତ













ମାନବୀୟ ଧାରା ଊର୍ଧ୍ୱ ଉନ୍ନୀତ
ସେଈ କରେ ମହତ ମଣିଷ
ଆସିଅଛୁ ଖାଲି କେହି ନେବ ନାହିଁ
ସଂସାର ଉନ୍ନତିସୀମା ହର୍ଦ ନାହିଁ
କରିଯିବା ଅବିରତେ
ଦୁଖୀ ର ଦରଦୀ ଜାତି ପ୍ରତି ପ୍ରୀତି
ଏହିତ ମାନବକୁ କରେ ବଡ
ଭଲ କର୍ମେ ଉତ୍ତମ ଗତି
ଏହାତ ଅଟେ ଜନ୍ମ ନିଗଡ
ଦୁନିଆରେ ସିଏ ହୁଏ ବଡ
ସାଧାରଣ ଜନତା ପ୍ରୀତିସମ୍ମାନ
କରେ ଏଅତି କ୍ଷୁଦ୍ର ଜୀବନ ମହାନ

ଭୁବନେଶ୍ୱର


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା