ଦୁନିଆରେ ସିଏ ବଡ଼
ନଳିନୀ ପ୍ରଭା ମିଶ୍ର
ନଳିନୀ ପ୍ରଭା ମିଶ୍ର
ଅଭାବ ଭିତରେ ସ୍ବଭାବକୁ ନଷ୍ଟ
ନ କରେ ଟି ବଡ଼ ସିଏ
ଜଗି ରଖି ଚଳି ଆପଣା ମହତ୍
ରଖିଥାଏ ସଦା ଯିଏ ।
କହିବା କଥାକୁ ପରିଣତ କାର୍ଯ୍ୟେ
ଦେଇଥିବା ପ୍ରତିଶ୍ରୁତି
ନିଜ ଇଚ୍ଛା ଶକ୍ତି ଦୃଢ ମନୋବଳେ
ସୁ ଦୃଢ଼ କରେ ତା' ସ୍ଥିତି।
ଯେତେ ବିପଦର ସମ୍ମୁଖୀନେ ସୁଦ୍ଧା
ଭିଟା ମାଟି ଛାଡ଼େ ନାହିଁ
ଦୁସ୍ତର ଦୁଆରେ ସାହାଯ୍ୟ ଦୀପଟେ
ଜାଳି ଦେଇଥାଏ ଯାଇ ।
କରିଥିବା ଋଣ ଉଚିତ ସମୟେ
କରିଥାଏ ପରିଶୋଧ
ବାପା ମାଙ୍କର ଟେକ ରଖିଥାଏ
ହୋଇ ଅଙ୍ଗୀକାର ବଦ୍ଧ ।
ନିଜର ଭିତରେ ନିଜକୁ ପରଖି
କରଇ ନିଜକୁ ସ୍ପଷ୍ଟ
ବହୁତ ଆଶାରେ ନ ବଳାଏ
ମନ ଅଳ୍ପ ରେ ହୁଏ ସନ୍ତୁଷ୍ଟ ।
ଅନ୍ୟର ସୁଖରେ ଈର୍ଷା ପରାୟଣ
ନ ହୋଇ ଖୁସି ହୁଅଇ
ପର ହିଁ ପରମେଶ୍ୱର ନୀତି
ମତେ ବଡ଼ ପରା ଅଟେ ସେହି ।
ଉଚ୍ଚ ଅଭିଳାଷ ଉଚ୍ଚ ମନୋଭାବ
ଉନ୍ନତ ବ୍ୟକ୍ତିତ୍ବ ନେଇ
ସେହି ଏକା ବଡ଼ ସଂସାର ମଧ୍ୟରେ
ତ୍ୟାଗର ଦୃଷ୍ଟାନ୍ତ ଦେଇ ।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମୋ-୯୭୭୭୮୮୭୯୪୨
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା