ଦୁନିଆରେ ସିଏ ବଡ଼

ଟି ରତ୍ନମାଳା ସୁବୁଦ୍ଧି



ଟି ରତ୍ନମାଳା ସୁବୁଦ୍ଧି

ଯାହାର ହୃଦୟ ଦୟାରେ ପୂର୍ଣ୍ଣ
ସମୟାନୁଯାୟୀ କାର୍ଯ୍ୟ ସମ୍ପର୍ଣ୍ଣ
ଯାହାର ମୁହଁରେ ସରଳହସ
ଜୀବନ ଅନ୍ୟକୁ ଭରେ ବିଶ୍ୱାସ
ଦୁନିଆଁରେ ବଡ
ସମର୍ପଣ ଦିବ୍ୟ ନ ହୁଏ ଜଡ ।

ଅନ୍ୟ ଦୁଃଖ ସହି ଆଶା ଜାଗ୍ରତ
ପ୍ରତ୍ୟେକ ଜୀବନ ଈଶ୍ୱର ଦତ୍ତ
ମଧୁର ବଚନ ହୃଦୟ ସ୍ୱଚ୍ଛ
ଈଶ୍ବର ଦର୍ଶନ ନ କହେ ମିଛ
ଦୁନିଆଁରେ ବଡ଼
ଭଲ ପାଇବାରେ କର୍ତ୍ତବ୍ୟ କଡ ।





ଅସହାୟ ପାଶେ ହୁଅଇ ଠିଆ
ନମ୍ରତା ଜୀବନ ଭାବର ହିଆ
ଅନ୍ୟ ସଫଳତା ଦେଖି ସେ ଖୁସି
ହୃଦୟରେ ଭକ୍ତି ରଖେ ସେ ହସି
ଦୁନିଆଁରେ ବଡ
ସମ୍ପଦ ଚାହେଁନି ସଦ୍ଗୁଣ ନୀଡ ।

ଭୁଲକୁ ମାନଇ ସତ୍ୟରେ ନିତ୍ୟ
ଚନ୍ଦ୍ର କିରଣର ପବିତ୍ର କୃତ
ରାଗ ରୋଷ ଛାଡି ସାନ୍ତ୍ବନାମୟ
ଶାନ୍ତି ଭାଷା କହେ ସ୍ନେହ ପ୍ରତ୍ୟୟ
ଦୁନିଆଁରେ ବଡ
ଅପମାନ ସହେ ସିଏଟି ବଡ ।

ଅଭିଯୋଗ ନାହିଁ କାହାକୁ କେବେ
ପିତାମାତା ସେବା କର୍ତ୍ତବ୍ୟ ଭାବେ
ପ୍ରଭୁଙ୍କ ବିଶ୍ବାସ ହରାଏ ନାହିଁ
କର୍ତ୍ତବ୍ୟ ପଥରେ ଜାଗ୍ରତ ରହି
ଦୁନିଆଁରେ ବଡ
ଭାବେ ନାହିଁ କେବେ ନିଜକୁ ବଡ ।












ବାଙ୍ଗାଲୁରୁ


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା