ଦୁନିଆରେ ସିଏ ବଡ଼

ଡଃ ମନ୍ଦାକିନୀ ପାଢ଼ୀ



ଡଃ ମନ୍ଦାକିନୀ ପାଢ଼ୀ

ସ୍ୱପ୍ନରେ ଆତ୍ମ ବିଭୋର ନହୋଇ
ଶୋଷଣ ବ୍ୟଭିଚାରକୁ
ପ୍ରତିବାଦ କଲେ
ସମାଜରେ ଆସେ
ପରିବର୍ତ୍ତନ......।।

ପରିବର୍ତ୍ତନଶୀଳ ଦୁନିଆଁରେ
ପାପରୁ ପାପୀକୁ ଯିଏ ବଞ୍ଚାଏ
ସେହି ତ ମହତ ଜନ ।।

ନିଷ୍ପେସିତ ବିଶ୍ବାସ ସହରରେ
ଅରମା ଗଳିରେ
ଶିଶୁଟିର ଆଖିରୁ ଝରିପଡ଼େ
ବିନ୍ଦୁ ବିନ୍ଦୁ ଲୁହ
ବେଦନାର ଅଶ୍ରୁକୁ ପୋଛି ଦେଉଥାଏ ଜଣେ
ସେହି ତ ମହତ ଜନ ।।






ନିରୀହର ସ୍ୱପ୍ନ ଯାଏ ହଜି ଏଠି
ବିଧବା ପାଏ ଯାତନା
ନିର୍ଲିପ୍ତ ଆଖିରେ ଅନାଇ ଥାଏ
ତୃଷାତୁର ହୋଇ
ଜଳ ଟୋପେ ଦେବାକୁ
ଯିଏ ଆଗଭର
ସେହି ତ ମହତ ଜନ ।।
ସ୍ୱପ୍ନ ସବୁକୁ ଲକର୍ ରେ ବନ୍ଦୀ
ନ'କରି
ଟଙ୍କା ଗଦାରେ ଫନ୍ଦି ହୁଏନି
କରେ ଅନ୍ୟକୁ ସାହାଯ୍ୟ
ସେହି ତ ମହତ ଜନ ।।

ଅବତରି ଆସେ ଧରା ପୃଷ୍ଠକୁ
ଜୀବନ ଥାଏ ନିଷ୍ପ୍ରାଣ
ପ୍ରତିବାଦ କରେ ରାବଣରୂପୀ
ନରର ବ୍ୟଭିଚାର
ସେହି ତ ମହତ ଜନ ।।

ନିରଙ୍କୁଶ ଏକାଧିପତ୍ୟ ଶଠତା
ଲାଞ୍ଛନାର ବେଦନାକୁ ଅନୁଭବ
ବିରୋଧ କରୁଥିବା
ବ୍ୟକ୍ତି ହିଁ ତ ମହତ ଜନ ......।।




ପଦ୍ମପୁର ବରଗଡ଼


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା