ଦୁନିଆରେ ସିଏ ବଡ଼

ସୁନିତା ମହାନ୍ତି



ସୁନିତା ମହାନ୍ତି

ଦୁଃଖିର ସାଥିରେ ଥାଏ ସଦା ସେ
ଖୁସି ଯେତେ ବାଣ୍ଟିବାକୁ
ମନର କଷ୍ଟକୁ କହି ନ ପାରେ
ତାକୁ ଖୁସି କରିବାକୁ I

ନିଜ ମୁଣ୍ଡେ ଦୋଷ ଲଦିଦେଇ ସେ
ନିର୍ଦୋଷୀ କରେ ଅନ୍ୟକୁ
କ୍ଷମା ମାଗିନିଏ ଭୁଲ ନ ଥାଇବି
କୋଟି ଧନ୍ୟ ହୃଦୟକୁ I

ଦାନ୍ଧୁତା ପଣରେ ସେ ଏକା ବଡ଼
କୃଷ୍ଣ ସୁଦାମା ଯେପରି
ଛୋଟ ବଡ଼ ଆଉ ଧନୀ ଗରିବ
ମନେ ନ ଥାଏ ସେପରି I





ସ୍ନେହଁ ଶ୍ରଦ୍ଧା ପ୍ରେମ ସମ୍ମାନ ବାଣ୍ଟେ
ହୃଦୟ ଉଦାର ତାର
ଧନର ଗରିବ ହେଲେ ସେ ସତ
ବଡ଼ ପୁଣ୍ୟାତ୍ମା ସେ ନର I

ଦୁନିଆଁରେ ସେ ଏକା ବଡ଼ ବୋଲି
ସମ୍ମାନ ପ୍ରତିଭା ତାର
ଥାଏ ତା ମଥାରେ କୋଟିଏ ଉପାଧି
ସେହି ବଡ଼ ଦୁନିଆଁର I
କେନ୍ଦ୍ରାପଡ଼ା


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା