ଦୁନିଆରେ ସିଏ ବଡ଼

ରୀତାରାଣୀ ଦାଶ



ରୀତାରାଣୀ ଦାଶ

ଦୁନିଆଁରେ ଶ୍ରେଷ୍ଠ କିଏ ବା ଗରିଷ୍ଠ
ଧନ ଜନ ରାଜନୀତି
ଜ୍ଞାନ, ଧର୍ମ, ଦାନ କେଉଁଟି ବା ପୂଣ୍ୟ
କିଛି ନୁହଁ ସ୍ଥାୟୀ ଭିତ୍ତି
ସବୁ ତ ଏଠାରେ ମିଛ,
ବିଧିର ବିଧାନେ ସବୁ ନିୟନ୍ତ୍ରିତ
ସବୁ ଯିବ ଆଗ ପଛ |
କର୍ତ୍ତବ୍ୟକୁ ଯିଏ ମଣେ ଭଗବାନ
ସତ୍ୟ ମାର୍ଗର ଆଧାର
ସରଳ, ନିଷ୍ପାପ ଆତ୍ମାଟି ଯାହାର
ସେହି ସଂସାରରେ ସାର
ଦୁନିଆଁରେ ବଡ ସେଇ,
ପରସ୍ବାର୍ଥ ପାଇଁ ନିଜ ସ୍ୱାର୍ଥ ଭୁଲେ
ତାପରି ବଡ କେ ନାହିଁ |





ଅନ୍ୟର ଦୁଃଖରେ କାନ୍ଦେ ଯା ପରାଣ
ତାର ହିତେ ତ୍ୟାଗେ ସୁଖ
ଘୃଣା ହୀନ ଆତ୍ମା ସ୍ନେହର ଭଣ୍ଡାର
ମୁହଁ ସିନା ହସ ହସ
ହୃଦୟେ ଅମାପ ଶ୍ରଦ୍ଧା,
ସ୍ୱାର୍ଥହୀନ ପ୍ରେମେ ବାନ୍ଧି ରଖେ ଯେହ୍ନେ
ସବୁରୀ ବନ୍ଧୁ ସର୍ବଦା |
ଧନ, ଜନ, ପଦ ମିଛ ଏ ସମ୍ପଦ
ମାଆର ସ୍ନେହ ମମତା
ମିଛ ଦୁନିଆଁରେ ଏକା ଅଟେ ସତ୍ୟ
ନାହିଁ ମା'ର ଆବିଳତା
ପ୍ରେମ,ତ୍ୟାଗ,ସତ୍ୟ ମୂର୍ତ୍ତି
ଦୁନିଆଁରେ ମାଆ ସବୁଠାରୁ ବଡ଼
ନିଃସ୍ବାର୍ଥପର ତା ସ୍ଥିତି |
ସମୟର ଚକ୍ର ଅଟଇ ଶ୍ରେଷ୍ଠ
କର୍ମାନୁସାରେ ଯେ ଫଳ
ସମୟ ସାଥିରେ ତାଳ ଦେଇଗଲେ
ମନ ହୁଅଇ ନିର୍ମଳ
ସମୟ ଯେ ବଳବାନ,
ଫିକା ପଡ଼ିଯାଏ ତା ଆଗରେ ସବୁ
ସେହି ଅଟେ ଗରୀୟାନ |










ବାଲେଶ୍ବର


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା