ଜୀବନ ଯାତ୍ରାର ଅନ୍ତିମ ବନ୍ଧୁ

ଆଶୁତୋଷ ନାୟକ



ଆଶୁତୋଷ ନାୟକ

ଗୋଟିଏ ରାଜ୍ୟରେ ଜଣେ ମହାପରାକ୍ରମୀ, ମହାବଳଶାଳୀ, ଅହଂକାରୀ ରାଜା ଥିଲେ୤ ତାଙ୍କର ଅନେକ ସୈନ୍ୟ ସାମନ୍ତ, ଅଜସ୍ର ଅର୍ଥ, ସୁନା, ହୀରା, ନୀଳା, ମୋତି, ଧନ ସମ୍ପତ୍ତିରେ ଭରପୁର ଥିଲା ଭଣ୍ଡାର୤ ତାଙ୍କର ୫ଜଣ ପତ୍ନୀ ଥିଲେ ଏହାର ଅର୍ଥ ୫ଜଣ ରାଣୀ ଥିଲେ ଏବଂ ତାଙ୍କର ଅନେକ ଦାସୀ ଥିଲେ୤ ରାଜା ଏତେ ପରାକ୍ରମୀ ଥିଲେ ଯେ ସେ ଏକଶହରୁ ଅଧିକ ରାଜ୍ୟ ଜୟ କରିଥିଲେ୤ ସେ ସଦାସର୍ବଦା ନିଜକୁ ମହାନ ଯୋଦ୍ଧା ମନେକରୁଥିଲେ ତାଙ୍କୁ କେହି ପରାଜିତ କରିପାରିବେ ନାହିଁ ବୋଲି ତାଙ୍କ ମନରେ ଅହଂକାର ଥିଲା୤ ସେ ନାସ୍ତିକ ଥିଲେ୤ ସେ କୌଣସି ଦେବାଦେବୀଙ୍କୁ ବିଶ୍ୱାସ କରୁନଥିଲେ୤ ତାଙ୍କର ୫ଜଣ ଧର୍ମପତ୍ନୀଙ୍କୁ ସେ ନିଜର ପ୍ରାଣରୁ ଅଧିକ ଭଲ ପାଉଥିଲେ୤ ସେ ସଦାସର୍ବଦା ଭାବୁଥିଲେ ତାଙ୍କର ବିପଦ ସମୟରେ, ଦୁଃଖ ସମୟରେ ତାଙ୍କର ୫ଜଣ ଧର୍ମପତ୍ନୀ ପାଖେ ପାଖେ ରହିବେ, ସେବାଯତ୍ନ କରିବେ୤ କିଛି ବର୍ଷ ଅତିକ୍ରାନ୍ତ ହେଲା ପରେ ଦିନେ ହଠାତ ସେ ରାଜା ଏକ ଭୟଙ୍କର ଦୂରାରୋଗ୍ୟରେ ଆକ୍ରାନ୍ତ ହେଲେ୤ ସେ ରୋଗର କୌଣସି ଚିକିତ୍ସା ପଦ୍ଧତି ଉପଲବ୍ଧ ନଥିଲା୤ ଅନେକ ବଡ଼ ବଡ଼ ବେଇଦ୍ୟ ଚିକିତ୍ସା ପାଇଁ ଆସିଥିଲେ କିନ୍ତୁ କାହାରି ଜଡିବୁଟି କାମ ଦେଇନଥିଲା୤ ଯେତେବେଳେ ମହାବଳଶାଳୀ ରାଜା ବିଛଣାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିଲେ ସେହି ସମୟରେ ନିଜର ଭାବୁଥିବା ନିଜର ପ୍ରାଣଠାରୁ ଅଧିକ ଭଲ ପାଉଥିବା ଧର୍ମପତ୍ନୀ ଅର୍ଥାତ ୫ଜଣ ରାଣୀ ରାଜାଙ୍କ ପାଖକୁ ଆସିନଥିଲେ ତାଙ୍କ ସେବାଯତ୍ନ କରିବାକୁ ଅମଙ୍ଗ ହେଇଥିଲେ୤ ରାଜାଙ୍କୁ ରାଣୀ ମାନେ ଘୃଣା ଚକ୍ଷୁରେ ଦେଖିଥିଲେ୤ ସବୁଠାରୁ ଦୁଃଖ ପରିତାପର ବିଷୟ ଏହିକି ରାଜାଙ୍କୁ ଠିକ ସମୟରେ ଖାଦ୍ୟ ପରିବେଷଣ କରାଯାଉ ନଥିଲା୤ ଏପରିକି ଅନେକ ଦାସୀ ରାଜ ଉଆସରେ ଥିଲେ ମଧ୍ୟ ସେମାନେ ରାଜାଙ୍କୁ ସେବାଯତ୍ନ କରିନଥିଲେ୤ ପୁଳା ପୁଳା ଟଙ୍କା ବାଟି ସମ୍ପତ୍ତି ଥିଲେ ମଧ୍ୟ ରାଜାଙ୍କର ଶେଷ ସମୟରେ କୌଣସି କାମରେ ଆସିନଥିଲା୤ ରାଜାଙ୍କ ଶରୀର ଧୀରେ ଧୀରେ ରୁଗ୍ଣ ହେବାକୁ ଲାଗିଲା ଅନୁତାପ ନିଆଁରେ ସେ ଜଳି ଜଳି ପରିଶେଷରେ ତାଙ୍କର ଜୀବନ ଦୀପ ଲିଭିଗଲା୤ ଏହି ଗଳ୍ପ ଆମକୁ ଏହି ନୀତିଶିକ୍ଷା ମିଳିଲା କି ଆପଣ ଯେତେ ଧନବାନ, ଅଖଣ୍ଡ କ୍ଷମତାର ଅଧିକାରୀ, ଆପଣଙ୍କ ପାଖରେ ପୁଳା ପୁଳା ଟଙ୍କା ବାଟିବାଟି ସମ୍ପତ୍ତି ଥିଲେ ମଧ୍ୟ ଆପଣଙ୍କ ବିପଦ ସମୟରେ, ଦୁଃଖ ସମୟରେ ଆପଣଙ୍କ ପାଖରେ କେହି ନଥିବେ ତେଣୁ ବସ୍ତୁବାଦୀ ମନୁଷ୍ୟ ନିଜର ଆତ୍ମପରିଜନ, ବନ୍ଧୁ, ସ୍ୱାମୀ, ସ୍ତ୍ରୀ, ସନ୍ତାନ ସନ୍ତତିଙ୍କ ମାୟାରେ ନିଜର ବହୁମୂଲ୍ୟ ସମୟ ଅପଚୟ ନକରି ମହାପ୍ରଭୁ କାଳିଆ ସାଆନ୍ତଙ୍କ ପାଖରେ ସମ୍ପୂର୍ଣ ସମର୍ପିତ ହୁଅନ୍ତୁ ଆପଣ ଜନ୍ମମୃତ୍ୟୁର କାଳଚକ୍ରରୁ ଉଦ୍ଧାର ପାଇପାରିବେ |








ଗୋପାଳପୁର ବାଲେଶ୍ୱର,
ମୋବାଇଲ -୭୦୨୦୬୧୧୩୦୦


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା