ଦୁନିଆରେ ସିଏ ବଡ଼
ଡଃ ଧନଞ୍ଜୟ ମିଶ୍ର
ଡଃ ଧନଞ୍ଜୟ ମିଶ୍ର
ଉଦର ବ୍ରହ୍ମାଣ୍ଡେ ପିଣ୍ଡଟିଏ ଧରି
ସହିଛି ବହୁ କଷଣ
ସ୍ୱାଚ୍ଛନ୍ଦ୍ୟ ଛାଡି ଯେ ଭବିଷ୍ୟ ଗଢିଛି
ହୃଦକୁ କରି ପାଷାଣ ।।
କର୍ତ୍ତବ୍ୟ ର ପଢି ଗୀତା ,
ଅନ୍ୟ ପାଇଁ ଯିଏ ଜିଇଁବା ସିଖିଛି
ବିନା ଶସ୍ତ୍ରେ ହୁଏ ଜଗତ ଜିତା ।।
ଅନ୍ନ ମାୟା ଚମତ୍କାର ଯେ ବୁଝିଛି
ଭରିଛି ଅନ୍ୟ ର ପେଟ
ବିପଦରେ ଆହା କହି ଦିଏ ରାହା
ହୃଦୟ ନ କରି ମୋଟ ।।
କର୍ତ୍ତବ୍ୟ ର ପଢି ଗୀତା ,
ଅନ୍ୟ ପାଇଁ ଯିଏ ଜିଇଁବା ସିଖିଛି
ବିନା ଶସ୍ତ୍ରେ ହୁଏ ଜଗତ ଜିତା ।।
ନିରାଶ୍ରୟେ ଯାଗା ନିର୍ବସନେ ଲୁଗା
ଦେବାକୁ କରିଛି ପଣ
ବ୍ୟସନ କୁ ଫାଙ୍କି ବସନ ଟେ ଢାଙ୍କି
ଲଜ୍ଜା କରେ ନିବାରଣ ।।
କର୍ତ୍ତବ୍ୟ ର ପଢେ ଗୀତା ,
ଅନ୍ୟ ପାଇଁ ଯିଏ ଜିଇଁବା ସିଖିଛି
ବିନା ଶସ୍ତ୍ରେ ହୁଏ ଜଗତ ଜିତା ।।
ସଫଳତା ଶୀର୍ଷ ଆସନେ ବସି ଯେ
ବେଭାରେ ନମ୍ରତା ଭରେ
ଅହଂକାର ଇର୍ଷା ରାଗ ଦ୍ୱେଷ ଛାଡ଼ି
ସଭିଙ୍କୁ ଆପଣା କରେ ।।
କର୍ତ୍ତବ୍ୟ ର ପଢି ଗୀତା ,
ଅନ୍ୟ ପାଇଁ ଯିଏ ଜିଇଁବା ସିଖିଛି
ବିନା ଶସ୍ତ୍ରେ ହୁଏ ଜଗତ ଜିତା ।।
ସର୍ବସ୍ବ ଥାଇ ଯେ ନିଃସ୍ୱ ପରି ବଞ୍ଚେ
ସଞ୍ଚେ ନାହିଁ ବହୁ ବିତ୍ତ
ସଞ୍ଚିତ ବିତ୍ତ କୁ ସମାଜ କଲ୍ୟାଣେ
ଅର୍ପିବାକୁ ରଖେ ଚିତ୍ତ ।।
କର୍ତ୍ତବ୍ୟ ର ପଢେ ଗୀତା ,
ଅନ୍ୟ ପାଇଁ ଯିଏ ଜିଇଁବା ସିଖିଛି
ବିନା ଶସ୍ତ୍ରେ ହୁଏ ଜଗତ ଜିତା ।।
ବାଗସରପୁର, କଟକ
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା