ଦୁନିଆରେ ସିଏ ବଡ଼
ଶୁଭଶ୍ରୀ ଖୁଣ୍ଟିଆ
ଶୁଭଶ୍ରୀ ଖୁଣ୍ଟିଆ
ଅନ୍ୟ ଦୁଃଖରେ ଦୁଃଖୀ ଯେ ହୁଅଇ
ଅନ୍ୟ ସୁଖେ ହୁଏ ସୁଖୀ
ସ୍ବେହପୂର୍ଣ୍ଣ ବାର୍ତ୍ତା ସାନ୍ତ୍ୱନା ପ୍ରଦାନ
ସ୍ୱାର୍ଥକୁ ଦୂରରେ ରଖି
ଦରିଦ୍ର କଷଣେ କାନ୍ଦଇ ଜୀବନ
ସେବାରେ ଯେ ହୁଏ ବ୍ରତୀ
ସମାଜ ମଙ୍ଗଳ ଚିନ୍ତନ ସର୍ବଦା
ସଦା ଉର୍ଦ୍ଧ୍ବରେ ତା ଗତି
ସ୍ନେହ ଦୟା କ୍ଷମା ମାନବିକତା ଗୁଣ
କରୁ ଥାଇ ସେ ସୁକର୍ମ
ପରୋପକାର ରେ ମନ ସଦା ଯାର
ସେ ଅଟେ ମହତ ଜନ
ପଣ୍ଡିତ ହେଉ କି ହେଉ ଧନୀ ବ୍ୟକ୍ତି
କେହି ନୁହେଁ ଏଠି ବଡ଼
ମାନବୀୟ ଗୁଣ ପ୍ରକାଶି ପାରିଲେ
ମିଳେ ଅପୂର୍ବ ଆନନ୍ଦ
ସୃଷ୍ଟି ରେ କରତା ସେ ବିଶ୍ୱ ନିୟନ୍ତା
ଦୁନିଆଁ ରେ ଏକା ଶ୍ରେଷ୍ଠ
ସଭିଙ୍କର ଦୁଃଖ ହରଣ କରନ୍ତି
ଧନୀ ଜ୍ଞାନୀ ଅବା ବିଶିଷ୍ଟ
କଟକ
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା