ଜହ୍ନ ସହ ପ୍ରେମର ରାତି

ସୁନିତା ଦାଶ



ସୁନିତା ଦାଶ

ଇଛା ହୁଏ ଆଜି ଜହ୍ନ କୁ କରିନିଅନ୍ତି କି ବନ୍ଦି
ସାରା ରାତି ତା ସାଥେ
ପ୍ରେମର ବନ୍ଧନେ ହୋଇଯାନ୍ତି ଛନ୍ଦି

ତା ଶୀତଳ ଜୋଛନାରେ ସେ ଭିଜେଇବ ମତେ
ଜୋଛନାରେ ଭିଜିଭିଜି ଗାଉଥିବି ଗୀତ ମୁଁ ତା ସାଥେ

ଗୀତର ସୁରେ ସୁରେ ଝୁମୁ ଥିବୁ ଆମେ
ଝୁମିଝୁମି ସେ ଧୀରେ କହିଯିବ ମୋର କାନେ
ତୋ ପ୍ରେମର ଅନଳ ରେ ଦେହ ମୋର ଜଳେ

ଶୁଣି ତାର କଥାକୁ ମୁଁ ଦେବି ଟିକେ ହସି
ମୋ ହସକୁ ଦେଖି ସିଏ ହେବ ଭାରି ଖୁସି,, ।




ଭୁବନେଶ୍ବର


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା