ସୁକୁମାରୀ ତୁମେ ନଜରେ ଆସୁଛ
ତାରା ପ୍ରସାଦ ଜେନା
ତାରା ପ୍ରସାଦ ଜେନା
ତୁମ ହାତଲେଖା ମୋ ପାଖରେ ଅଛି
ପଢୁଥାଇ ବାରମ୍ବାର
ସୁକୁମାରୀ ତୁମେ ନଜରେ ଆସୁଛ
ପୀରତିର ଉଜାଗର
ତୁମ ହାତଲେଖା ମୋ ପାଖରେ ଅଛି..... । ୦ ।
ଜାଣି ମୁଁ ନଥିଲି ଫଗୁଣକୁ ମୋର
ବଇଶାଖ କରିଦେବ
ବିରହ ନିଆଁ ଜଳେଇ ଦେଇକି
ଲୁଚକାଳି ଖେଳୁଥିବ ,
କାହାକୁ କହିବି ଯଉବନ କଥା
ଅସହ୍ୟର ହାହାକାର
ତୁମ ହାତଲେଖା ମୋ ପାଖରେ ଅଛି..... । ୧ ।
ସପନର ରଙ୍ଗ ଧୋଇଗଲା କାଳେ
କାନ୍ଦ କାନ୍ଦ ନୀରବତା
ସ୍ମୃତି ବିଜଡ଼ିତ ସମୟରୁ ଖୋଜେ
ମମତାର ମଧୁରତା,
ଫେରିଆସ ପ୍ରିୟା ହାତ ଧରିବାକୁ
କରନାହିଁ ନାରଖାର
ତୁମ ହାତଲେଖା ମୋ ପାଖରେ ଅଛି..... । ୨ ।
ରଣପୁର, ଜିଲ୍ଲା-ନୟାଗଡ଼ ଦୂରଭାଷ- ୯୩୪୮୦୫୪୩୦୦
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା