ଜୀବନକୁ ଯଦି ଜୀଇଁବାର ଅଛି
ପ୍ରିୟଦର୍ଶିନୀ ମହାପାତ୍ର
ପ୍ରିୟଦର୍ଶିନୀ ମହାପାତ୍ର
ଜୀବନକୁ ଯଦି ଜିଇଁବାର ଅଛି
ଶିଶୁ ଗହଣେ ନିଜକୁ ରଖ
ଏତେ ମାନସିକ ଚାପରେ କାହିଁକି
କେତେ ସୁନ୍ଦର ସଂସାର ଦେଖ ।।
ଜୀବନକୁ ଯଦି ଜିଇଁବାର ଅଛି
ସରଳତା ଟିକେ ରଖ
ଏତେ ଅହଂକାର କାହିଁ ପାଇଁ ବନ୍ଧୁ
ପଦପଦବୀ କ୍ଷଣିକ ସୁଖ ।।
ଜୀବନକୁ ଯଦି ଜିଇଁବାର ଅଛି
ଗତକାଲିକୁ ଭୁଲିବା ଶିଖ
ଆସନ୍ତା କାଲିକୁ କିଏ ବା ଦେଖିଛି
ଆଜିକୁ ଆଦରି ରଖ ।।
ଜୀବନକୁ ଯଦି ଜିଇଁବାର ଅଛି
ଛୋଟ କଥାରେ ଖୁସିକୁ ପରଖ
ହସି ହସାଅ ସଭିଙ୍କ ମେଳରେ
ସେଇ ତ ଅମୂଲ ସୁଖ ।।
ଶିକ୍ଷୟିତ୍ରୀ
ଭୁବନେଶ୍ୱର
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା