ସେଇ ବୋଧେ ବଡ଼ ପୁଅ

ଶିଶିର କୁମାର ପଣ୍ଡା



ଶିଶିର କୁମାର ପଣ୍ଡା

ବାପାଙ୍କ ପରେ ଯେ ଘରକୁ ଚଳାଏ
ସିଏ ବୋଧେ ବଡ଼ ପୁଅ
ଯାହା ପାଇଁ ତୁମେ ପରିବାର ଲୋକ
ଶାନ୍ତିରେ ଟିକିଏ ଶୁଅ ।
ମୁରବି ଭଳିଆ ସିଏ ବି ଦୁଃଖକୁ
ସହଜେ ମୁଣ୍ଡକୁ ନିଏ
ନିଘା ତା' ନଥାଏ କାହା ପ୍ରଶଂସାରେ
କିଏ ବା ଦିଏ ନ ଦିଏ ।
ସାରା ଜୀବନକୁ ମୁରୁଖ ରହି ସେ
ଭାଇକୁ ପଢ଼ାଏ ପାଠ
ଜାଣି ସେ ନଥାଏ ସେଇ ଭାଇ ଦିନେ
ରୋକିବ ତାହାର ବାଟ ।








କେଡ଼େ ସରାଗରେ ଲହୁଲୁହ ଢାଳି
ତୋଳିଥାଏ ଘର ନିଜେ
ଭାବିଥାଏ ସେଇ ଘରେ କରେଇବ
"ଚଳନ୍ତି ଠାକୁର" ବିଜେ ।
ସବୁ ଆଶା ତା'ର ଆଶାରେ ମରଇ
ଘର ହୋଇଗଲେ ଭାଗ
ସମୟ ଲଗାଏ ତାଆରି କପାଳେ
ନିନ୍ଦାର କଳଙ୍କ ଦାଗ ।
କୁଆଁସ, ମେରଦା କାଟିଆ, ଯାଜପୁର
ଆଳାପ:~୮୯୮୧୭୩୭୨୨୮


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା