ଉପକାରୀ ହଳଦୀ

ରାମଚନ୍ଦ୍ର ପ୍ରଧାନ



ରାମଚନ୍ଦ୍ର ପ୍ରଧାନ

ଲୋଡ଼ା ଠୁ ଅଧିକ ପଡ଼ଇ ଯେ' ଖୋଜା
ସମସ୍ତଙ୍କୁ ସବୁବେଳେ
ନୁହେଁ ଆଉ କିଛି ଅଟେ ସେ ହଳଦୀ
ଏଇ ମହରଗ କାଳେ l
ଦେଖିବାକୁ ସିନା ଭାରି ବେଢଙ୍ଗିଆ
ଭିତରେ ସୁନ୍ଦର ଦିଶେ
ସାରା ଦେହ ତା'ର ହଳଦିଆ ରଙ୍ଗେ
ଖିଲିଖିଲି ହୋଇ ହସେ l
ହେଉ ପେଟ ଗ୍ୟାସ ଅବା ପିତ, କଫ
ମଧୁମେହ,ରକ୍ତଦୋଷ
ଭରେ ପୁଣି ସିଏ ତ୍ବଚାରେ ଚମକ
ମୁଖବ୍ରଣ କରି ନାଶ l
ହଳଦୀ ବଢ଼ାଏ ଆମ ଶରୀରରେ
ରୋଗ ପ୍ରତିରୋଧ ଶକ୍ତି
ଆଣ୍ଠୁଫୁଲା ଅବା ଦାନ୍ତ ଯନ୍ତ୍ରଣାରୁ
ତା' ପାଇଁ ମିଳଇ ମୁକ୍ତି l



ଚର୍ମ ରୋଗ ଯାଏ ଦେହରୁ ଉଭେଇ
ହଳଦୀ ପ୍ରୟୋଗ ଲାଗି
କ୍ଷତ ଘା' ସ୍ଥାନରେ ହଳଦୀ ଲେପିଲେ
ଉପଶମ ମିଳେ ବେଗି l
ହଳଦୀରେ ଥାଏ ଆଣ୍ଟି ବ୍ୟାକ୍ଟେରିଆ
ଆଣ୍ଟି ସେପଟିକ୍ ଗୁଣ
ସେ ପୁଣି କରାଏ ଖାଦ୍ୟ ପଦାର୍ଥକୁ
ସ୍ୱାଦିଷ୍ଟ ରଙ୍ଗିନ୍ ଜାଣ l
ହଳଦୀ କମାଏ ଗ୍ଲୁକୋଜର ମାତ୍ରା
କରି ରକ୍ତ ବିଶୋଧନ
ସଂକ୍ରମଣ ହଟି କୃମି ନାଶ ହୁଏ
ହଳଦୀ କଲେ ସେବନ l
ଶିକ୍ଷକ, ଟେକ୍ନିକାଲ୍ ହାଇସ୍କୁଲ୍, ଆସିକା, ଗଞ୍ଜାମ
ମୋ: ୯୮୬୧୬୩୮୭୩୬


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା