ଏମିତି କେତେ ଦିନ?

ନିରଞ୍ଜନ ସାହୁ



ନିରଞ୍ଜନ ସାହୁ

ଡରିଡରି କେତେ ବଞ୍ଚିବ କହୁନ
ମୁହଁକୁ ତଳକୁ କରି
" ଆଜ୍ଞା ଆଜ୍ଞା " କେତେ କହିବ କହୁନ
କେତେ କାଳ ପୁଣି ଧରି?

ସରଳ ପଣିଆ ଦେଖିକରି ଲୋକେ
ଉଠାନ୍ତି ଫାଇଦା ଯେତେ
ଫାଇଦାରୁ ଟିକେ ଉଣା ହୋଇଗଲେ
ଧମକ ଦିଅନ୍ତି କେତେ
କହନ୍ତି, " ଏମିତି ସେମିତି କରିବୁ
ଏକାଥରେ ଯିବୁ ମରି । "








ବେଳେବେଳେ ଭାବେ ସ୍ୱାଧୀନତା କିବା
ଜୀବନେ ମୋହରି ନାହିଁ
ବେଠି, ବେଗାରି ଓ ଧମକଚମକ
କେଉଁଥିରେ ଉଣା କାହିଁ
ନିଶାପ କରିବା ସାହସ ନଥାଏ
ଲୁହ ପଡୁଥାଏ ଝରି ।

ପ୍ରତିବାଦ କରିବାକୁ କେତେ ଲୋକ
କହିଥାନ୍ତି ପୁଣି ମୋତେ
କହନ୍ତି, " ତୁ ସ୍ୱର ଉତ୍ତୋଳନ କର
ସାହାଯ୍ୟ କରିବୁ ତୋତେ "
ନିଜେ କିନ୍ତୁ କେବେ ସାମ୍ନା ନ କରନ୍ତି
ପ୍ରକୃତ ବନ୍ଧୁଟେ ପରି ।

ନିଜକୁ ନିଜେ ମୁଁ ପ୍ରଶ୍ନ ପଚାରଇ
ମୋ ସାହସ କେଣେ ଗଲା
ନିଜକୁ ଚିମୁଟେ ବଞ୍ଚିଛି କି ନାହିଁ
ଅବା ଏବେ ଦରମଲା
ଏମିତି ବଞ୍ଚିକି କି ଲାଭ କହୁନ
ଜୀବନରେ ଦୁଃଖ ଭରି ।









ନିହଲ ପ୍ରସାଦ, ଗଁଦିଆ ପାଟଣା
ଢେଙ୍କାନାଳ -- ୭୫୯୦୧୬
ମୋ :-- ୯୯୩୮୭୪୧୫୮୩


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା