ହେ ମୋର ପ୍ରିୟା
ଦୀନବଂଧୁ ବେଜ
ଦୀନବଂଧୁ ବେଜ
ହେ ମୋର ପ୍ରିୟା
ମୁଁ ଦେଖି ପାରୁନାହିଁ ତୁମରି ଉଦାସ ମୁଁହ
ତୁମ ଚନ୍ଦ୍ର ବଦନରେ ମଳିନତା ଦେଖି
କମ୍ପୁ ଅଛି ମୋହର ସମଗ୍ର ହିଆ ,
ସବୁ ହସ ଖୁସି କରି ମହା ଶୂନ୍ୟ
ପ୍ରତିଟି ମୂହୁର୍ତ୍ତ କଲ ସମର୍ପଣ
ରଙ୍ଗାଇଲ ତୁଳୀଧରି ମୋହରି ଜୀବନ ।
ଖାଲି ତୁମେ ମୋ ପାଇଁ ଗତି କଲ
କୁମ୍ବାର ଚକର ଆବର୍ତ୍ତି ଗତିରେ
ପେଶି ହୋଇଗଲା ତୁମ ମନପ୍ରାଣ
ନିଜ ରକ୍ତ ମାଂସ ସଂପୂର୍ଣ୍ଣ ସମର୍ପଣ କରି
ଆମ ଖାଲ ଖମା ଖାଲି କରିଲ ପୁରଣ ।
ତୁମ ତ୍ୟାଗର ମୁଲ୍ୟ କିପରି ମାପିବି
ମାପ ମାନ ଯନ୍ତ୍ର ହାରିବ ଜାଣିଲ
ହେ ପ୍ରିୟା ମୋ'ର ତୁମେ ଅଛ ସବୁ ଘର
ତୁମ ପାଇଁ ହସୁଅଛି ସବୁ ଲୋକ ପୁର
ଏକଥା ବୁଝି ଅବୁଝା ମୁଁ ଥିଲି ।
ତୁମ ମୁଲ୍ୟ ଆଜି ଅବୁଝା ମଣିଷ
ସ୍ୱାର୍ଥପର ଭାବେ ପିଇ କାଳକୁଟ ବିଷ
ବିଷ ଓଗାଳୁଛି ସମାଜ ମଧ୍ୟରେ
ଜାଣି ଜାଣି ବଂଚୁଅଛି ଦୁଃଖର ସାଥିରେ I
ପ୍ରିୟା ବିନା ସବୁ ତୁଚ୍ଛ ଦୁଃଖ ସୁଖ କଥା
ପ୍ରିୟା ପାଇଁ ପରା ସୁଖି ସଂସାର ବ୍ୟବସ୍ଥା ।
ମାଲକାନଗିରି, ଓଡ଼ିଶା
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା