ପତିବ୍ରତା ନାରୀ
ଗୋଲୋକ ବିହାରୀ ବେହେରା
ଗୋଲୋକ ବିହାରୀ ବେହେରା
ଲଜ୍ଜା ଯା ଭୂଷଣ ସତ୍ୟ ଆଭୂଷଣ
ଧର୍ମରେ ମତି ଯାହାର,
ବାଣୀ ଯା' ମଧୁର ପତିବ୍ରତା ନାରୀ
ପବିତ୍ର କରେ ସଂସାର ।
ଯେଉଁ ଘରେ ସର୍ବ- ଗୁଣା ଅଳଙ୍କୃତା
ରମଣୀ କରେ ନିବାସ,
ସେ ଭବନେ ମାତା ଲକ୍ଷ୍ମୀ ବିରାଜନ୍ତି
ସେ ଗୃହେ ସଦା ହରଷ ।
ପତିବ୍ରତା ବଳେ ସତୀ ଅନସୂୟା
ବ୍ରହ୍ମା ବିଷ୍ଣୁ ମହେଶ୍ୱର,
ଛୋଟ ଶିଶୁ କରି କ୍ଷୀର ଦାନ କଲେ
ଦେଖିଲା ସାରା ସଂସାର ।
ସତୀ ଶାଣ୍ଡିଲୀଙ୍କ ପତିବ୍ରତା ବଳେ
ଜଗତ କଲ୍ୟାଣ ପାଇଁ,
ସୂର୍ଯ୍ୟ ଦେବଙ୍କର ପ୍ରଖର ଗତିକୁ
ଦେଇଥିଲେ ଅଟକାଇ ।
ସତୀ ସାବିତ୍ରୀ ମା ପତିବ୍ରତା ଥିଲେ
ବୁଦ୍ଧି ବଳରେ ହରାଇ,
ଯମ ରାଜାଙ୍କଠୁଁ ସ୍ବାମୀଙ୍କ ଜୀବନ
ଆଣିଥିଲେ ସେ ଫେରାଇ ।
ନାରୀ ପାଖେ ଥିବା ପତିବ୍ରତା ଗୁଣ
ହେଉଛି ଅମୋଘ ଅସ୍ତ୍ର,
ଯାହା ଆଗେ ବଡ ଶକ୍ତିଶାଳୀ ଶସ୍ତ୍ର
ହୋଇଛି ସଦା ପରାସ୍ତ ।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା