ସ୍ବପ୍ନ ମିଶା ବାସ୍ତବତା

ବସନ୍ତ କୁମାର ପ୍ରଧାନ



ବସନ୍ତ କୁମାର ପ୍ରଧାନ

ସ୍ବପ୍ନ ଭରିଦିଏ ଜୀବନରେ ରଙ୍ଗ
ଆଣି ଦିଏ ସଫଳତା
ବିନା ପ୍ରଚେଷ୍ଟା ରେ ସପନ ଦେଖିବା
ସାର ହେବା ଲୋକହସା l

ସୁବ୍ୟବସ୍ଥିତ ନିଷ୍ଠାପର ଭାବେ
ରଖି କର୍ମ ତତ୍ପରତା
ଭବିଷ୍ୟତ ପାଇଁ ସପନ ଦେଖିଲେ
ଯାଏ ନାହିଁ ଶ୍ରମ ବୃଥା l

ସପନରେ ଯଦି ଜୀବନର ଲକ୍ଷ୍ୟ
ହୁଅଇ ପ୍ରତିଫଳିତ
ବାସ୍ତତାର ଦୃଢ଼ ଦୁଆ ପରେ
ଜୀବନ ହୁଏ ନିର୍ମିତ l

ସ୍ବପ୍ନ ବିନା ଏହି ଜୀବନ ଲାଗେନା
କେବେ ସରସ ସୁନ୍ଦର
ସ୍ବପ୍ନ ଲେପି ଦିଏ ଶାନ୍ତିର ପ୍ରଲେପ
ସ୍ୱାଦ ଦିଏ ବିଜୟର l


ସ୍ବପ୍ନଫୁଲ ସବୁ କଷି ଧରିଲେ
ମିଳିଥାଏ ସଫଳତା
ସ୍ବପ୍ନ ମିଶା ସଫଳତା ଅଟେ ସେହି
ଲୋଡ଼ା ହୁଏ କର୍ମ ନିଷ୍ଠା l

ସ୍ବପ୍ନ ପରିଭାଷା ହେଲେ ଲକ୍ଷ୍ୟ ପ୍ରାପ୍ତି
ଲୋଡ଼ା କର୍ମ ତତ୍ପରତା
କର୍ମରେ ଉନ୍ନତି ମିଳେ ସୁଖ ଶାନ୍ତି
ଜୀବନେ ଦିଏ ପ୍ରଚେଷ୍ଟା l

ହରିହରପୁର, ଛେଣ୍ଡିପଦା, ଅନୁଗୋଳ
ମୋ : ୭୭୩୫୬୧୧୪୮୪


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା