ଜୟ ଭାରତର ଜୟ

ନୀଳମଣି ଚାନ୍ଦ



ନୀଳମଣି ଚାନ୍ଦ

ନୋଇଁଦିଅ ମଥା ତ୍ରିରଙ୍ଗା ଆଗରେ
ମଥାଟିରେ ବୋଳି ଧୂଳି
ଭାରତମାତାର ଛବି ଆଙ୍କିଦେଉ
ଚିତ୍ରକର ଧରି ତୁଳୀ ।

ସମବେତ ହୋଇ ଗାଆନ୍ତୁ ସରବେ
ଜନ -ଗଣ- ମନ ଗୀତି
ସବୁରି ଅନ୍ତରେ ଭରି ଯାଉଥାଉ
ଦେଶଜାତି ପାଇଁ ପ୍ରୀତି ।

ସିଏ ମୋ'ର ଜନ୍ମଭୂମିଟି ବୋଲିରେ
ନିଜକୁ ଧନ୍ୟ ଯେ ମଣେ
ଯେଉଁଠାରେ ଥାଏ କହେ ମୁଁ ଗରବେ
ମୁହିଁ ଭାରତୀୟ ଜଣେ ।

ମୋ ଦେଶ ଶିଖାଏ ସାରା ଦୁନିଆକୁ
ଶାନ୍ତି ଅହିଂସାର ବାଣୀ
"ଅତିଥି ଦେବତା, ଜୀବେଦୟା ଭାବ"
ତା'ଠାରୁ ପାରିଛୁ ଜାଣି ।



ଅତି ପୁରାତନ ଇତିହାସ ତା'ର
ମହାନ୍ ଯା ପରମ୍ପରା
ଅନେକରେ ଏକ ସିଏ ମୋ ଭାରତ
ଏତିକି ବୁଝେ ମୁଁ ପରା ।

ଭାରତୀୟ ହୋଇ ଆସରେ କରିବା
ଜୟ ଭାରତର ଜୟ
ତା ମାଟିରେ ଥିଲେ ଗରବିତ ମୁହିଁ
ନ ଥାଏ ତିଳେ ମୋ ଭୟ ।
ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା