ମୈତ୍ର ପଚାରିଲେ?

ଡଃ ଶେଖର ବନମାଳୀ ଚନ୍ଦ୍ର ନାମଦେଓ



ଡଃ ଶେଖର ବନମାଳୀ ଚନ୍ଦ୍ର ନାମଦେଓ

ସେକୁଲାର କଣ ପଚାରିଲେ ମୈତ୍ର
ପରିଭାଷା ୟା ର କଣ ?
କହିଲି ପରୁଷ ଓ ସ୍ତ୍ରୀ ମଧ୍ୟେ ଥିବା
କିନ୍ନର ଯିବ ଟି ଜାଣ........୧

ମୈତ୍ର ପଚାରିଲେ ଭାରତରେ ଲୋକ
ଅଛନ୍ତି କି ଭାଇ ସୁଖେ ?
କହିଲି ସୁଖରେ ଅଛି ଦେଶ ପ୍ରେମୀ
ଦଲାଲଟି ରହେ ଦୁଃଖେ ........୨

ପଚାରିଲେ ମୈତ୍ର ଦେଶର ବିପଦେ
ବିପକ୍ଷୀ ଦେଶେ କି କରେ ?
କହିଲି ବିପକ୍ଷୀ ଛିଦ୍ର ଖୋଜିବାର
ଚେଷ୍ଟାରେ ଦେଶକୁ ଘେରେ.......୩





ମୈତ୍ର ପଚାରିଲେ ଅଳ୍ପସଂଖ୍ୟକଟି
ଭାରତରେ ଭାଇ କିଏ ?
କହିଲି ଅଳ୍ପରେ ଥାଇ ଯେ ଯାତନା
ବହୁଳଙ୍କୁ ଦେଇଥାଏ.........୪

ଏଭଳି ଦେଶକୁ କି କହନ୍ତି ଭାଇ
ପଚାରିଲେ ମୈତ୍ର ତହିଁ ?
ଘାଣ୍ଟର ଦେଶ ଏ କହିଲି ଯହିଁରେ
ବହୁଳର ମୂଲ୍ୟ ନାହିଁ……..୫
କୁଚିଣ୍ଡା, ସମ୍ବଲପୁର


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା