ଋକ୍ମିଣୀଙ୍କ ପତ୍ର

ପ୍ରବୀଣ କୁମାର ସାହୁ



ପ୍ରବୀଣ କୁମାର ସାହୁ

ପ୍ରଣାମ ଘେନ ଅlହେ ପ୍ରଭୁ ଚକ୍ରଧର
ମୁହିଁ ପରା ଛାର ସେବିକା ତୁମର,
ସେବିବାକୁ ତୁମ ବେନି ଚରଣ କମଳ
ଲୋଡା କୋଟି ଜନମର ପୁଣ୍ୟଫଳ ।

ପୂର୍ବଜନ୍ମ ସମ୍ବଧେ ମୁହିଁ କିଛି ନଜlଣଇ
ଜାଣିଛି କେବଳ ବଡ଼ ଅଭାଗିନୀ ମୁହିଁ,
ଏତିକି ଅନୁରୋଧ ପ୍ରଭୁ ବିଶ୍ବସାଇଁ
ରହିବାକୁ ଚାହେଁ ତୁମ ଅର୍ଦ୍ଧାଙ୍ଗିନୀ ହୋଇ ।

ଜନ୍ମିଛି ସିନା ବିଦର୍ଭର ରାଜନନ୍ଦିନୀ ହୋଇ
ହୃଦ-ବ୍ୟଥା ମୋର ଏଠି ନବୁଝନ୍ତି କେହି ,
ପିତା-ଭ୍ରାତାଙ୍କୁ କହିଲେ ନିଜ ମନକଥା
ଅନେକ ଭର୍ସନ। କରି ବଢାନ୍ତି ମୋ ଚିନ୍ତା ।






କହନ୍ତି ରାଜକୁଲେ ପରା ଜନମିଛୁ ତୁହି
ଛାର ଗୋପାଳକୁ ତୁହି ଚାହୁଁଛୁ କିମ୍ପାଇଁ,
ଧିକ ତାଙ୍କ ବଡପଣ ତାଙ୍କ ଅହମିକା
ନବୁଝନ୍ତି ଯେ ନିଜର କନ୍ୟା ହୃଦ - ବ୍ୟଥା।

ଶିଶୁପାଳ ସଙ୍ଗେ କରିବାକୁ ମୋହର ବିବାହ
ମୋହର ପିତା ଦେଖlନ୍ତି ପ୍ରବଳ ଉତ୍ସାହ,
ପାପୀଷ୍ଠ ସଙ୍ଗତେ ବିବାହ ହେଲେ ଜାଣ
ହlରିବି ମୁହିଁ ତେବେ ଆପଣା ପରlଣ ।
ହୃଦୟରେ ଯେଉଁ ସ୍ଥାନ ଅଛି ତୁମ ପାଇଁ,
ତହିଁ ରେ ଆନକୁ ସ୍ଥାନ ନ ପାରିବ ଦେଇ,
ଜୀବନ ସାରା ତୁମର ଅର୍ଦ୍ଧାଙ୍ଗିନୀ ହୋଇ
ପରାଣ ଧନ୍ୟ ହୋଇବ ତୁମ ସଙ୍ଗ ପାଇଁ ।

ନିରାଶ ହୋଇଛନ୍ତି ଅତିତେ ବହୁ ପ୍ରଣୟିନୀ
ଷୋଳ-ସହସ୍ର ଗୋପାଙ୍ଗନା ସଙ୍ଗେ ରାଧା ରାଣୀ,
ମୋତେ ନିରାଶ ନକରିବ ମାଧବ
କଲେ ନିରାଶ ଭକତ ର ଭରସା ତୁଟିବ ।

ଅମ୍ବିକା-ମନ୍ଦିରେ ପ୍ରତୀକ୍ଷା କରିଥିବି ମୁହିଁ
ଘୋଷେ ଆସିବ ପ୍ରଭୁ ବ୍ରହ୍ମାଣ୍ଡ ଗୋସାଇଁ,
ସ୍ନେହ ରେ ତୁମେ ମୋହ କର ଧରି
ନେଇଯିବ ମୋତେ ରଥେ ଦ୍ବାରିକା ନଗରୀ।




ଗ୍ରାମ/ ପୋଷ୍ଟ - ତଳିତା, ସୁନ୍ଦରଗଡ
Int.BEd -MEd, 3rd year
ସମ୍ବଲପୁର ବିଶ୍ୱବିଦ୍ୟାଳୟ


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା