ଜୀବନର ସ୍ରୋତ

ଟିନା ଚଲାନ



ଟିନା ଚଲାନ

କେତେ ବାଟ ଆଉ ଚାଲିବାକୁ ହେବ
ସମୟର ହାତ ଧରି,
ଚାଲୁଅଛି ଏଠି ଜୀବନ ସଂଗ୍ରାମ
ଜୀବନେ ଜଞ୍ଜାଳ ଭରି ।।

ଚାଲେ ଏଠି ସବୁ ସୂର୍ଯ୍ୟ, ଚନ୍ଦ୍ର, ତାରା
ଦିନ ପରେ ଦିନ ସରି,
ସମୟ ସ୍ରୋତରେ ନିଜକୁ ସମ୍ଭାଳି
ଜୀବନ ଯାଉଛି ଗଡ଼ି ।।









କେବେ ଦୁଃଖ ଏଠି କେବେ ସୁଖ ପୁଣି
ଦୁଇ ଭାଇ ବନ୍ଧୁ ପରି,
କେବେ ଶୀତ କେବେ ବସନ୍ତର ସାଥେ
ଯାଉଅଛି ପତ୍ର ଝଡ଼ି ।।

ଏତେ ଈର୍ଷା, ରାଗ, ଅଭିମାନ କରି
ବଞ୍ଚୁଅଛ କାହିଁ ପାଇଁ?
କେହି ତ ଜାଣିନି ଶେଷ କ୍ଷଣ ପାଇଁ
ବାକି ଅଛି ବେଳ କାହିଁ ।।

ଖଡ଼ିଆଳ, ନୂଆପଡ଼ା


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା