କାନ୍ଦ

ବିଶ୍ବଜିତ ନାୟକ



ବିଶ୍ବଜିତ ନାୟକ

ନାରୀଟିଏ
କାନ୍ଦିପାରେ ବୋଲି ତ
ନିଜ ଲୁହର ସମୁଦ୍ରରେ
ଭସାଇଦିଏ ଛାତିର କୋହ
ମନର ଲହୁକୁ,
ଆଶ୍ବସ୍ତି ଅନୁଭବ କରେ
ନିଜ ହୃଦୟ ମଧ୍ୟରେ
ହକଦାର ପାଲଟାଯାଏ
ଏ ଦୁନିଆଁ ଆଖିରେ
ସମବେଦନା ସାଉଁଟିବାକୁ !

ପୁରୁଷଟିଏ କାନ୍ଦିପାରେନି
କି କହିପାରେନି
ନିଜ ଛାତିର ବେଦନା
ଚାପିରଖେ ମନ ଭିତରର
ଅସରନ୍ତି କୋହକୁ,
ନିଜ ଦାମ୍ଭିଲା ଛାତିରେ
ବାନ୍ଧିରଖେ ଆଖିରେ
ଅସରନ୍ତି ଲୁହର ସମୁଦ୍ରକୁ!


ପୁରୁଷଟିଏ ନିଜର
ସବୁ ଯନ୍ତ୍ରଣା ଚାପିରଖି
ନିଜ ଛାତି ଭିତରେ
ଓଠରେ ରଖୁଥାଏ
ସଦାବେଳେ ହସଟିକୁ,
ଏ ବିଚିତ୍ର ଦୁନିଆ
ତଥାପି କିଛି ଜାଣି ପାରେନି
ପୁରୁଷଟିର ମନ ଭିତରର
ଅଦେଖା କୋହକୁ !
ତୁଣ୍ଡପଡ଼ା, କେଦାରପୁର
ସୋରୋ, ବାଲେଶ୍ୱର
ମୋ - ୭୯୭୮୨୫୬୩୮୬


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା