ଅତୀତ ସାକ୍ଷୀ

ସୁନନ୍ଦା ମହାନ୍ତି



ସୁନନ୍ଦା ମହାନ୍ତି

ଠେକିରେ ଦହିକି ରଖି
ମାଣିକ ଯାଇଛି ବିକି
ମନେପଡେ ସେହି ବୈଶାଖି
ଶାଢ଼ୀ ପଣତରେ ମୁଦ୍ରିକା ରଖି
ସାତଗଣ୍ଠି ଦେଇ ସାକ୍ଷକୁ ମାଖି
ଜଗନ୍ନାଥ ବଳଭଦ୍ରଙ୍କୁ
ଜାଚି ଦହି ଦେଇଛି ବିକି
ମୁଦି ପାଇ ସିଦ୍ଧି ପ୍ରାପ୍ତ ହୋଇ
ମାଣିକ କାହାଣୀ ଲେଖି
ଇଶ୍ୱର ଓ ଭକ୍ତ ମିଳନ ହେଇଛି
ଇତିହାସ ରହିଛି ସାକ୍ଷୀ
ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ
ସ୍ବଚକ୍ଷୁରେ ଦେଖି
ଧନ୍ୟ ସେ ମାଣିକ ବନ୍ୟ ହରିଣୀ
ଭକ୍ତି ଅଞ୍ଜନ ମାଖି
ପାରିଲା ଦେଖି ମୁଦ୍ରିକା ସାକ୍ଷୀ
ଦୁଇଭାଇ ଗଲେ ଯୁଦ୍ଧକୁ
କଳା ଧଳା ଘୋଡାରେ ବସି


ରାଜା ହେଲେ ମୁଗ୍ଧ ପାଇ ବୈଶାଖି
ଆଖି ରହିଲା ଭକତି ଅଶ୍ରୁ ଲାଖି
ଜଗତ ଜାଣିଲା ଜଳ ଦାନ ପୁଣ୍ୟ
ଆଣି ପ୍ରତି ବର୍ଷ ଆସିବ ବିଷୁବ ବୈଶାଖୀ
ମନେ ପକେଇବ ଦହିର ଠେକି
ଯାହା ମାଣିକ ଦେଇଥିଲା ବିକି
ସ୍ବର୍ଣ୍ଣ ମୁଦ୍ରିକାକୁ ବାକିରେ ରଖି
ପକାଇ ଗଣ୍ଠି ମାଣିକ ହେଲା ନିଜେ
ବୈଶାଖିର ଉଡ଼ା ପକ୍ଷୀ
ଭଡା ରଖିଥିଲା ମୁଦି ମାଣିକକୁ କଲା
ଉଡାପକ୍ଷୀ ସେ ଯେ ଭଡା ବୈଶାଖୀ
ସାକ୍ଷୀଗୋପାଳ, ପୁରୀ
୯୦୪୦୯୭୭୩୨୭


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା