ସବିତାକୁ ସମ୍ବୋଧନ
ସୁଜାତା ଖଟୁଆ
ସୁଜାତା ଖଟୁଆ
ସରସୀର ସରସତା ସରିଯିବା ପରେ
ଶ୍ୟାମଳ ତରୁର ରଙ୍ଗ ହଜିଯିବା ପରେ
ସବୁଜିମା ଭରା ଧରା, ଧୂସରିତ ହୋଇ
ସଂତାପିତ ପ୍ରାଣେ ଆର୍ତ୍ତ ରୋଦନ କରଇ
ଶୋଷିଲା ଓଠରେ ଆଜି ଚାତକକୁ ଦେଖି
ସଙ୍କଟ କାଳର ସମ୍ଭାବନାକୁ ନିରେଖି,
ସଂତ୍ରାସ ପ୍ରାଣରେ କରେ ଆତୁର ଚିତ୍କାର
ଶକତି ନାହିଁ ଶରୀରେ ହୁଏ ଥରହର ।
"ସଂଗୃହିତ ଜଳ ସବୁ ଯଦି ଫେରିଆସେ
ସନ୍ତୁଷ୍ଟିର ସମୀରଣ ମନ ଛୁଇଁ ବସେ,
ସମ୍ପାଦିତ ହେବ ତେବେ ତୁମ ଉପସ୍ଥିତି
ସମ୍ପନ୍ନ ହୋଇବ ତେବେ ରୁତୁଚକ୍ର ଗତି
ସବୁକଷ୍ଟ ପ୍ରକୃତିର ହେବ ପ୍ରଶମିତ
ସଭିଏଁ ନବୀନ ଭାବେ ହୋଇବେ ଜୀବନ୍ତ ,
ସମ୍ଭବ ହୋଇବ ପୁଣି ନୂଆ ଏକ ସୃଷ୍ଟି
ସ୍ବାଗତିକା ଗାନ କରି କର ଜଳ ବୃଷ୍ଟି"
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା