ପାତାଳି ଶ୍ରୀକ୍ଷେତ୍ର
ରିଙ୍କୁ ପଧାନ
ରିଙ୍କୁ ପଧାନ
ତ୍ରିକୁଟ ଗିରିର ଛାୟା ତଳେ,
ନୀରବ ପଥର କହେ ଗାଥା ଫଳେ,
ଗୁପ୍ତ ଭୂମିରେ ଜାଗେ ଆସ୍ଥା ଗଭୀର,
ପାତାଳି ଶ୍ରୀକ୍ଷେତ୍ର ଧର୍ମର ମନ୍ଦିର
ଶଙ୍ଖ-ଚକ୍ର ଲୁଚିଥିଲେ ଗୁହା ମଧ୍ୟରେ,
ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ସହିତେ,
ଅଶାନ୍ତ ସମୟର ଭୟ ଛାୟାରେ,
ଶତ ଚୁଆଳିଶ ବର୍ଷ ରହିଲେ ନିର୍ବିକାରେ
ରକ୍ତବାହୁର ଆକ୍ରମଣ ଯେବେ ଆସିଲା,
ପୁରୀ ମନ୍ଦିର କମ୍ପି ଉଠିଲା,
ସୋଭନଦେବ ରାଜା ଆସ୍ଥାରେ ଭରସା,
ତ୍ରିଦେବଙ୍କୁ ଲୁଚାଇଲେ ଗିରି ଗୁହା ମାଝା
ଶୈବ, ଶାକ୍ତ, ବୌଦ୍ଧ ଧାରା ଏକାତ୍ମ,
ଏଇ ଭୂମି ଧରେ ସଭ୍ୟତାର ସଂଗ୍ରାମ,
ପଥରେ ପଥରେ ଲେଖା ଇତିହାସ,
ନିରବତାରେ ବୋଲେ ଶତାବ୍ଦୀର ଆବାସ
ରଥଯାତ୍ରା ଯେବେ ଗିରିତଳେ ହୁଏ,
ପ୍ରକୃତି ମଧ୍ୟ ଭକ୍ତିରେ ନମ୍ର ହୁଏ,
ବନ, ପାହାଡ଼, ପବନର ଗାନ,
ଜଗନ୍ନାଥ ନାମେ ନାଚେ ଧରା ଧାମ
ଆଜି ମଧ୍ୟ ଅବହେଳା ଛାୟା ଛାଡ଼ିନି,
ତଥାପି ଭକ୍ତି କେବେ ହାର ମାନିନି,
ଗୁପ୍ତ କ୍ଷେତ୍ର ହେଲେ ମଧ୍ୟ ମହିମା ଅପାର,
ପାତାଳି ଶ୍ରୀକ୍ଷେତ୍ର ଓଡ଼ିଶାର ଗୌରବ ଧାର
କାଇଶକନ୍ଦା, ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା